ETV Bharat / bharat

Viveka Murder Case: ସାଂସଦ ଅଭିନାଶ ରେଡ୍ଡିଙ୍କୁ ଆଶ୍ବସ୍ତି, ୨୫ ଯାଏଁ ଗିରଫଦାରୀ ଉପରେ ଲାଗିଲା ରୋକ୍

author img

By

Published : Apr 19, 2023, 9:44 AM IST

ପୂର୍ବତନ ମନ୍ତ୍ରୀ ବିବେକାନନ୍ଦ ରେଡ୍ଡୀଙ୍କ ହତ୍ୟା ଘଟଣା । ଆସନ୍ତା ୨୫ ଯାଏଁ ସାଂସଦ ଅଭିନାଶ ରେଡ୍ଡିଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇଲେ ତେଲେଙ୍ଗାନା ହାଇକୋର୍ଟ । ଅଧିକ ପଢନ୍ତୁ

ସାଂସଦ ଅଭିନାଶ ରେଡ୍ଡିଙ୍କ ଗିରଫଦାରୀ ଉପରେ ରୋକ୍

ଅମରାବାତୀ: ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଦାଦା ୱାଇ.ଏସ ବିବେକାନନ୍ଦ ରେଡ୍ଡୀ ହତ୍ୟା ଘଟଣାରେ କଡପା ସାଂସଦ ଅଭିନାଶ ରେଡ୍ଡିଙ୍କୁ ତେଲେଙ୍ଗାନା ହାଇକୋର୍ଟରୁ ବଡ ଆଶ୍ବସ୍ତି ମିଳିଛି । ଅଭିନାଶଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ । ଆସନ୍ତା ଏପ୍ରିଲ ୨୫ ତାରିଖ ଯାଏଁ ତାଙ୍କୁ ଗିରଫ କରାଯାଇ ପାରିବ ନାହିଁ । ମଙ୍ଗଳବାର ସାଂସଦଙ୍କ ଅଗ୍ରୀମ ଜାମିନ ଆବେଦନର ଶୁଣାଣି ସମୟରେ ହାଇକୋର୍ଟ ଏହି ଅନ୍ତରୀଣ ଆଦେଶ ଦେଇଛନ୍ତି । ଏହାସହିତ ୨୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଶୁଣାଣି ସମୟରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ମିଳିଛି ।

ତେଲେଙ୍ଗାନା ହାଇକୋର୍ଟ କଡପା ସାଂସଦଙ୍କୁ ପଚରାଉଚରା ସମୟର ଭିଡିଓ ଓ ଅଡିଓ ରେକର୍ଡ କରିବାକୁ ସିବିଆଇକୁ କହିଛନ୍ତି । ଆସନ୍ତା ୨୫ ତାରିଖରେ ଅଭିନାଶ ରେଡ୍ଡିଙ୍କ ଅଗ୍ରୀମ ଜାମିନ ଆବେଦନ ଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ବିବେକାନନ୍ଦ ମର୍ଡର କେସର ତଦନ୍ତ କରୁଥିବା ସିବିଆଇ ୱାଇଏସ ଅଭିନାଶ ରେଡ୍ଡୀଙ୍କ ଜେରା ବୁଧବାର ସକାଳ ଯାଏଁ ଘୁଞ୍ଚାଇବା ପରେ ସାଂସଦଙ୍କୁ ହାଇକୋର୍ଟରୁ ଏହି ଆଶ୍ବସ୍ତି ମିଳିଛି । ଆସନ୍ତା ୨୫ରେ ସାଂସଦଙ୍କ ଅଗ୍ରୀମ ଜାମିନ ଆବେଦନର ଶୁଣାଣି ଥିବାବେଳେ ଏହାକୁ ସିବିଆଇ ପକ୍ଷରୁ ବିରୋଧ କରାଯାଇଛି ।

ଅଭିନାଶଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ହାଇକୋର୍ଟରେ ଯୁକ୍ତି ବାଢିଛନ୍ତି ଯେ, ଅଭିଯୁକ୍ତ ଦସ୍ତାଗିରିଙ୍କ ବୟାନ ବ୍ୟତୀତ ସାଂସଦଙ୍କ ବିରୋଧରେ ଅନ୍ୟ କୌଣସି ପ୍ରମାଣ ନାହିଁ । ଗୁଗୁଲ ଟେକଆଉଟ ଡାଟା ଉପରେ ଭରସା କରିବା ତଦନ୍ତ ପାଇଁ ଅନୁପଯୁକ୍ତ । ବେବେକାଙ୍କ ହତ୍ୟା ପଛରେ ପରିବାରିକ ବିବାଦ, ଆର୍ଥିକ ବିବାଦ କିମ୍ବା ପରକୀୟା ପ୍ରୀତି କାରଣ ହୋଇପାରେ । ତାଙ୍କର ମୃତ୍ୟୁ ଖବର ଜାଣିବା ପରେ ଅଭିନାଶ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲେ । ବିବେକାଙ୍କ ମୃତଦେହ ଥିବା ରୁମ୍ ସଫା କରିବା ପଛରେ କୌଣସି ଷଡଯନ୍ତ୍ର ନଥିଲା ।

ଅନ୍ୟପଟେ ସିବିଆଇ ଯୁକ୍ତ କରିଥିଲା ଯେ, ଅଭିନାଶ ରେଡ୍ଡିଙ୍କ ଠାରୁ ଅଧିକ ତଥ୍ୟ ସଂଗ୍ରହର ଆବଶ୍ୟତକା ଥିବାରୁ ତାଙ୍କୁ ଅଗ୍ରୀମ ଜାମିନ ପ୍ରଦାନ କରାଯିବା ଅନୁଚିତ୍ । ବିବେକାଙ୍କ ହତ୍ୟା ଷଡଯନ୍ତ୍ର ସମ୍ପର୍କରେ ଅଭିନାଶଙ୍କୁ ଆଗରୁ ଜଣାଥିଲା । ପୂର୍ବରୁ ୪ ଥର ଜେରା ସମୟରେ ସେ ଠିକ୍ ଭାବେ ସହଯୋଗ କରିନଥିଲେ । ଏହି ଘଟଣାରେ ସାଇଣ୍ଟିଫିକ ଓ ଟେକ୍ନିକାଲ ପ୍ରମାଣ ସଂଗ୍ରହ କରାଯାଉଛି । କାହିଁକି ହତ୍ୟାକୁ ହୃଦଘାତ ଦର୍ଶାଗଲା ତାହା ଜାଣିବାକୁ ଚେଷ୍ଟା ଚାଲିଛି । ହତ୍ୟାକାଣ୍ଡ ଦିନ ସକାଳେ ଅଭିନାଶ ରେଡ୍ଡି ଜମ୍ମାଲାମଡୁଗୁ ଅଞ୍ଚଳରେ ଥିବା ସେ କହିଥିଲେ । ହେଲେ ତାଙ୍କ ମୋବାଇଲ ଟାୱାର ସିଗନଲାରୁ ସେ ସେହି ସମୟରେ ଘରେ ଥିବା ଜଣାପଡିଛି ।

ଏହି ଘଟଣା ସମ୍ପର୍କରେ ପଚରାଉଚରା ପାଇଁ ଗତ ସୋମବାର ଦିନ ସାଢେ ୧୦ଟା ସମୟରେ ଅଭିନାଶଙ୍କୁ ସିବିଆଇରେ ହାଜର ହେବାକୁ ନୋଟିସ୍ ଦିଆଯାଇଥିଲା । ପରେ ହାଇକୋର୍ଟଙ୍କ ପରାମର୍ଶକ୍ରମେ ଜେରାକୁ ବୁଧବାର ଯାଏଁ ଘୁଞ୍ଚାଇ ଦିଆଯାଇଥିଲା । କହିରଖୁଛୁ କି, ଅଭିନାଶ ରେଡ୍ଡି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନମୋହନ ରେଡ୍ଡିଙ୍କ ସମ୍ପର୍କୀୟ ଭାଇ ଅଟନ୍ତି ।

ବିବେକାନନ୍ଦ ରେଡ୍ଡିଙ୍କ ହତ୍ୟା ପରେ ଘଟଣାସ୍ଥଳରୁ ପ୍ରମାଣ ନଷ୍ଟ କରିବାରେ କଡପା ସାଂସଦ ଅଭିନାଶ ରେଡ୍ଡିଙ୍କ ମୁଖ୍ୟ ଭୂମିକା ଥିବା ସିବିଆଇ ଅଭିଯୋଗ କରିଛି । ଏହି ମାମଲାରେ ଗତ ରବିବାର ଯାଞ୍ଚ ଏଜେନ୍ସି ସାଂସଦଙ୍କ ବାପା ଭାସ୍କର ରେଡ୍ଡିଙ୍କୁ ଗିରଫ କରିସାରିଛି । ହତ୍ୟା ପଛରେ ଅଭିଯୁକ୍ତ ଉଦୟ ରେଡ୍ଡିଙ୍କ ସମେତ ଭାସ୍କର ରେଡ୍ଡି, ଶିବ ଶଙ୍କର ଡେଡି, ଗଙ୍ଗା ରେଡ୍ଡି ଓ ଅଭିନାଶଙ୍କ ସମ୍ପୃକ୍ତି ଥିବା ସିବିଆଇ ଦାବି କରିଛି ।

ଉଲ୍ଲେଖଯୋଗ୍ୟ, ନିର୍ବାଚନର କେଇଟା ଦିନ ପୂର୍ବରୁ ୨୦୧୯ ମାର୍ଚ୍ଚ ୧୫ ରାତିରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କ ଦାଦା ବିବେକାନନ୍ଦ ରେଡ୍ଡିଙ୍କୁ ହତ୍ୟା କରାଯାଇଥିଲା । କଡପା ଜିଲ୍ଲା ଅନ୍ତର୍ଗତ ପୁଲିବେନ୍ଦୁଲାସ୍ଥିତ ବାସଭବନରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ସେହି ସମୟରେ ବିବେକା ଘରେ ଏକାକୀ ଥିଲେ । ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୨୦୨୦ରେ ସିବିଆଇ ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡର ତଦନ୍ତ ଭାର ନେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.