ରାୟପୁର: ଛତିଶଗଡର ଚତୁର୍ଥ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ବିଷ୍ଣୁଦେବ ସାଏ । ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରାୟପୁରର ସାଇନ୍ସ କଲେଜ ଗ୍ରାଉଣ୍ଡରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଆସାମ ମୁଖ୍ଯମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ମଧ୍ୟ ଅଂଶଗ୍ରହଣ କରିଥିଲେ ।
-
#WATCH | PM Modi attends the swearing-in ceremony of Chhattisgarh CM-designate Vishnu Deo Sai in Raipur pic.twitter.com/fdnimtaarr
— ANI (@ANI) December 13, 2023 " '="" class="align-text-top noRightClick twitterSection" data="
">#WATCH | PM Modi attends the swearing-in ceremony of Chhattisgarh CM-designate Vishnu Deo Sai in Raipur pic.twitter.com/fdnimtaarr
— ANI (@ANI) December 13, 2023#WATCH | PM Modi attends the swearing-in ceremony of Chhattisgarh CM-designate Vishnu Deo Sai in Raipur pic.twitter.com/fdnimtaarr
— ANI (@ANI) December 13, 2023
ସାଏଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି । ଦଳର ବରିଷ୍ଠ ନେତା ଅରୁଣ ସାଓ ଓ ବିଜୟ ଶର୍ମା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାୟପୁରର ସାଇନ୍ସ କଲେଜ ଗ୍ରାଉଣ୍ଡରେ ଏହି ସମୋରାହ ଆୟୋଜିତ ହୋଇଛି । ପରବର୍ତ୍ତୀ ସମୟରେ ଅନ୍ୟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ । ଆଜି ପୂର୍ବାହ୍ନରେ ମଧ୍ୟ ପ୍ରଦେଶରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଶେଷ ହେବା ପରେ ଅପରାହ୍ନରେ ରାୟପୁରରେ ସାଏଙ୍କ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଶୀର୍ଷ ବିଜେପି ନେତାମାନେ ପହଞ୍ଚିଥିଲେ । ଏକାଧିକ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଅତିଥି ହୋଇଥିଲେ ।
ରାଜ୍ୟର 4ର୍ଥ ମୁଖ୍ୟମନ୍ତ୍ରୀ ସାଏ:
2000 ମସିହାରେ ମଧ୍ୟ ପ୍ରଦେଶ ଠାରୁ ବିଭାଜିତ ହୋଇ ସ୍ବତନ୍ତ୍ର ରାଜ୍ୟ ହୋଇଥିବା ଛତିଶଗଡର 4ର୍ଥ ମୁଖ୍ୟମନ୍ତ୍ରୀ ହେଉଛନ୍ତି ସାଏ । 1964 ମସିହା ଫେବୃଆରୀ 21 ତାରିଖରେ ଜନ୍ମଗ୍ରହଣ କରିଥିବା ସାଏ, ରାଜ୍ୟର ଜଣେ ପ୍ରମୁଖ ଆଦିବାସୀ ଚେହେରା । ଉଭୟ ସଂସଦ ଓ ବିଧାନସଭାକୁ ସେ ଏକାଧିକ ଥର ନିର୍ବାଚିତ ହୋଇସାରିଛନ୍ତି । କେନ୍ଦ୍ରମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ସମ୍ଭାଳିବାର ଅନୁଭବ ତାଙ୍କର ରହିଛି । ସେହିପରି ସେ ସାଙ୍ଗଠନିକ ଭାବେ ମଧ୍ୟ ଗୁରୁଦାୟିତ୍ବ ତୁଲାଇଛନ୍ତି । 2020 ରୁ 2022 ପର୍ଯ୍ୟନ୍ତ ସେ ରାଜ୍ୟ ବିଜେପି ସଭାପତି ମଧ୍ୟ ଥିଲେ । ହେଲେ ଚଳିତଥର ତାଙ୍କ ନାମ ମୁଖ୍ୟମନ୍ତ୍ରୀ ଚର୍ଚ୍ଚାରେ ନଥିବା ବେଳେ ଫଳାଫଳ ପ୍ରକାଶ ପାଇବାର ସପ୍ତାହ ପରେ ବିଧାୟକ ଦଳ ବୈଠକରେ ତାଙ୍କୁ ଦଳ ହଠାତ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲା ।
ଏହା ମଧ୍ୟ ପଢନ୍ତୁ :- ରାଜ୍ୟପାଳଙ୍କୁ ଭେଟିଲେ ବିଷ୍ଣୁଦେବ ସାଏ, ଖୁବଶୀଘ୍ର ଶପଥ ଗ୍ରହଣ କାର୍ଯ୍ୟସୂଚୀ
90 ଆସନ ବିଶିଷ୍ଟ ଛତିଶଗଡ଼ରେ ଚଳିତ ଥର ଦୁଇଟି ପର୍ଯ୍ୟାୟ ନଭେମ୍ବର 7 ଓ 17 ତାରିଖରେ ପର୍ଯ୍ୟାୟ କ୍ରମିକ ଭୋଟଗ୍ରହଣ ହୋଇଥିଲା । ଏଥିରେ କଂଗ୍ରେସ ସରକାର କ୍ଷମତା ବଜାୟ ରଖିବା ନେଇ ଏକାଧିକ ଏକଜିଟ୍ ପୋଲ୍ ଆକଳନ କରିଥିଲେ ସୁଦ୍ଧା, ତାହା ଭୁଲ ପ୍ରମାଣିତ ହୋଇ ରାଜ୍ୟରେ କ୍ଷମତା ପରବର୍ତ୍ତନ ହୋଇଥିଲା । ଭାରତୀୟ ଜନତା ପାର୍ଟି 54 ଆସନ ସହ ବହୁମତ ପାଇଛି । କଂଗ୍ରେସ 35 ଆସନ ସହ ବିରୋଧୀ ଆସନରେ ରହିଛି । ଆଜି ରାଜ୍ୟରେ ବିଧିବଦ୍ଧ ଭାବେ ଭାଜପା ଶାସନ ଆରମ୍ଭ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ