ETV Bharat / bharat

Delhi Kajhawala Case: ଦୁର୍ଘଟଣା ବେଳେ ନିଶାସକ୍ତ ଥିଲା ଅଞ୍ଜଳି, ଭିସେରା ରିପୋର୍ଟରେ ପ୍ରମାଣିତ - ଭିସେରା ରିପୋର୍ଟ

ଦିଲ୍ଲୀ କଞ୍ଝୱାଲା କାର ଦୁର୍ଘଟଣା ମାମଲା । ମୃତ ଅଞ୍ଜଳି ଦୁର୍ଘଟଣା ବେଳେ ନିଶାସକ୍ତ ଥିବା ଜଣାପଡ଼ିଛି । ଏହା ଭିସେରା ରିପୋର୍ଟରେ ପ୍ରମାଣିତ ହୋଇଛି । ଅଧିକ ପଢନ୍ତୁ

Delhi Kajhawala Case
Delhi Kajhawala Case
author img

By

Published : Feb 3, 2023, 8:11 PM IST

ନୂଆଦିଲ୍ଲୀ: ନୂଆବର୍ଷ ପୂର୍ବରୁ ରାଜଧାନୀ ଦିଲ୍ଲୀ କଞ୍ଝୱାଲାରେ ଘଟିଥିଲା କାର ଦୁର୍ଘଟଣା । ଏହି ଘଟଣାକୁ ୧ ମାସ ବିତିଯାଇଥିବା ବେଳେ ଗୋଟିଏ ପରେ ଗୋଟିଏ ଖୁଲାସା ଜାରି ରହିଛି । ଏହି ଘଟଣାରେ ମୃତ୍ୟୁବରଣ କରିଥିବା ଅଞ୍ଜଳି ଦୁର୍ଘଟଣା ବେଳେ ମଦ୍ୟପାନ କରିଥିବା ଅର୍ଥାତ ନିଶାସକ୍ତ ଥିବା ଭିସେରା ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଅଞ୍ଜଳି ଦୁର୍ଘଟଣା ବେଳେ ମଦ୍ୟପାନ କରିଥିଲେ ବୋଲି ତାଙ୍କ ବନ୍ଧୁ ଅଭିଯୋଗ କରିଆସୁଥିଲେ । ଯାହାକି ରିପୋର୍ଟରୁ ସତ ପ୍ରମାଣିତ ହୋଇଛି । ଏନେଇ ଦିଲ୍ଲୀ ପୋଲିସ ଦ୍ବାରା ସୂଚନା ଦିଆଯାଇଛି ।

ଏହା ପୂର୍ବରୁ ବ୍ୟବଚ୍ଛେଦ ରିପୋର୍ଟରୁ ଦର୍ଶାଯାଇଥିଲା ଯେ ଅଞ୍ଜଳି ଦୁର୍ଘଟଣା ବେଳେ ନିଶାସକ୍ତ ନଥିଲେ । ହେଲେ ଏବେ ଭିସେରା ରିପୋର୍ଟ ଭିନ୍ନ ଆସିଛି । ବାରମ୍ବାର ଅଞ୍ଜଳିଙ୍କ ପରିବାର ପକ୍ଷରୁ ହତ୍ୟା କରାଯାଇଥିବା ଅଭିଯୋଗ ହେବା ପରେ ୫ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ମଧ୍ୟ ରୁଜୁ କରାଯାଇଥିଲା । ଏହି ଘଟଣା ନେଇ ଦିଲ୍ଲୀ ମହିଳା ଆୟୋଗ ପୋଲିସର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଥିବା ବେଳେ ମହିଳାଙ୍କ ସୁରକ୍ଷା ଉପରେ ଚିନ୍ତା ପ୍ରକଟ କରିଥିଲେ । ଅଞ୍ଜଳିଙ୍କ ମୃତ୍ୟୁ ପରେ ପରିବାରକୁ କ୍ଷତିପୂରଣ ସ୍ବରୁପ ୧୦ ଲକ୍ଷ ଟଙ୍କା ଦିଆଯାଇଥିଲା ।

ଏହା ବି ପଢନ୍ତୁ- Kanjhawala case: ଆସିଲା ଚୂଡାନ୍ତ ବ୍ୟବଚ୍ଛେଦ ରିପୋର୍ଟ, ମଦ୍ୟପାନ ନେଇ ମିଳିଲାନି ପ୍ରମାଣ

ସୂଚନା ଥାଉ କି ଯେତେବେଳେ ଦିଲ୍ଲାବାସୀ ନୂଆବର୍ଷ ସେଲିବ୍ରେସନ ପାଇଁ ଯୋଜନା କରୁଥିଲେ ସେତେବେଳେ ଜାତୀୟ ରାଜଧାନୀ ଛାତି ଉପରେ ଏପରି ଭୟଙ୍କର ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ସ୍କୁଟି ଆରୋହୀ ଅଞ୍ଜଳିକୁ ଏକ କାର ଧକ୍କା ଦେବା ପରେ ତାଙ୍କୁ ପ୍ରାୟ ୧୨କିମି ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ଅଞ୍ଜଳି କାର ଚକା ତଳେ ରାସ୍ତାରେ ଘୋଷାଡି ହୋଇ ଯାଇଥିବା ବେଳେ ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ କାରରେ ଯାତ୍ରା କରୁଥିବା ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିଥିଲା ।

ଏହି ଘଟଣାରେ ପୋଲିସ ପ୍ରାୟ ୭ଜଣ ଗିରଫ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଜାମିନ ମିଳିଛି । ଏହି ଘଟଣାକୁ ସାରା ଦେଶ ନିନ୍ଦା କରିଥିଲା । ଦିଲ୍ଲୀ ପୋଲିସ ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା । ଦିଲ୍ଲୀ ପୋଲିସ ରାତିରେ ପାଟ୍ରୋଲିଂ ସଠିକ ଭାବରେ କରୁନଥିବା ମଧ୍ୟ ଅଭିଯୋଗ ଉଠିଥିଲା । ଏ ନେଇ ରାଜନୈତିକ ଉଷ୍ମତା ବଢିଥିବା ବେଳେ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ମଧ୍ୟ ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.