ETV Bharat / bharat

କୃଷି ଆଇନକୁ ବିରୋଧ କରି ୱାଇନାଡରେ ଟ୍ରାକ୍ଟର ଚଲାଇଲେ ରାହୁଲ - କୃଷି ଆଇନକୁ ବିରୋଧ ଖବର

ନିଜ ସଂସଦୀୟ କ୍ଷେତ୍ର ୱାଇନାଡରେ ରାହୁଲ ଗାନ୍ଧୀଙ୍କ ଟ୍ରାକ୍ଟର ରାଲି । କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ରାହୁଲ ଗାନ୍ଧୀ ଟ୍ରାକ୍ଟର ରାଲି କରିଛନ୍ତି । ରାଲିରେ ନିଜେ ଟ୍ରାକ୍ଟର ଚଲାଇବା ସହ ବିପୁଳ ପରିମାଣରେ ତାଙ୍କ ସମର୍ଥକ ଯୋଗ ଦେଇଥିଲେ ।

tractor rally in wayanad
କୃଷି ଆଇନକୁ ବିରୋଧ କରି ୱାଇନାଡରେ ରାହୁଲ ଗାନ୍ଧୀଙ୍କ ଟ୍ରାକ୍ଟର ରାଲି
author img

By

Published : Feb 22, 2021, 9:01 PM IST

ଥିରୁଅନନ୍ତପୁରମ: ସୋମବାର ନିଜ ସଂସଦୀୟ କ୍ଷେତ୍ର ୱାଇନାଡରେ ରାହୁଲ ଗାନ୍ଧୀଙ୍କ ଟ୍ରାକ୍ଟର ରାଲି । କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ରାହୁଲ ଗାନ୍ଧୀ ଟ୍ରାକ୍ଟର ରାଲି କରିଛନ୍ତି । ରାଲିରେ ନିଜେ ଟ୍ରାକ୍ଟର ଚଲାଇବା ସହ ବିପୁଳ ପରିମାଣରେ ତାଙ୍କ ସମର୍ଥକ ଯୋଗଦେଇଥିଲେ । ଆଜି ନିଜ ସଂସଦୀୟ କ୍ଷେତ୍ରରେ ପହଞ୍ଚିବା ପରେ ରାହୁଲ ଗାନ୍ଧୀ ଟ୍ରାକ୍ଟର ରାଲିରେ ଯୋଗଦେଇଥିଲେ । ନିଜେ ଟ୍ରାକ୍ଟର ଚଲାଇବା ସହ ଲୋକଙ୍କ ସହିତ ସାମିଲ ହୋଇଥିଲେ ।

କୃଷି ଆଇନକୁ ବିରୋଧ କରି ୱାଇନାଡରେ ରାହୁଲ ଗାନ୍ଧୀଙ୍କ ଟ୍ରାକ୍ଟର ରାଲି

କେରଳର ୱାଇନାଡରେ 2019 ଲୋକସଭା ନିର୍ବାଚନରେ ବିଜୟୀ ହାସଲ ପରେ ରାହୁଲ ଗାନ୍ଧୀ ୱାଇନାଡ ଉପରେ ଅଧିକ ଫୋକଶ କରିଛନ୍ତି । ଏହି ରାଲିରେ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । ନୂତନ ଭାବରେ ପ୍ରଣୟନ କରାଯାଇଥିବା କୃଷି ଆଇନ ଦ୍ବାରା ଚାଷୀ କ୍ଷତିଗ୍ରସ୍ତ ହେବେ । ଏହା ଚାଷକୁ ଘରୋଇକରଣ କରି ପୁଞ୍ଜିପତିଙ୍କ ହାତରେ ଚାଷୀଙ୍କୁ ଟେକି ଦେବା ପାଇଁ ଅପଚେଷ୍ଟା କରାଯାଉଛି ବୋଲି ରାହୁଲ କହିଛନ୍ତି । କୃଷକମାନଙ୍କ ସମସ୍ୟାକୁ ସାରା ବିଶ୍ବ ଦେଖୁଛି କିନ୍ତୁ କେନ୍ଦ୍ର ସରକାର ଦେଖିପାରୁନାହିଁନ୍ତି ବୋଲି ରାହୁଲ କହିଛନ୍ତି । ଆମ କୃଷକ ମାନଙ୍କ ପାଇଁ ଆମେରିକାର ପପଷ୍ଟାର କହିପାରୁଛନ୍ତି କିନ୍ତୁ ଆମ ଭାରତ ସରକାର ଚୁପ ରହୁଛନ୍ତି ବୋଲି ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ।

ଏହି କୃଷକ ରାଲିରେ କଂଗ୍ରେସ ସାଧାରଣ ସଂପାଦକ କେ ସି ଭେନୁଗୋପାଲଙ୍କ ସହ କେରଳ କଂଗ୍ରେସର ନେତା ମାନେ ମଧ୍ୟ ଯୋଗ ଦେଇଥିଲେ । କେନ୍ଦ୍ର ସରକାର ନୂତନ ଭାବରେ ଆଣିଥିବା କୃଷି ଆଇନକୁ ବିରୋଧ କରି ସାରା ଦେଶରେ କୃଷକ ମାନେ ଦୀର୍ଘ ଦୁଇମାସରୁ ଊର୍ଦ୍ଧ୍ବ ସମୟ ହେଲା ଆନ୍ଦୋଳନ ଜାରି ରଖିଛନ୍ତି । କେନ୍ଦ୍ର ସରକାର ଓ କୃଷକ ସଂଗଠନ ମାନଙ୍କୁ ନେଇ 10 ଥର ଆଲୋଚନା କରାଯାଇଛି କିନ୍ତୁ କୌଣସି ନିଷ୍କର୍ସ ବାହାରି ନାହିଁ ।

ସୂଚନାଥାଉକି ଚଳିତବର୍ଷ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ବିରୋଧରେ କୃଷି ଆଇନକୁ ଅସ୍ତ୍ର କରି ଲୋକଙ୍କ ପାଖକୁ ପହଞ୍ଚୁଛନ୍ତି । କୃଷକ ଆଇନକୁ ନେଇ ସାରା ଦେଶରେ କୃଷକ ମହାପଞ୍ଚାୟତ ଆୟୋଜନ କରାଯାଉଥିବାବେଳେ ରାହୁଲ ଗାନ୍ଧୀ ଟ୍ରାକ୍ଟର ରାଲି କରି କେନ୍ଦ୍ର ସରକାରଙ୍କୁ ଘେରିବାକୁ ଚେଷ୍ଟା କରୁଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.