ETV Bharat / bharat

ଭିଝିଞ୍ଜାମ ଥାନା ଉପରେ ଆକ୍ରମଣ: 36 ପୋଲିସ କର୍ମଚାରୀ ଆହତ, 3000ଜଣଙ୍କ ବିରୋଧରେ ମାମଲା - ଭିଝିଞ୍ଜାମରେ ଅଦାନୀ ବନ୍ଦର ପ୍ରକଳ୍ପ

କେରଳର ଭିଝିଞ୍ଜାମରେ ଅଦାନୀ ବନ୍ଦର ପ୍ରକଳ୍ପ ବିରୋଧରେ ଚାଲିଥିବା ଆନ୍ଦୋଳନ ହିଂସାକାଣ୍ଡର ରୂପ ନେଇଛି । ଆନ୍ଦୋଳନକାରୀମାନେ ଭିଝିଞ୍ଜାମ ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିଛନ୍ତି । ଏଥିରେ 36 ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

Vizhinjam police station attack: Cases against 3,000 persons
ଭିଞ୍ଜିଲାମ ଥାନା ଉପରେ ଆକ୍ରମଣ: 36 ପୋଲିସ କର୍ମଚାରୀ ଆହତ, 3000ଜଣଙ୍କ ବିରୋଧରେ ମାମଲା
author img

By

Published : Nov 28, 2022, 3:57 PM IST

ଥିରୁଅନନ୍ତପୁରମ: ଭିଝିଞ୍ଜାମରେ ଅଦାନୀ ବନ୍ଦର ପ୍ରକଳ୍ପ ବିରୋଧରେ ଚାଲିଥିବା ଆନ୍ଦୋଳନ ତୀବ୍ରତର ହେବାରେ ଲାଗିଛି । ରବିବାର ଆନ୍ଦୋଳନକାରୀମାନେ ହିଂସାତ୍ମକ ଭାବେ ଭିଝିଞ୍ଜାମ ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିଛନ୍ତି । ଯେଉଁଥିରେ ପ୍ରାୟ 36 ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଏହି ହିଂସାକାଣ୍ଡରେ 3000 ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ସୂଚନା ଅନୁଯାୟୀ, ଗତ 26 ତାରିଖ ହିଂସାକାଣ୍ଡ ମାମଲାରେ ପୋଲିସ ଜଣଙ୍କୁ ଗିରଫ କରିଥିଲା । ଏହାକୁ ବିରୋଧ କରି ରବିବାର ସନ୍ଧ୍ୟାରେ ହଜାର ହଜାର ଆନ୍ଦୋଳନକାରୀ ଭିଝିଞ୍ଜାମ ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିଥିଲେ । ଥାନାରେ ଭଙ୍ଗାରୁଜା କରିବା ସହ ଲାଠି ଏବଂ ପଥରରେ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲା । ଯାହାଫଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଆନ୍ଦୋଳନକାରୀଙ୍କ ଉପରେ ଲାଠିଚାର୍ଜ ଏବଂ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ହିଂସାକଣ୍ଡରେ 36 ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଥିରୁଅନନ୍ତପୁରମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ପୋଲିସ ଅଧିକାରୀ କହିଛନ୍ତି, "ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି, ବାପାକୁ ମାରି ଖଣ୍ଡ ଖଣ୍ଡ କଲେ ମାଆ-ପୁଅ

ଉକ୍ତ ସ୍ଥାନରେ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ 600 ପୋଲିସ ନିୟୋଜିତ ଥିବାବେଳେ ଆହୁରି 300 ଜଣ ପୋଲିସ କର୍ମୀ ମଧ୍ୟ ସାମିଲ ହୋଇଛନ୍ତି । ହିଂସାବେଳେ ଅନେକ ସାଧାରଣ ଲୋକ ଆହତ ହୋଇଛନ୍ତି । ସହରର ବିଭିନ୍ନ ଚିକିତ୍ସାଳୟରେ ସେମାନଙ୍କୁ ଭର୍ତ୍ତି କରାଯାଇଛି । ତେବେ ଏଥିରେ ଅନେକ ଲୋକ ନିଖୋଜ ଅଛନ୍ତି । ଆନ୍ଦୋଳନକାରୀ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରିଛନ୍ତି । ସେମାନଙ୍କ କ୍ୟାମେରା ଭାଙ୍ଗିଦେବା ସହ ମୋବାଇଲ ମଧ୍ୟ ଛଡ଼ାଇନେଇଥିଲେ ।" ଏହି ଘଟଣାରେ 3000 ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.