ETV Bharat / bharat

ବିପଦ ସଙ୍କେତ ଛୁଇଁଲା ଯମୁନା ନଦୀର ଜଳସ୍ତର - ବିପଦ ସଙ୍କେତ

ଦିଲ୍ଲୀରେ ଲଗାଣ ବର୍ଷାର ପ୍ରଭାବ । ବିପଦ ସଙ୍କେତ ଛୁଇଁଲା ଯମୁନା ନଦୀ । ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ । ଅଧିକ ପଢନ୍ତୁ...

ବିପଦ ସଙ୍କେତ ଛୁଇଁଲା ଯମୁନା ନଦୀର ଜଳସ୍ତର
ବିପଦ ସଙ୍କେତ ଛୁଇଁଲା ଯମୁନା ନଦୀର ଜଳସ୍ତର
author img

By

Published : Aug 2, 2021, 1:02 PM IST

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ରାଜଧାନୀ ଦିଲ୍ଲୀରେ ଲାଗି ରହିଥିଲା ବର୍ଷା । ଫଳରେ ବିପଦ ସଙ୍କେତ ଛୁଇଁଛି ଯମୁନା ନଦୀର ଜଳସ୍ତର । ନଦୀକୂଳରେ ରହୁଥିବା ଲୋକଙ୍କୁ ସୁରକ୍ଷା ସ୍ଥଳକୁ ସ୍ଥାନାନ୍ତରଣ କରିବା ପାଇଁ ଦିଲ୍ଲୀ ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ମିଳିଛି ।

ବର୍ଷା ଋତୁର ମଧ୍ୟଭାଗରେ ଅର୍ଥାତ ଗତ କିଛି ଦିନ ଧରି ଦିଲ୍ଲୀରେ ପ୍ରବଳ ବର୍ଷା ଲାଗି ରହିଥିଲା । ଫଳରେ ରାଜଧାନୀର ଅନେକ ଅଞ୍ଚଳ ହୋଇଥିଲା ଜଳମଗ୍ନ । ଫଳରେ ଯମୁନା ନଦୀର ଜଳସ୍ତର ବଢି ବିପଦ ସଙ୍କେତକୁ ଛୁଇଁଛି । ବନ୍ୟା ଆସିବା ଆଶଙ୍କାରେ ଦିଲ୍ଲୀ ପ୍ରଶାସନ ନଦୀ ନିକଟରେ ରହୁଥିବା ଲୋକଙ୍କୁ ସୁରକ୍ଷା ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ।

ତେବେ ଆଜି(ସୋମବାର) ମଧ୍ୟ ଦିଲ୍ଲୀ ଓ ଆଖପାଖ ଅଞ୍ଚଳ ଫରିଦାବାଦ, ଗୁରୁଗ୍ରାମ, ଗ୍ରେଟର ନୋଏଡା, ନୋଏଡା, ଦାଦ୍ରି, ମିରୁଟ ଓ ଗାଜିଆବାଦ ଆଦି ଅଞ୍ଚଳରେ ଘଡଘଡି ସହ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଯମୁନା ନଦୀ ବିପଦ ସଙ୍କେତ ଛୁଇଁବା ପରେ ବନ୍ୟା ହେବାର ଆଶଙ୍କା ରହିଛି । ଏଥିଲାଗି ପ୍ରଶାସନ ଲୋକଙ୍କୁ ସ୍ଥାନାନ୍ତର କରୁଛି ବୋଲି କହିଛନ୍ତି ଯମୁନାକୂଳ ଅଧିବାସୀ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.