ETV Bharat / bharat

We Are At War: ନେତାନ୍ୟାହୁଙ୍କ ନିର୍ଦ୍ଦେଶ ପରେ ଅପରେସନ ‘ଆଇରନ ସୋର୍ଡ’ ଆରମ୍ଭ, ଭାରତୀୟଙ୍କ ପାଇଁ ଗାଇଡଲାଇନ ଜାରି - ପାଲେଷ୍ଟାଇନ ଇସ୍ରୋଏଲ ଯୁଦ୍ଧ

ଦେଶବାସୀଙ୍କୁ ସମ୍ବୋଧିତ କରି ଯୁଦ୍ଧ ଘୋଷଣା କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଭାରତୀୟ ନାଗରିକଙ୍କ ପାଇଁ ଜାରି ହେଲା ଗାଇଡଲାଇନ । ଅଧିକ ପଢନ୍ତୁ

ଯୁଦ୍ଧ ଘୋଷଣା କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନିତନ୍ୟାୁହୁ, ଭାରତୀୟ ନାଗରିକଙ୍କ ପାଇଁ ଗାଇଡଲାଇନ ଜାରି କଲା ଦୂତାବାସ

author img

By ETV Bharat Odisha Team

Published : Oct 7, 2023, 4:24 PM IST

ଯୁଦ୍ଧ ଘୋଷଣା କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନିତନ୍ୟାୁହୁ

ହାଇଦ୍ରାବାଦ: ଋଷ-ୟୁକ୍ରେନ ଯୁଦ୍ଧ ଥମିନଥିବା ବେଳେ ବିଶ୍ବ ଦେଖିବାକୁ ଯାଉଛି ପୁଣି ଏକ ଯୁଦ୍ଧ । ହମାସର ଅତର୍କିତ ଆକ୍ରମଣ ପରେ ଯୁଦ୍ଧ ଘୋଷଣା କରିଛି ଇସ୍ରାଏଲ । ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ନିଜେ ଯୁଦ୍ଧ ନିର୍ଦ୍ଦେଶ ଦେବା ସହ ଏକ୍ସରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ଇସ୍ରାଏଲ ଏହି ଆକ୍ରମଣର ପ୍ରତିଶୋଧ ନେବ ଓ ଯୁଦ୍ଧ ଘୋଷଣା କରାଯାଇ ସାରିଛି ବୋଲି ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ।

ନେତାନ୍ୟାହୁ କହିଛନ୍ତି,‘‘ଏହା କୌଣସି ସାମରିକ ଅପରେସନ ନୁହେଁ କିମ୍ବା କୌଣସି ଗୋଟିଏ ପର୍ଯ୍ୟାୟର ମିଶନ ମଧ୍ୟ ନୁହେଁ । ହମାସ ଇସ୍ରାଏଲ ଉପରେ ଯେଉଁ ଆକ୍ରମଣ କରିଛି ତାହା ଆଶ୍ଚର୍ଯ୍ୟ ଚକିତ କରିବା ପରି । ଆମ ଶତ୍ରୁଙ୍କୁ ଏହାର ବହୁମୂଲ୍ୟ ଦେବାକୁ ପଡିବ । ଯୁଦ୍ଧ ଆରମ୍ଭ କରିବା ପାଇଁ ମୁଁ ନିର୍ଦ୍ଦେଶ ଦେଇସାରିଛି । ଆମେ ଏହି ଯୁଦ୍ଧରେ ନିଶ୍ଚିତ ହେବୁ ।’’ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ‘ଆଇରନ ସୋର୍ଡ’ ନାମରେ ଅପରେସନ ଆରମ୍ଭ କରିଛି । ଏକ୍ସରେ ସୂଚନା ଦେଇ ଇସ୍ରାଏଲ ସେନା କହିଛି, ଗାଜାରୁ ହମାସ ଆତଙ୍କୀମାନେ ଇସ୍ରାଏଲ ଅଞ୍ଚଳରେ ଆକ୍ରମଣ କରିଛନ୍ତି । ଗାଜାରେ ଥିବା ହମାସ ଆଡ୍ଡା ଉପରେ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

ତେବେ ବିଧିବଦ୍ଧ ଯୁଦ୍ଧ ଘୋଷଣା ହେବା ପରେ ଇସ୍ରାଏଲରେ ଅବସ୍ଥାପିତ ଭାରତୀୟ ଦୂତାବାସ ପ୍ରବାସୀ ଭାରତୀୟଙ୍କ ପାଇଁ ଗାଇଡଲାଇନ୍‌ ଜାରି କରିଛି । ସ୍ଥିତିକୁ ଦେଖି ସତର୍କ ରହିବା ସହ ସ୍ଥାନୀୟ ପ୍ରଶାସନର ସୁରକ୍ଷା ପ୍ରୋଟୋକଲ ପାଳନ କରିବା ପାଇଁ ଜାରି ଗାଇଡଲାଇନରେ କୁହାଯାଇଛି । କୌଣସି କାରଣ ପାଇଁ ବାହାରକୁ ନବାହାରି ଘରେ ଓ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ମଧ୍ୟ କୁହାଯାଇଛି । ସେହିପରି କୌଣସି ସୂଚନା ପାଇବା ପାଇଁ ଇସ୍ରାଏଲ ହୋମ ଫ୍ରଣ୍ଟ କମାଣ୍ଡର ଓ୍ବେବସାଇଟ ଫଲୋ କରିବା ପାଇଁ କୁହାଯାଇଛି । ସେହିପରି କୌଣସି ଜରୁରୀ ସହାୟତା ଆବଶ୍ୟକ ପଡିଲେ +97235226748 କୁ କଲ୍‌ କିମ୍ବା cons1.telaviv@mea.gov.in.ରେ ମେସେଜ କରିବା ପାଇଁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ:-ଗାଜାରୁ 5000 ରକେଟ ବର୍ଷା; ଯୁଦ୍ଧ ଘୋଷଣା କଲା ଇସ୍ରାଏଲ

ଆଜି ସକାଳୁ ପାଲେଷ୍ଟାଇନର ଗାଜା ଷ୍ଟ୍ରିପରୁ ଉଗ୍ରବାଦୀମାନେ ଇସ୍ରାଏଲ ଉପରେ ହଜାରରୁ ଅଧିକ ରକେଟ ମାଡ କରିଥିଲେ । ଏଥିରେ ଏବେ ସୁଦ୍ଧା ୫ ଜଣ ଇସ୍ରାଏଲ ନାଗିରକଙ୍କ ମୃତ୍ୟୁ ହେବା ସହ ଶତାଧିକ ଆହତ ହୋଇଥିବା ସୂଚନା ମିଳିଛି । ପୁରା ଇସ୍ରାଏଲରେ ଜରୁରୀ ସ୍ଥିତି ଘୋଷଣା ହୋଇଛି । ଇସ୍ରାଏଲ ସେନା ଅପରେସନ ‘ଆଇରନ ସୋର୍ଡ’ ଆରମ୍ଭ କରିସାରିଛି । ପାଲଟା ଆକ୍ରମଣ ଆରମ୍ଭ ହୋଇସାରିଥିବା ବେଳେ କ୍ଷୟକ୍ଷତିର ସୂଚନା ମିଳିନି । ଆକ୍ରମଣ ଅତି ଭୟଙ୍କର ହେବା ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତୁନ୍ୟାହୁ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.