ETV Bharat / bharat

ଆଗାମୀ 5 ବର୍ଷ ମଧ୍ୟରେ ଦେଶର ସର୍ବଶ୍ରେଷ୍ଠ ଅର୍ଥନୀତି ହେବ ୟୁପି: ଯୋଗୀ

ୟୁପିରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ଯୋଗୀ । 5 ବର୍ଷ ମଧ୍ୟରେ ଉତ୍ତର ପ୍ରଦେଶକୁ ଦେଶର ଅନ୍ୟତମ ଶ୍ରେଷ୍ଠ ଏକକ ଅର୍ଥନୀତିରେ ପରିଣତ କରିବୁ କହିଲେ ସିଏମ ।

author img

By

Published : Jul 5, 2021, 7:59 AM IST

We will make UP number one economy of country in next five years, says CM Yogi Adityanath
5 ବର୍ଷ ମଧ୍ୟରେ ଦେଶର ସର୍ବଶ୍ରେଷ୍ଠ ଅର୍ଥନୀତି ହେବ ୟୁପି:ଯୋଗୀ

ଲକ୍ଷ୍ନୌ: ସମସ୍ତ ପ୍ରକଳ୍ପର ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଆଗାମୀ 5 ବର୍ଷ ମଧ୍ୟରେ ଉତ୍ତର ପ୍ରଦେଶକୁ ଦେଶର ଅନ୍ୟତମ ଶ୍ରେଷ୍ଠ ଏକକ ଅର୍ଥନୀତିରେ ପରିଣତ କରିବୁ । ରବିବାର ଉତ୍ତର ପ୍ରଦେଶରେ 130 କୋଟିର 21ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ 32 କୋଟି ଟଙ୍କା ମୂଲ୍ୟର 50 ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ଯୋଗୀ ।

ଏହି ଅବସରରେ ଯୋଗ ଦେଇ ଆଦିତ୍ୟନାଥ କହିଛନ୍ତି ଯେ,2017 ପୂର୍ବରୁ, ରାଜ୍ୟ ବାହାରର ଲୋକମାନେ ଉତ୍ତରପ୍ରଦେଶର ପୁଞ୍ଜି ବିନିଯୋଗର ନାଁ ଶୁଣିବା ମାତ୍ରେ ହସୁଥିଲେ । ଗତ ଚାରି ବର୍ଷ ମଧ୍ୟରେ ଉତ୍ତରପ୍ରଦେଶ ବିଷୟରେ ସୃଷ୍ଟି ହୋଇଥିବା ନକାରାତ୍ମକ ଭାବନାକୁ ଆମେ ଭାଙ୍ଗିଛୁ । 2016 ମସିହାରେ ଉତ୍ତରପ୍ରଦେଶ ଦେଶର ଅର୍ଥନୀତି କ୍ଷେତ୍ରରେ ଷଷ୍ଠ ସ୍ଥାନରେ ରହିଥିଲା ।

କିନ୍ତୁ 2017 ପରଠାରୁ ଏଠାରେ ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଇଛି । 2020 ମସିହାରେ ଏହା ଦେଶର ଦ୍ବିତୀୟ ବୃହତ୍ତମ ଅର୍ଥନୀତି ଭାବରେ ଉଭା ହୋଇଛି । ବୃହତ ଭିତ୍ତିଭୂମି ପ୍ରକଳ୍ପ ଏବଂ ଏକ ସ୍ବଚ୍ଛ ବିନିଯୋଗ ବ୍ୟବସ୍ଥା ଆଧାରରେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଆମେ ଉତ୍ତରପ୍ରଦେଶକୁ ଦେଶର ଏକ ନମ୍ବର ଅର୍ଥନୀତି କରିବୁ।

ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ, 2016 ପର୍ଯ୍ୟନ୍ତ ବ୍ୟବସାୟ କରିବା ଦୃଷ୍ଟିରୁ ଉତ୍ତରପ୍ରଦେଶର ମାନ୍ୟତା ଦେଶରେ 16 ତମ ସ୍ଥାନରେ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି, ଏଥିରେ ବହୁତ ଉନ୍ନତି ହୋଇଛି । ତେଣୁ ଏହି ର଼୍ୟାଙ୍କିଙ୍ଗ ବର୍ତ୍ତମାନ ଦୁଇ ନମ୍ବରରେ ରହିଛି । ପୁଞ୍ଜି ବିନିଯୋଗ ଏବଂ ବିକାଶ ପ୍ରକଳ୍ପ ମାଧ୍ୟମରେ ରୋଜଗାରର ସୃଷ୍ଟି ହୋଇଛି । ଦେଶର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟରେ ସର୍ବନିମ୍ନ ବେକାରୀ ହାର ରହିଛି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.