ETV Bharat / bharat

1971 Indo-pak War: ଆତ୍ମସମର୍ପଣ କରିଥିଲା ପାକିସ୍ତାନ, କୋଲକାତା ସଂଗ୍ରହାଳୟରେ ପ୍ରଦର୍ଶିତ ହେବ ପାକିସ୍ତାନୀ ଅସ୍ତ୍ରଶସ୍ତ୍ର

author img

By ETV Bharat Odisha Team

Published : Oct 8, 2023, 5:46 PM IST

କୋଲକାତା ସଂଗ୍ରହାଳୟରେ ପ୍ରଦର୍ଶିତ ହେବ ପାକିସ୍ତାନ ସେନା ଆତ୍ମସମର୍ପଣ ବେଳେ ପ୍ରଦାନ କରିଥିବା ଅସ୍ତ୍ରଶସ୍ତ୍ର । ଅଧିକ ପଢନ୍ତୁ

1971 indo-pak War: ଆତ୍ମସମର୍ପଣ କରିଥିଲା ପାକିସ୍ତାନ, କୋଲକାତା ସଂଗ୍ରହାଳୟରେ ପ୍ରଦର୍ଶିତ ହେବ ପାକିସ୍ତାନୀ ଅସ୍ତ୍ରଶସ୍ତ୍ର

କୋଲକାତା: ୧୯୭୧ ମସିହାରେ ହୋଇଥିବା ଭାରତ ପାକିସ୍ତାନ ଯୁଦ୍ଧରେ ଭାରତ ଐତିହାସିକ ବିଜୟ ଲାଭ କରିବା ସହ ପାକିସ୍ତାନ ସେନା ଭାରତ ନିକଟରେ ଆତ୍ମସମର୍ପଣ କରିଥିଲା । ତେବେ ପାକିସ୍ତାନ ସେନା ଆତ୍ମସମର୍ପଣ ବେଳେ ହସ୍ତାନ୍ତର କରିଥିବା ଅସ୍ତ୍ରଶସ୍ତ୍ର ଏବେ କୋଲକାତାର ସଂଗ୍ରହାଳୟରେ ପ୍ରଦର୍ଶିତ ହେବାକୁ ଯାଉଛି । ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗ୍ରୀନ ସିଗନାଲ ଦେଇଛି । ପାକିସ୍ତାନ ସେନା ବ୍ୟବହାର କରିଥିବା ୫ଟି ରାଇଫଲ ଓ ରକେଟ ଲଞ୍ଚରକୁ ସଂଗ୍ରହାଳୟରେ ପ୍ରଦର୍ଶିତ କରାଯିବ । ଏହା ଏବେ ସୀମା ସୁରକ୍ଷା ବଳ (ବିଏସଏଫ) ନିକଟରେ ରହିଛି । ଆସନ୍ତାକାଲି(ସୋମବାର) ଏହାକୁ ପଶ୍ଚିମବଙ୍ଗ ପ୍ରଶାସନକୁ ହସ୍ତାନ୍ତର କରାଯିବ ।

ଆସନ୍ତାକାଲି(ସୋମବାର) ଏହାକୁ ବିଏସଏଫ ମହାନିର୍ଦ୍ଦେଶକଙ୍କ ଠାରୁ ଗ୍ରହଣ କରିବା ପାଇଁ ପଶ୍ଚିମବଙ୍ଗ ଆଡମିନିଷ୍ଟ୍ରେଟର ଜେନେରାଲ ବିପ୍ଳବ ରୟ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି । ତେବେ ଏହା ପ୍ରଥମ ଥର କୌଣସି ବେସାମରିକ ଅନୁଷ୍ଠାନ ସେନାଠାରୁ ଯୁଦ୍ଧରେ ସେନା ଦ୍ବାରା ବ୍ୟବହୃତ ହୋଇଥିବା ମାରଣାସ୍ତ୍ର ଗ୍ରହଣ କରିବାକୁ ଯାଉଛି । ଏହାକୁ କୋଲକାତା ସଂଗ୍ରହାଳୟରେ ରଖାଯିବା ପରେ ସାଧାରଣ ଲୋକେ ଏହାକୁ ଦେଖିବାର ସୁଯୋଗ ପାଇବେ । ଦର୍ଶକମାନେ ୧୯୭୧ରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧ, ଭାରତର ବିଜୟ ସହ ପାକିସ୍ତାନର ଶୋଚନୀୟ ପରାଜୟ ଓ ଆତ୍ମସମର୍ପଣ ସମ୍ପର୍କରେ ସୂଚନା ମଧ୍ୟ ପାଇପାରିବେ ।

ଏହା ମଧ୍ୟ ପଢନ୍ତୁ:- Afghanistan: ୨୦୦୦ ପାର କଲାଣି ଭୂକମ୍ପ ମୃତ୍ୟୁସଂଖ୍ୟା, ଏବେ ବି ଉଦ୍ଧାର କାର୍ଯ୍ୟ ଜାରି

୧୯୭୧ ମସିହାରେ ଭାରତ ପାକିସ୍ତାନ ମଧ୍ୟରେ ହୋଇଥିବା ଦ୍ବିତୀୟ ଯୁଦ୍ଧରେ ଭାରତୀୟ ସେନା ଐତିହାସିକ ବିଜୟ ଲାଭ କରିଥିଲା । ଶୋଚନୀୟ ଭାବେ ପରାଜିତ ହେବା ସହ ଆତ୍ମସମର୍ପଣ ମଧ୍ୟ କରିବାକୁ ବାଧ୍ୟ ହୋଇଥିଲା ପାକିସ୍ତାନ । ବାଂଲାଦେଶ ତଥା ତତ୍କାଳୀନ ପୂର୍ବ-ପାକିସ୍ତାନ ଭାରତ ସହାୟତାରେ ପାକିସ୍ତାନଠାରୁ ସ୍ବାଧୀନ ରାଷ୍ଟ୍ର ଭାବେ ଆତ୍ମପ୍ରକାଶ କରିଥିଲା । ସେହି ଆତ୍ମସମର୍ପଣ ସମୟରେ ପାକିସ୍ତାନ ସେନା ବ୍ୟବହାର କରିଥିବା ଅସ୍ତ୍ରଶସ୍ତ୍ର ମଧ୍ୟ ଭାରତ ନିକଟରେ ରହିଥିଲା । ଏବେ ତାହା ବିଏସଏଫ ନିକଟରେ ରହିଛି । ଏଥିରୁ ୫ ରାଇଫଲ ଓ ରକେଟ ଲଞ୍ଚର୍ସ କୋଲକାତା ସଂଗ୍ରହାଳୟରେ ପ୍ରଦର୍ଶିତ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.