ETV Bharat / bharat

ନାରାୟଣ ରାଣେଙ୍କ ମୁଣ୍ଡ କାଟିଲେ ମିଳିବ ୫୧ ଲକ୍ଷ: ଅରୁଣ ପାଠକ

author img

By

Published : Aug 26, 2021, 4:11 PM IST

ପୁଣି ଚର୍ଚ୍ଚାରେ ବିଶ୍ବ ହିନ୍ଦୁ ସେନାର ଅଧ୍ୟକ୍ଷ ଅରୁଣ ପାଠକ । କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ପୁଣି ସେ ଚର୍ଚ୍ଚାକୁ ଆସିଛନ୍ତି । ରାଣେଙ୍କ ମୁଣ୍ଡ କାଟିଲେ ଉକ୍ତ ବ୍ୟକ୍ତିକୁ ୫୧ ଲକ୍ଷ ଟଙ୍କା ଦେବା ପାଇଁ ସେ ଘୋଷଣା କରିଛନ୍ତି । ଜାଣନ୍ତୁ କାହିଁକି...

କେନ୍ଦ୍ରମନ୍ତ୍ରୀ ରାଣେଙ୍କ ମୁଣ୍ଡ କାଟିଲେ ଦିଆଯିବ ୫୧ ଲକ୍ଷ ପୁରସ୍କାର: ଅରୁଣ ପାଠକ

ଲକ୍ଷ୍ନୌ: ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କୁ ଚାପୁଡ଼ା ମାରିବା ବୟାନ ଧୀରେ ଧୀରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ପାଇଁ ଆଣୁଛି ଗୋଟିଏ ପରେ ଗୋଟିଏ ବିବାଦ । ରାଣେଙ୍କ ମୁଣ୍ଡ କାଟିଲେ ଉକ୍ତ ବ୍ୟକ୍ତିକୁ ୫୧ ଲକ୍ଷ ଟଙ୍କା ପୁରସ୍କାର ଦେବା ପାଇଁ ଘୋଷଣା କରିଛି ବିଶ୍ବ ହିନ୍ଦୁ ସେନାର ଅଧ୍ୟକ୍ଷ ଅରୁଣ ପାଠକ । ବାରଣାସୀର ଭେଲୁପୁର ଅଞ୍ଚଳରେ ରହୁଥିବା ପାଠକ ନିଜ ଫେସବୁକ ଓ ଟ୍ବିଟର ଆକାଉଣ୍ଟରେ ମଧ୍ୟ ରାଣେଙ୍କ ବିରୋଧରେ ବିବାଦୀୟ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି ।

ଅରୁଣ ପୂର୍ବରୁ ଶିବସେନାରେ ଥିଲେ । ମହାରାଷ୍ଟ୍ରରେ କଂଗ୍ରେସ ସହିତ ଗଠବନ୍ଧନ ପରେ ସେ ଶିବସେନା ଛାଡ଼ି ବିଶ୍ବ ହିନ୍ଦୁସେନା ଗଠନ କରିଥିଲେ । ଅରୁଣ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ଭାଷାର ବ୍ୟବହାର କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ମୁଣ୍ଡ କାଟିବା ଉଚିତ ଓ ଏଭଳି ଯିଏ କରିବ ତାକୁ ୫୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ପାଠକ ନିଜ ବିବାଦୀୟ ପୋଷ୍ଟରେ ଲେଖିଛନ୍ତି । ସେ ଟ୍ବିଟର ମଧ୍ୟ ଆଉ ଏକ ଆପତ୍ତିଜନକ ପୋଷ୍ଟ କରି ରାଣେଙ୍କ ମୃତ୍ୟୁ ସମ୍ପର୍କରେ କହିଛନ୍ତି ।

ବାରଣାସୀରେ ରହୁଥିବା ଅରୁଣ ପୂର୍ବରୁ ଶିବସେନାର ନେତା ଥିବାରୁ ଠାକରେ ପରିବାର ପ୍ରତି ତାଙ୍କର ଗଭୀର ଶ୍ରଦ୍ଧା ରହିଛି । ସେ ସବୁବେଳେ ମୁମ୍ବାଇ ଯାତାୟାତ କରୁଥିଲେ । ମୁଖ୍ୟମନ୍ତ୍ରୀଙ୍କ ପିତା ବାଲା ସାହେବ ଠାକରେଙ୍କ ଭକ୍ତ ବୋଲି ସେ ନିଜକୁ କହୁଥିଲେ । କିନ୍ତୁ ଶିବସେନା ଓ କଂଗ୍ରେସ ମହାରାଷ୍ଟ୍ରରେ ସରକାର ଗଠନ କରିବା ପରେ ଅରୁଣ ଏହାର ବିରୋଧ କରିଥିଲେ ଓ ବିଶ୍ବ ହିନ୍ଦୁ ସେନା ନାମରେ ଅନ୍ୟ ଏକ ସଙ୍ଗଠନ ଗଠନ କରିଥିଲେ ।

ପୂର୍ବରୁ ଅନ୍ୟ ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଥିଲେ ଅରୁଣ । ଆଯୋଧ୍ୟା ଓ ଶ୍ରୀରାମଙ୍କୁ ନେଇ ୨୦୨୦ ମସିହା ଜୁଲାଇ ୧୬ ତାରିଖରେ ନେପାଳର ରାଷ୍ଟ୍ରପତି ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହି କାରଣରୁ ଅରୁଣ ଜଣେ ନେପାଳୀ ଯୁବକଙ୍କୁ ଗଙ୍ଗାକୂଳରେ ଜୋରଜବରଦସ୍ତ 'ଜୟ ଶ୍ରୀରାମ' କହିବାକୁ କହିଥିଲେ ଏବଂ ଏହି ସମୟର ଘଟଣାକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଏହି ଘଟଣା ପରେ ସେ ଫେରାର ଥିଲେ ।

କ'ଣ ପାଇଁ ରଖିଲେ ଏଭଳି ପୁରସ୍କାର ?

କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଜନ ଆଶୀର୍ବାଦ ଯାତ୍ରା ସମୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଦେଶ କେବେ ସ୍ବାଧୀନତା ହୋଇଥିଲା ସେ ସମ୍ପର୍କରେ ଭୁଲି ଯାଇଥିଲେ । ସ୍ବାଧୀନତାର ବର୍ଷ ଭୁଲିଯିବା ପରେ ସେ ନିଜ ସହଯୋଗୀଙ୍କୁ ଏ ସମ୍ପର୍କରେ ପଚାରିଥିଲେ ବୋଲି ଅଭିଯୋଗ ଆଣିଥିଲେ ରାଣେ । ଏହା ଅତ୍ୟନ୍ତ ଲଜ୍ଜାଜନକ ଘଟଣା । ଭାଷଣ ସମୟରେ ମୁଖ୍ୟମନ୍ତ୍ରୀ ନିଜ ସହଯୋଗୀଙ୍କୁ ସ୍ବାଧୀନତାର ବର୍ଷ ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ । ସେହି ସ୍ଥାନରେ ଥିଲେ ତାଙ୍କୁ ଚାପୁଡ଼ା ମାରିଥାନ୍ତି ବୋଲି ବିବାଦୀୟ ମନ୍ତବ୍ୟ ଦେଇଥିଲେ ରାଣେ। ଏହାକୁ ନେଇ ରାଜନୀତି ସରଗରମ ହୋଇ ଉଠିଥିଲା । ଏଭଳି ମନ୍ତବ୍ୟ ପାଇଁ ଅରୁଣ କେନ୍ଦ୍ରମନ୍ତ୍ରୀ ରାଣେଙ୍କ ବିରୋଧରେ ବିବାଦୀୟ ପୋଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.