ETV Bharat / bharat

ମମତାଙ୍କ ମେଡିକାଲ ରିପୋର୍ଟ ସାର୍ବଜନୀନ ପାଇଁ ବିଜେପିର ଦାବି

author img

By

Published : Mar 15, 2021, 8:18 AM IST

ମମତା ବାନାର୍ଜୀଙ୍କ ମେଡିକାଲ ରିପୋର୍ଟ ସାର୍ବଜନୀନ କରିବାକୁ ବିଜେପି ଦାବି କରିଛି । ଅଧିକ ପଢନ୍ତୁ...

ମମତା ବାନାର୍ଜୀ
ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମେଡିକାଲ ରିପୋର୍ଟ ସାର୍ବଜନୀନ କରିବାକୁ ବିଜେପି ଦାବି କରିଛି । ରବିବାର ଏନେଇ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ କୋଲକାତାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି ଜଣାଇଛନ୍ତି ।

ମମତା ପ୍ରଥମେ ଏହାକୁ ଆକ୍ରମଣ କହିଥିଲେ । ପରେ ଦୁର୍ଘଟଣା ବୋଲି କୁହାଯାଉଛି । ତେଣୁ ତାଙ୍କର ରିପୋର୍ଟକୁ ସାର୍ବଜନୀନ କରିବାକୁ ବିଜେପି କହିଛି । ଏହା ସହ ପ୍ରତିନିଧି ମଣ୍ଡଳୀ ମୁଖ୍ୟ ନିର୍ବାଚନ କମିଶନକୁ ଏନେଇ ଏକ ଚିଠି ମଧ୍ୟ ଦେଇଛନ୍ତି ।

ଏଥିରେ ଏହି ଘଟଣା ପାଇଁ ଟିଏମସି ବିଜେପିକୁ ଦୋଷ ଦେଉଥିବାରୁ ଏହା ନିର୍ବାଚନ ଆଚରଣବିଧି ଉଲ୍ଲଘଂନ କରୁଥିବା ଦର୍ଶାଇଛି ବିଜେପି । ପ୍ରକୃତ ସତ୍ୟ କଣ ତାହା ଲୋକଲୋଚନକୁ ଆସିବା ଦରକାର ବୋଲି ବିଜେପି କହିଛି ।

ମାର୍ଚ୍ଚ 10 ତାରିଖରେ ମମତା ବାନାର୍ଜୀ ନନ୍ଦିଗ୍ରାମରୁ ପ୍ରାର୍ଥୀପତ୍ର ଦାଖଲ କରି ସାରିବା ପରେ ଏକ ରାଲି କରିଥିଲେ । ଏହି ସମୟରେ ସେ ଆଘାତ ପାଇଥିଲେ । ତାଙ୍କ ଗୋଡରେ ଆଘାତ ଲାଗିଥିବାବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଏଥିପାଇଁ ସେ ଓ ତାଙ୍କ ଦଳ ବିଜେପିକୁ ଦୋଷାରୋପ କରିଥିଲେ ।

ପରେ ମାର୍ଚ୍ଚ 12 ତାରିଖରେ ସେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ପୁଣି ପ୍ରଚାର ମୈଦାନକୁ ଫେରିଛନ୍ତି । ସୂଚନାଥାଉକି, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମାର୍ଚ୍ଚ 27 ତାରିଖରୁ ହେବାକୁ ଯାଉଛି । 8 ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ମେ 2 ତାରିଖରେ ଗଣତି ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.