ETV Bharat / bharat

Agnipath Clash: ସ୍ବପ୍ନରେ ରହିଗଲା ଯବାନ ଆଶା, ଆନ୍ଦୋଳନରେ ଚାଲିଗଲା ଜୀବନ

author img

By

Published : Jun 17, 2022, 8:44 PM IST

ଭାରତୀୟ ସେନାରେ ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ତେଲେଙ୍ଗାନାରେ ଜୋରଦାର ବିରୋଧ । ସ୍ଥିତିକୁ ଅଣାୟତ୍ତ କରିବା ଲାଗି ପୋଲିସ ଗୁଳି ଚାଳନା ବେଳେ ଜଣେ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

Agnipath Clash: ସ୍ବପ୍ନରେ ରହିଗଲା ଯବାନ ଆଶା, ଆନ୍ଦୋଳନରେ ଚାଲିଗଲା ଜୀବନ
Agnipath Clash: ସ୍ବପ୍ନରେ ରହିଗଲା ଯବାନ ଆଶା, ଆନ୍ଦୋଳନରେ ଚାଲିଗଲା ଜୀବନ

ହାଇଦ୍ରାବାଦ: ଭାରତୀୟ ସେନାରେ ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା (Agnipath Scheme)କୁ ଦେଶରେ ଅନେକ ରାଜ୍ୟରେ ବିରୋଧ କରାଯାଇଛି । ତେଲେଙ୍ଗାନାରେ ମଧ୍ୟ ଏହା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ସିକନ୍ଦରାବାଦ ରେଲୱେ ଷ୍ଟେସନ (Firing at Secunderabad railway station)ରେ ପୋଲିସ ଗୁଳିରେ ବିକ୍ଷୋଭକାରୀ ତଥା ପରିବାରର ଏକମାତ୍ର ପୁଅର ମୃତ୍ୟୁ ଘଟିଛି । ମୃତକ ଜଣକ ୱାରଙ୍ଗଲ ଜିଲ୍ଲାବାସୀ ବୋଲି ଜଣାପଡ଼ିଛି ।

ୱାରଙ୍ଗଲରେ ପରିବାରର ଏକମାତ୍ର ପୁଅ ମୃତ
ୱାରଙ୍ଗଲରେ ପରିବାରର ଏକମାତ୍ର ପୁଅ ମୃତ

ମୃତକ ଜଣକ ହେଉଛନ୍ତି ୱାରଙ୍ଗଲ ଜିଲ୍ଲା ଖାନପୁରମ ମଣ୍ଡଳ ଦାବିର ପେଟା ଗ୍ରାମର ଦାମୋଦର ରାକେଶ (୨୩) ବୋଲି ଜଣାପଡ଼ିଛି । ସେ ଗରିବ ପରିବାରର ହୋଇଥିବା ବେଳେ ପିତାମାତା ଓ ୨ ଭଉଣୀଙ୍କ ସହ ରହୁଥିଲେ । ଏବେ ରାକେଶ ହନୁମାକୋଣ୍ଡା ସହରରେ ଅଧ୍ୟୟନ କରୁଥିଲେ । ସେ ଗତ ୬ ମାସ ପୂର୍ବରୁ ଭାରତୀୟ ସେନା ନିଯୁକ୍ତିର ଫିଜିକାଲ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ ସେ ଲିଖିତ ପରୀକ୍ଷା ଲାଗି ପ୍ରସ୍ତୁତି କରୁଥିଲେ ।

ଏହା ବି ପଢନ୍ତୁ- Agnipath Scheme Protest: ସିକନ୍ଦରାବାଦ ଷ୍ଟେସନରେ ଟ୍ରେନ୍‌ରେ ନିଆଁ ଲଗାଇଦେଲେ ବିକ୍ଷୋଭକାରୀ

ଗତ ଗୁରୁବାର ସେ ହାଇଦ୍ରାବାଦ ଆସିଥିଲେ । ହେଲେ ଆଜି ସିକନ୍ଦରାବାଦ ରେଲୱେ ଷ୍ଟେସନରେ ଗୁଳିକାଣ୍ଡରେ ତାଙ୍କ ମୃତ୍ୟୁ ଘଟିଛି । ତାଙ୍କ ଶରୀରରେ ଗୁଳି ବାଜିବା ପରେ ତାଙ୍କୁ ସିକନ୍ଦରାବାଦ ଗାନ୍ଧୀ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ରାକେଶଙ୍କ ବଡ଼ ଭଉଣୀ BSFରେ କାର୍ଯ୍ୟରତ ରହିଛନ୍ତି ।

ସୂଚନା ଥାଉ କି ଏହି ଯୋଜନାକୁ ବିରୋଧ କରି ବିକ୍ଷୋଭକାରୀମାନେ ସିକନ୍ଦରାବାଦ ରେଳ ଷ୍ଟେସନରେ ଭଙ୍ଗାରୁଜା କରିବା ସହ ଟ୍ରେନରେ ନିଆଁ ଲଗାଇ ଦେଇଥିଲେ । ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରାଯାଇଥିଲା । ସ୍ଥିତିକୁ ଆୟତ କରିବା ପାଇଁ ପୋଲିସ ଗୁଳି ଚାଳନା କରିଥିଲା । ଫଳରେ ୧୫ରୁ ଅଧିକ ଆହତ ହୋଇଥିବାବେଳେ ଏଥିରେ ରାକେଶଙ୍କ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.