ETV Bharat / bharat

ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତିରୁ ଶଶିକଳାଙ୍କ ସନ୍ୟାସ

ରାଜନୀତିରୁ ସନ୍ୟାସ ଘୋଷଣା କରଛନ୍ତି ଶଶିକଳା । ଏଆଇଏଡିଏମକେ ନେତାଙ୍କୁ ଏକଜୁଟ ରହିବାକୁ ପରାମର୍ଶ ଦେଇ ଆଗାମୀ ବିଧାନସଭା ନିର୍ବାଚନରେ ଡିଏମକେକୁ ହରାଇବାକୁ ଜୋର ଦେଇଛନ୍ତି ଶଶିକଳା । ଅଧିକ ପଢନ୍ତୁ...

author img

By

Published : Mar 3, 2021, 10:03 PM IST

ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଶିଶିକଳାଙ୍କ ସନ୍ୟାସ

ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଶଶିକଳାଙ୍କ ବଡ ଘୋଷଣା । ରାଜନୀତିରୁ ସନ୍ୟାସ ଘୋଷଣା କଲେ ଶଶିକଳା । ଏଆଇଏଡିଏମକେ ନେତାଙ୍କୁ ଏକଜୁଟ ରହିବାକୁ ପରାମର୍ଶ ଦେଇ ଆଗାମୀ ବିଧାନସଭା ନିର୍ବାଚନରେ ଡିଏମକେକୁ ହରାଇବାକୁ ଜୋର ଦେଇଛନ୍ତି ଶଶିକଳା ।

ନିକଟରେ ଜେଲରୁ ମୁକୁଳିଥିଲେ ଭିକେ ଶଶିକଳା। ଦୀର୍ଘ 4 ବର୍ଷ ସଜା କାଟିବା ପରେ ତାଙ୍କୁ ମୁକ୍ତ କରାଯାଇଥିଲା। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ.ଜୟଲଳିତାଙ୍କ ଘନିଷ୍ଠ ତଥା ତାମିଲବାସୀଙ୍କ ପାଖରେ ଚିନ୍ନମ୍ମା ଭାବେ ପରିଚିତ ଭି.କେ ଶଶୀକଳା କିଛିଦିନ ପୂର୍ବରୁ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି।

ସେପ୍ଟେମ୍ବର 2013 ରେ, ଏକ ସ୍ବତନ୍ତ୍ର କୋର୍ଟ ଜୟଲଳିତାଙ୍କୁ ଚାରି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏହାସହ ତାଙ୍କୁ 100 କୋଟି ଟଙ୍କା ଜୋରିମାନା ସହ ସିଏମ ପଦରୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିଲା। ଏହାସହ ତାଙ୍କ ତିନିଜଣ ସହଯୋଗୀ ଶଶିକଳା, ଭି ଏନ୍ ସୁଧାକରନ୍ ଏବଂ ଇଲାଭାରାସୀ ମଧ୍ୟ ଦୋଷୀ ସାବ୍ୟସ୍ତ ହେବା ସହ ପ୍ରତ୍ୟେକ 10 କୋଟି ଟଙ୍କା ଜୋରିମାନା ଦେଇଥିଲେ ।

ଜୟଲଳିତାଙ୍କ ମୃତ୍ୟୁ ପରେ ଶଶିକଳା ଡିସେମ୍ବର 2016 ରେ AIADMK ର ଦାୟିତ୍ବ ଗ୍ରହଣ କରିଥିଲେ। କିନ୍ତୁ ପରେ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀଙ୍କ ନେତୃତ୍ୱାଧୀନ ଦଳ ତାଙ୍କୁ ବହିଷ୍କୃତ କରିଥିଲେ। ପୁର୍ନବାର ନଭେମ୍ବର 2019ରେ ଶଶିକଳା ଲାଇମଲାଇଟକୁ ଆସିଥିଲେ। ଯେତେବେଳେ ଆୟକର ବିଭାଗ ତାଙ୍କର 1,600 କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ବାଜ୍ୟାପ୍ତି କରାଯାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.