ETV Bharat / bharat

ଶ୍ରୀଲଙ୍କା କଠିନ ସମୟରେ ସାହାଯ୍ୟ କରିବାକୁ ପ୍ରସ୍ତୁତ ଭାରତ: ଅରିନ୍ଦମ ବାଗ୍‌ଚି

author img

By

Published : Apr 8, 2022, 12:25 PM IST

ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଦେଖାଦେଇଥିବା ବେଳେ ଲାଗି ରହିଛି ରାଜନୈତିକ ଅସ୍ଥିରତା । ଜଟିଳ ହେବାରେ ଲାଗିଛି ଜନଜୀବନ । ଆଉ ଏହି କଠିନ ସମୟରେ ପଡୋଶୀ ଦେଶ ଶ୍ରୀଲଙ୍କାକୁ ସମସ୍ତ ସହାୟତା କରିବାକୁ ଭାରତ ପ୍ରସ୍ତୁତ ରହିଛି । ଏନେଇ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚି । ଅଧିକ ପଢନ୍ତୁ

ଶ୍ରୀଲଙ୍କାକୁ ସାହାଯ୍ୟ କରିବା ପାଇଁ ଆମେ ପ୍ରସ୍ତୁତ : ଭାରତ

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଦେଖାଦେଇଥିବା ବେଳେ ଲାଗି ରହିଛି ରାଜନୈତିକ ଅସ୍ଥିରତା । ଜଟିଳ ହେବାରେ ଲାଗିଛି ଜନଜୀବନ । ଆଉ ଏହି କଠିନ ସମୟରେ ପଡୋଶୀ ଦେଶ ଶ୍ରୀଲଙ୍କାକୁ ସମସ୍ତ ସହାୟତା କରିବାକୁ ଭାରତ ପ୍ରସ୍ତୁତ ରହିଛି । ଏନେଇ ସୂଚନା ଦେଇଛନ୍ତି ବୈଦେଶିକ ବିଭାଗ ମୁଖପାତ୍ର ଅରିନ୍ଦମ ବାଗଚି ।

ଗତ ତିନି ମାସ ମଧ୍ୟରେ ଶ୍ରୀଲଙ୍କାକୁ ପ୍ରାୟ 2.5 ବିଲିୟନ ଡ଼ଲାରର ସହାୟତା ପ୍ରଦାନ କରିଛି ଭାରତ । ଯେଉଁଥିରେ ଇନ୍ଧନ ଏବଂ ଖାଦ୍ୟ ପାଇଁ ସହାୟତା ମଧ୍ୟ ସାମିଲ ହୋଇଛି । ମାର୍ଚ୍ଚ ମଧ୍ୟଭାଗରୁ ଶ୍ରୀଲଙ୍କାକୁ 270,000 ମେଟ୍ରିକ ଟନରୁ ଅଧିକ ଡିଜେଲ ଏବଂ ପେଟ୍ରୋଲ ମଧ୍ୟ ଦିଆଯାଇଛି । ଏଥିସହ ପ୍ରାୟ 40,000 ଟନ ଚାଉଳ ଯୋଗାଇ ଦିଆଯାଇଛି ବୋଲି ବାଗଚି ସୂଚନା ଦେଇଛନ୍ତି ।

ବୈଦେଶିକ ବିଭାଗ ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ, ଆମେ ବିଭିନ୍ନ ସମୟରେ ସେମାନଙ୍କ ନିକଟରେ ପହଞ୍ଚି ସାରିଛୁ । ଆଗକୁ ମଧ୍ୟ ଏପରି ସହାୟତା ଜାରି ରହିବ । ଆର୍ଥିକ ସଙ୍କଟ ଯୋଗୁଁ ଶ୍ରୀଲଙ୍କାରେ ଗତ କିଛି ଦିନ ହେବ ସାଧାରଣ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି । ଜନ ସାଧାରଣଙ୍କ ଆକ୍ରୋଶ ବୃଦ୍ଧି ପାଇବା ଯୋଗୁଁ ପ୍ରାୟ ସମସ୍ତ କ୍ୟାବିନେଟ ମନ୍ତ୍ରୀଙ୍କୁ ସରକାର ଛାଡିବାକୁ ବାଧ୍ୟ ହୋଇଥିଲେ ।

ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କୁ ମଧ୍ୟ ଇସ୍ତଫା ଦେବାକୁ ଦାବି ଜୋର ଧରିଛି । ହେଲେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଆସୁଛନ୍ତି । ଶ୍ରୀଲଙ୍କା ସହିତ ଭାରତର ସାମଗ୍ରିକ ସମ୍ପର୍କ ବିଷୟରେ ସେ କହିଛନ୍ତି ଯେ ଏହି ସମ୍ପର୍କ ଦୁଇ ଦେଶର ସହଭାଗୀ ସଭ୍ୟତା ମୂଲ୍ୟବୋଧ ଏବଂ ଆକାଂକ୍ଷା ମଧ୍ୟରେ ରହିଛି। ପଡୋଶୀ ତଥା ଘନିଷ୍ଠ ବନ୍ଧୁ ଭାବରେ ଶ୍ରୀଲଙ୍କାର ବିକାଶଶୀଳ ଆର୍ଥିକ ସ୍ଥିତି ଏବଂ ଅନ୍ୟାନ୍ୟ ବିକାଶକୁ ଭାରତ ଆଗ୍ରହର ସହ ଅନୁସରଣ କରୁଛି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.