ETV Bharat / bharat

Viveka Murder Case: ସିବିଆଇରେ ହାଜର ହେଲେନି ସାଂସଦ ଅବିନାଶ, ମାଗିଲେ ଅଧିକ ସମୟ

author img

By

Published : May 16, 2023, 4:55 PM IST

ଆନ୍ଧ୍ରପ୍ରଦେଶର ପୂର୍ବତନ ମନ୍ତ୍ରୀ ବିବେକାନନ୍ଦ ହତ୍ୟା ମାମଲା । ସିବିଆଇର ସମନ ପରେ ବି ହାଜର ହୋଇନାହାନ୍ତି ସାଂସଦ ଅବିନାଶ । ଅଧିକ ପଢନ୍ତୁ

Viveka murder case
Viveka murder case

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପୂର୍ବତନ ମନ୍ତ୍ରୀ ବିବେକାନନ୍ଦ ହତ୍ୟା ମାମଲାରେ ବଢିଲା ସାଂସଦ ୱାଇ ଏସ ଅବିନାଶ ରେଡ୍ଡିଙ୍କ ଅଡୁଆ । ସିବିଆଇର ସମନ ପରେ ବି ହାଜର ହୋଇନାହାନ୍ତି ଅବିନାଶ । ସୂଚନା ମୁତାବକ, ମଙ୍ଗଳବାର ଦିନ ୧୧ଟା ସୁଦ୍ଧା ହାଇଦ୍ରାବାଦ ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ସୋମବାର ଅବିନାଶଙ୍କୁ ନୋଟିସ କରାଯାଇଥିଲା । ହେଲେ ସେ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇନଥିବାବେଳେ ବ୍ୟକ୍ତିଗତ କାରଣ ଦର୍ଶାଇ 4 ଦିନ ସମୟ ମାଗିଥିବା ଜଣାପଡିଛି । ତେବେ ପୂର୍ବରୁ ମଧ୍ୟ ଏହି ହତ୍ୟା ମାମଲାରେ କାଡପ୍ପା ସାଂସଦ ଅବିନାଶଙ୍କୁ ଅନେକ ଥର ପଚରାଉଚରା କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ।

ବିଧାନସଭା ନିର୍ବାଚନର ମାତ୍ର ସପ୍ତାହକ ପୂର୍ବରୁ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡିଙ୍କ ସମ୍ପର୍କୀୟ ତଥା ପୂର୍ବତନ ମନ୍ତ୍ରୀ ୱାଇ ଏସ ବିବେକାନନ୍ଦ ରେଡ୍ଡିଙ୍କୁ ବୀଭତ୍ସ ହତ୍ୟା କରାଯାଇଥିଲା । ୧୫ ମାର୍ଚ୍ଚ ୨୦୧୯ରେ ଘଟିଥିଲା ଏହି ଛାତିଥରା ହତ୍ୟାକାଣ୍ଡ । ପୁଲିଭେଣ୍ଡୁଲା ସ୍ଥିତ ବାସଭବନରେ ୬୮ବର୍ଷ ବୟସରେ ସନ୍ଦେହଜନକ ଭାବେ ପ୍ରାଣ ହରାଇଥିଲେ ବିବେକାନନ୍ଦ । ଯାହାକୁ ନେଇ ସନ୍ଦେହ ଘେରକୁ ଆସିଥିଲା ସାଂସଦ ଅବିନାଶ ରେଡ୍ଡିଙ୍କ ସମେତ ପିତା ଭାସ୍କର ରେଡ୍ଡିଙ୍କ ଭୂମିକା । ବିବେକାନନ୍ଦ ଘରେ ଏକୁଟିଆ ଥିବା ସମୟରେ ଯୋଜନାବଦ୍ଧ ଭାବେ ତାଙ୍କୁ ହତ୍ୟା କରାଯିବା ଘଟଣା ପଛରେ ରାଜନୈତିକ ଶତୃତା ଥିବା ନେଇ ସନ୍ଦେହ ଦୃଢୀଭୂତ ହୋଇଥିଲା । ହତ୍ୟାକାଣ୍ଡ ପଛରେ ନିଜର ସମ୍ପର୍କୀୟଙ୍କ ହାତ ଥିବା ଦର୍ଶାଇ ଲିଖିତ ଅଭିଯୋଗ ଆଣିଥିଲେ ବିବେକାନନ୍ଦଙ୍କ ଝିଅ ସୁନିତା ରେଡ୍ଡି । ଏହାସହ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ମଧ୍ୟ କରିଥିଲେ । ଯାହାକୁ ଦୃଷ୍ଟିରେ ରଖି ପ୍ରଥମେ ଏସଆଇଟି ଓ ପରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନଭେମ୍ବର ୨୦୨୦ରେ ସିବିଆଇକୁ ତଦନ୍ତ ଭାର ହସ୍ତାନ୍ତର କରାଯାଇଥିଲା । ପୂର୍ବରୁ ମନ୍ତ୍ରୀ ଏବଂ ସାଂସଦ ରହିଆସିଥିବା ବିବେକାନନ୍ଦ ରେଡ୍ଡି ହେଉଛନ୍ତି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇ ଏସ ରାଜଶେଖର ରେଡ୍ଡିଙ୍କ ଭାଇ ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନଙ୍କ ଦାଦା । ୨୦୧୯ରେ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଶତୃତାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା ।

ସିବିଆଇ ଦ୍ବାରା ଦାଖଲ ହୋଇଥିବା ଚାର୍ଜସିଟରେ କାଡପ୍ପା ଲୋକସଭା ଆସନ ନିମନ୍ତେ ବିବେକାନନ୍ଦ ନିଜ ପାଇଁ, ଜଗନମୋହନଙ୍କ ଭଉଣୀ ଶର୍ମିଲା ଏବଂ ମାଆ ୱାଇ ଏସ ବିଜୟମ୍ମାଙ୍କ ପାଇଁ ଟିକେଟ୍ ମାଗିଥିବା ଭଳି ତଥ୍ୟ ଉଲ୍ଲେଖ ରହିଛି । ଚଳିତ ବର୍ଷ ଏପ୍ରିଲ ମାସରେ ଏହି ହତ୍ୟାକାଣ୍ଡ ମାମଲାରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡୀଙ୍କ ଦାଦା ୱାଇ ଏସ ଭାସ୍କର ରେଡ୍ଡୀଙ୍କୁ ଗିରଫ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଭାସ୍କରଙ୍କ ପୁଅ ତଥା ବର୍ତ୍ତମାନର କଡପ୍ପା ସାଂସଦ ଅବିନାଶଙ୍କୁ ମଧ୍ୟ ଅନେକ ଥର ପଚରାଉଚରା କରିସାରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ହତ୍ୟାକାଣ୍ଡ ଘଟିଥିବା ସ୍ଥାନରୁ ପ୍ରମାଣ ନଷ୍ଟ ପାଇଁ ଯୋଜନା କରିଥିବା ସନ୍ଦେହରେ ଅବିନାଶଙ୍କୁ ସିବିଆଇ ସ୍କାନରକୁ ନେଇଥିବା ଜଣାପଡିଛି । ଏହାସହ ଅର୍ଥ ଦେଣନେଣ ସମ୍ପର୍କରେ ମଧ୍ୟ ତଦନ୍ତକାରୀ ସଂସ୍ଥା ପଚରାଉଚରା କରିପାରେ ବୋଲି କୁହାଯାଉଥିଲା । ହେଲେ ଧାର୍ଯ୍ୟ ସମୟରେ ସିବିଆଇ ଅଫିସରେ ହାଜର ହୋଇନାହାନ୍ତି ସାଂସଦ ଅବିନାଶ ରେଡ୍ଡି । ଏପରିକି ଅବିନାଶଙ୍କ ସହଯୋଗୀ କୁହାଯାଉଥିବା ଉଦୟ କୁମାର ରେଡ୍ଡି ନିକଟରେ ଜାମିନ ଆବେଦନ କରିଥିବାବେଳେ ତାହା ଖାରଜ ହୋଇଛି । ଅପରପକ୍ଷେ ଆନ୍ଧ୍ରପ୍ରଦେଶରେ ମାମଲାର ନିରପେକ୍ଷ ଶୁଣାଣି ଉପରେ ପ୍ରଶ୍ନ ଉଠାଇଥିଲେ ବିବେକାନନ୍ଦଙ୍କ ଝିଅ ସୁନିତା ରେଡ୍ଡି । ଯାହାକୁ ଦୃଷ୍ଟିରେ ରଖି ଏହି ମାମଲାକୁ ଗତବର୍ଷ ହାଇଦ୍ରାବାଦ କୋର୍ଟକୁ ସ୍ଥାନାନ୍ତରିତ କରିଛନ୍ତି ସୁପ୍ରିମକୋର୍ଟ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.