ETV Bharat / bharat

ଓଡିଶାରୁ ଠକିଥିଲା, ବରେଲିରୁ ବନ୍ଧା ହେଲା ଚିଟପଣ୍ଡ ଠକ - ବନ୍ଧା ହେଲା ଓଡିଶାର ଚିଟଫଣ୍ତ ଠକ

ଉତ୍ତର ପ୍ରଦେଶ ବରେଲିର ଏକ ହୋଟେଲରୁ ବନ୍ଧା ହେଲା ଓଡିଶାର ଚିଟଫଣ୍ତ ଠକ ଦିଲ୍ଲୀପ ଜୈନ । ଦୀର୍ଘ ୫ ବର୍ଷ ଧରି ଫେରାର ରହିଥିଲା ଅଭିଯୁକ୍ତ । ଅଧିକ ପଢନ୍ତୁ...

Wanted of Odisha arrested in Bareilly
ଓଡିଶାରୁ ଠକିଥିଲା, ବରେଲିରୁ ବନ୍ଧା ହେଲା ଚିଟପଣ୍ଡ ଠକ
author img

By

Published : Jul 29, 2021, 12:57 PM IST

Updated : Jul 29, 2021, 1:14 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବରେଲିର ଏକ ହୋଟେଲରୁ ବନ୍ଧା ହେଲା ଓଡିଶାର ଚିଟଫଣ୍ତ ଠକ ଦିଲ୍ଲୀପ ଜୈନ । ଦୀର୍ଘ ୫ ବର୍ଷ ଧରି ଫେରାର ରହିଥିଲା ଅଭିଯୁକ୍ତ । ଦିଲ୍ଲୀପଙ୍କର ଘର ରାଜସ୍ଥାନରେ ହୋଇଥିବା ସୂଚନା ରହିଛି । କିନ୍ତୁ ଓଡିଶା ଭୁବନେଶ୍ବରରେ ଏକ ଚିଟଫଣ୍ତ କମ୍ପାନୀ କରି ଏକାଧିକ ଲୋକଙ୍କୁ ୫ କୋଟି ଟଙ୍କା ଠକି ଚମ୍ପଟ ମାରିଥିଲା ଅଭିଯୁକ୍ତ ଦିଲ୍ଲୀପ । ଓଡିଶା ଏସଟିଏଫ ସୂଚନା ଆଧାରରେ ବରେଲି ପୋଲିସ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଛି । 2016ରେ ଏକ ଚିଟଫଣ୍ତ କମ୍ପାନୀ ତିଆରି କରି ବର୍ଷକ ମଧ୍ୟରେ ଜମାକାରୀଙ୍କ ପଇସା ଦୁଇଗୁଣିତ କରିବା କହି ପ୍ରଲୋଭିତ କରି ଲୋକଙ୍କୁ ଠକି ଥିଲା ଦିଲ୍ଲୀପ ।

ଏନେଇ 2016 ମସିହାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । 2016 ମସିହାରୁ ନିଖୋଜ ଥିବା ଅଭିଯୁକ୍ତକୁ ଠାବ କରିବା ପାଇଁ ବିଭିନ୍ନ ସ୍ଥାନରେ ଛାପା ମାରୁଥିଲା ଏସଟିଏଫ । ଏହାସହ ତାର କଣ୍ଟାକ୍ର ଟ୍ରେସିଂ ମଧ୍ୟ କରାଯାଉଥିଲା । ଏହିକ୍ରମରେ ଓଡିଶା ଏସଟିଏଫ ଗତ କିଛି ଦିନ ପୂର୍ବରୁ ଦିଲ୍ଲୀରେ ଅଭିଯୁକ୍ତ ଦିଲୀପଙ୍କ ଥିବା ଠିକଣା ପାଇଥିଲା । ପରେ ବରେଲିର ଇଜାଜତ ନାଗର ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ଏକ ହୋଟେଲରେ ଅଭିଯୁକ୍ତଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ କରିଥିଲା । ଏହାପରେ ବରେଲି ଥାନା ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲା । ବରେଲି ଥାନା ଅଧିକାରୀଙ୍କ ସହଯୋଗରେ ଏକ ଟିମ ହୋଟେଲରେ ରେଡ ମାରିଥିଲେ । ଆଉ ସେଠାରୁ ଦିଲ୍ଲୀପଙ୍କୁ ଗିରଫ କରିଥିଲେ ।

14 ମାସରେ ଜମା କରିଥିବା ରାଶିକୁ ଦ୍ବିଗୁଣିତ କରି ଲୋକଙ୍କୁ ଠକୁ ଥିଲା ଦିଲ୍ଲୀପ । ଇଜାତନାଗର ପୋଲିସ ଷ୍ଟେସନରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି । ଓଡିଶା ଏସଟିଏଫ୍ ଟିମ୍ ମଧ୍ୟ ବରେଲିରେ ପହଞ୍ଚି ଅଭିଯୁକ୍ତକୁ ହେପାଜତକୁ ନେଇ କୋର୍ଟରେ ହାଜର କରିଛି । ପରେ ଟ୍ରାନଜିଟ୍ ରିମାଣ୍ଡରେ ଓଡିଶାକୁ ନେଇଥିବା ସୂଚନା ମିଳିଛି । ବରେଲି ପୋଲିସର ବରିଷ୍ଠ ଅଧୀକ୍ଷକ କହିଛନ୍ତି ଯେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଓଡିଶା ଏସଟିଏଫ୍ ଟିମ୍ ବରେଲି ପୋଲିସର ସହାୟତା ଲୋଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 29, 2021, 1:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.