ETV Bharat / bharat

‘ଭବାନୀପୁର ନିର୍ବାଚନରେ ନଥିଲା ସ୍ବଚ୍ଛତା’

author img

By

Published : Sep 12, 2021, 11:48 AM IST

କାଳୀଘାଟ ମନ୍ଦିର ଗସ୍ତ ସମୟରେ ଟିଏମସି ଉପରେ ପ୍ରବଳ ବର୍ଷିଲେ ମମତାଙ୍କ ଭବାନୀପୁର ଆସନ ବିପକ୍ଷ ପ୍ରାର୍ଥୀ ପ୍ରିୟଙ୍କା ତ୍ରିବେୱାଲ । ଅଧିକ ପଢନ୍ତୁ...

ଭବାନିପୁର ନିର୍ବାଚନରେ ସ୍ବଚ୍ଛତା ନଥିଲା: ଉପନିର୍ବାଚନ ପ୍ରାର୍ଥୀ ପ୍ରିୟଙ୍କା

କୋଲକାତା: ଗତ ନିର୍ବାଚନରେ ଭବାନୀପୁରରେ ସ୍ବଚ୍ଛତା ନଥିଲା କି ଶାନ୍ତିପୂର୍ଣ୍ଣ ଭାବେ ହୋଇନଥିଲା । କାରଣ ତୃଣମୂଳ କଂଗ୍ରେସ ହିଂସାତ୍ମକ ପଥ ଆପଣେଇଥିଲା । ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିପକ୍ଷରେ ଛିଡା ହୋଇଥିବା ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରେୱାଲ ଏପରି କହିଛନ୍ତି ।

ଶନିବାର ତିବ୍ରେୱାଲ ପଶ୍ଚିମବଙ୍ଗର କାଳୀଘାଟ ମନ୍ଦିର ଗସ୍ତ କରିଛନ୍ତି । ଏହି ସମୟରେ ସେ କହିଛନ୍ତି ଯେ, 'ଦେବୀ କାଳୀଙ୍କ ଆଶୀର୍ବାଦ ପାଇଁ ମୁଁ ଏଠାକୁ ଆସିଥିଲି, ପଶ୍ଚିମବଙ୍ଗକୁ କିପରି ନ୍ୟାୟ ଦେଇପାରିବି ସେଥିପାଇଁ ମା'ଙ୍କ ଆଶିଷ ଭିକ୍ଷା କରିଛି । କାରଣ ଗତ ନିର୍ବାଚନରେ ପଶ୍ଚିମବଙ୍ଗବାସୀ ପ୍ରବଳ ହିଂସାର ସମ୍ମୁଖୀନ ହୋଇଛନ୍ତି ।'

ସେ ଆହୁରି ମଧ୍ୟ କହିଛନ୍ତି, 'ଶାସକ ଦଳ ହିଂସାକୁ ସମର୍ଥନ କରୁଥିବାରୁ ଗତ ନିର୍ବାଚନ ସ୍ୱଚ୍ଛତା ସହ କରାଯାଇ ନାହିଁ । ପଶ୍ଚିମବଙ୍ଗର ଲୋକଙ୍କ ପ୍ରତି ଅନ୍ୟାୟ କରିଥିବାରୁ ମୋର ସଂଗ୍ରାମ ଶାସକ ଦଳ ବିରୋଧରେ ରହିବ, କାହା ବିପକ୍ଷରେ ନିର୍ବାଚନ ଲଢୁଛି ଜଣାନାହିଁ । କେବଳ ଏତିକି ଜାଣିଛି ମୁଁ ପଶ୍ଚିମବଙ୍ଗରେ ଘଟିଥିବା ହିଂସାର ନିପାତ ପାଇଁ ଆଗକୁ ଆସିଛି ।'

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.