ETV Bharat / bharat

Chardham Yatra 2022: କେଦାରନାଥ ଧାମରେ VIP ଦର୍ଶନ ଉପରେ ଲାଗିଲା ରୋକ୍‌

ଉତ୍ତରାଖଣ୍ଡ କେଦାରନାଥ ଧାମରେ VIP ଦର୍ଶନ ଉପରେ ଲାଗିଲା ରୋକ୍‌ । ଅନ୍ୟ ସାଧାରଣ ଶ୍ରଦ୍ଧାଳୁଙ୍କ ଭଳି ଭିଆଇପି ଶ୍ରଦ୍ଧାଳୁ ମଧ୍ୟ ଧାଡିରେ ରହି ଦର୍ଶନ କରିବେ । ଅଧିକ ପଢନ୍ତୁ

author img

By

Published : May 14, 2022, 11:57 AM IST

Chardham Yatra 2022: କେଦାରନାଥରେ VIP ଦର୍ଶନ ବନ୍ଦ

ଡେରାଡୁନ: ଦୀର୍ଘ ଦିନର ବ୍ୟବଧାନରେ ଉତ୍ତରାଖଣ୍ଡ କେଦାରନାଥ ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ଭିଡ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବଡ ନିଷ୍ପତ୍ତି ନିଆଯାଇଛି । ଉତ୍ତରାଖଣ୍ଡ କେଦାରନାଥ ଧାମରେ VIP ଦର୍ଶନ ଉପରେ ରୋକ ଲଗାଯାଇଛି । ଅନ୍ୟ ସାଧାରଣ ଶ୍ରଦ୍ଧାଳୁଙ୍କ ଭଳି ଭିଆଇପି ଶ୍ରଦ୍ଧାଳୁ ମଧ୍ୟ ଧାଡିରେ ରହି ଦର୍ଶନ କରିବେ ।

ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଶୋକ କୁମାର ଗତକାଲି (ଶୁକ୍ରବାର) ଏହି ସୂଚନା ଦେଇଛନ୍ତି । କେଦାରନାଥ ଦର୍ଶନ ପାଇଁ ଶ୍ରଦ୍ଧଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁସାରେ, ଗତ ୬ ଦିନ ତଳେ କେଦାରନାଥ କବାଟ ଖୋଲିଥିଲା । ମାତ୍ର ୬ ଦିମ ମଧ୍ୟରେ ଏଠାକୁ ୧ଲକ୍ଷ ୩୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଆସିଲେଣି । ଭିଡ ନିୟନ୍ତ୍ରଣ ପାଇଁ ଆରଟିବିପି ଏବଂ NDRF ଟିମକୁ କେଦାରନାଥ ମନ୍ଦିରରେ ନିୟୋଜିତ କରାଯାଇଛି । କୋରୋନା ଯୋଗୁଁ ୨ ବର୍ଷ ହେଲା ଶ୍ରଦ୍ଧାଳୁମାନେ ଦର୍ଶନରୁ ବଞ୍ଚିତ ରହିଥିଲେ ।

ଏବେ ଏହା ପୁଣି ଆରମ୍ବ ହୋଇଥିବାରୁ ମାତ୍ର ୬ ଦିନରେ ୧ ଲକ୍ଷ ୩୦ ହଜାର ଭକ୍ତ ବାବା କେଦାରନାଥଙ୍କ ଦର୍ଶନ କରିସାରିଲେଣି । ଉପଯୁକ୍ତ ବ୍ୟବସ୍ଥା ହୋଇ ନ ପାରିବାରୁ ୨୮ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଡିଜିପି । ସେପଟେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଯେଉଁ ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଅଛି ସେମାନେ ଯାତ୍ରା କିଛି ଦିନ ସ୍ଥଗିତ ରଖିବାକୁ ନିବେଦନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.