ଚେନ୍ନାଇ: ତାମିଲନାଡୁ ରାଜନୀତିରେ ବଡ ହଲଚଲ । ଏଆଇଏଡିଏମକେରୁ ନିଲମ୍ବିତ ଭିକେ ଶଶିକଳା ରାଜନୀତିକୁ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ହେଉଛନ୍ତି । ତାମିଲନାଡୁ ବିଧାନସଭା ନିର୍ବାଚନର କିଛି ଦିନ ପୂର୍ବରୁ ରାଜନୀତିରୁ ସନ୍ୟାସ ଘୋଷଣା କରିଥିବା ଶଶିକଳା ତାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ସଙ୍କେତ ଦେଇଛନ୍ତି ।
ଆଜିକାଲି ସୋସିଆଲ ମିଡିଆରେ ଏକ ଅଡିଓ କ୍ଲିପ୍ ଭାଇରାଲ ହେଉଛି । ଭାଇରାଲ ଅଡିଓରେ ଶଶିକଳା ନିଜ ଦଳର ନେତାଙ୍କ ସହ କଥାବାର୍ତ୍ତା କରି ରାଜନୀତିରେ ପ୍ରତ୍ୟାବର୍ତ୍ତନକୁ ସୁନିଶ୍ଚିତ କରିଛନ୍ତି।
ଭାଇରାଲ ଅଡିଓରେ ଶଶିକଳା ତାଙ୍କ ଦଳର ନେତାଙ୍କୁ ଫୋନରେ କହୁଛନ୍ତି ଯେ ବ୍ୟସ୍ତ ହୁଅନ୍ତୁ ନାହିଁ, ଦଳର ଜିନିଷ ନିଶ୍ଚିତ ଭାବରେ ଠିକ ହୋଇଯିବ। ସମସ୍ତେ ସାହସୀ ହୁଅ । ଥରେ କୋରୋନା ମହାମାରୀ ସମାପ୍ତ ହୋଇଯାଉ ମୁଁ ଫେରିବି ।
ଏହାର ଉତ୍ତରରେ ଦଳର ନେତା କହୁଛନ୍ତି- 'ଆମ୍ମା ତୁମ ପଛରେ ରହିବୁ'। ଭାଇରାଲ୍ ଫୋନ କଲ ଏମଏମକେ ସାଧାରଣ ସମ୍ପାଦକ ଦିନାକରନଙ୍କ ବ୍ୟକ୍ତିଗତ ସହାୟକ ଜନାରଥନ ସ୍ପଷ୍ଟ କରିଛନ୍ତି ।