ETV Bharat / bharat

ଥମୁନି ମଣିପୁର ହିଂସା, ଅସ୍ତ୍ରାଗାରରୁ ପ୍ରାୟ ୩୦୦ ଅସ୍ତ୍ରଶସ୍ତ୍ର ଲୁଟିନେଲେ ଦଙ୍ଗାକାରୀ

author img

By

Published : Aug 4, 2023, 8:07 PM IST

ମଣିପୁର ହିଂସା ଦିନକୁ ଦିନ ଆହୁରି ଉଗ୍ର ହେବାରେ ଲାଗିଛି । ହିଂସାକାରୀ ସୁରକ୍ଷାର୍କମୀଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଉ ନାହାନ୍ତି । ବର୍ତ୍ତମାନ ସେମାନଙ୍କ ଅସ୍ତ୍ର ଛଡାଇ ନେଇଥିବା ଖବର ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

ଦଙ୍ଗାକାରି ଲୁଟିନେଲେ ଅସ୍ତ୍ରଗାର
ଦଙ୍ଗାକାରି ଲୁଟିନେଲେ ଅସ୍ତ୍ରଗାର

ଇମ୍ଫାଲ: ମଣିପୁର ହିଂସା ଦିନକୁ ଦିନ ଉଗ୍ରରୂପ ନେବାରେ ଲାଗିଛି । ହିଂସାକାରୀ ସୁରକ୍ଷାର୍କମୀଙ୍କୁ ଆକ୍ରମଣ କରିବାକୁ ପଛଘୁଞ୍ଚା ଦେଉ ନାହାନ୍ତି । ମଣିପୁରରେ କୁକି ଏବଂ ମୈତିଙ୍କ ମଧ୍ୟରେ ଚାଲିଥିବା ହିଂସାକାଣ୍ଡ ନିୟନ୍ତ୍ରଣକୁ ଆସିବାର ନାଁ ନେଉନି । ଉଭୟ ମଣିପୁର ସରକାର ଏବଂ କେନ୍ଦ୍ର ସରକାର ଶତ ଚେଷ୍ଟା କରିଥିଲେ ମଧ୍ୟ ଏବେ ସୁଦ୍ଧା କୌଣସି ଆଖିଦୃଶିଆ ସଫଳତା ହାସଲ ହୋଇନାହିଁ ।

ଗତ ଗୁରୁବାର ଦିନ ହିଂସାକାରୀ ସୁରକ୍ଷାର୍କମୀଙ୍କୁ ଆକ୍ରମଣ କରି ସେମାନଙ୍କ ଅସ୍ତ୍ରାଗାରକୁ ଲୁଟ୍‌ କରିଛନ୍ତି । ବିଷ୍ଣୁପୁର ଜିଲ୍ଲା ସ୍ଥିତ କାଙ୍ଗଭାଇ ଅଞ୍ଚଳର 2 ଏମ୍ଆର୍ ଏବଂ 7 ଏମ୍‌ଆର୍ ବାଟାଲିୟନର ଅସ୍ତ୍ରାଗାରରୁ 300ରୁ ଊର୍ଦ୍ଧ୍ବ ଅସ୍ତ୍ରଶସ୍ତ୍ର ଲୁଟ୍ କରିଛନ୍ତି ଦଙ୍ଗାକାରୀ । ଏହପରେ ପଶ୍ଚିମ ଇମ୍ଫାଲ ଅଞ୍ଚଳରେ ଚେନ୍‌ଜାମା ଚିରାଙ୍ଗ ନାମକ ଜଣେ ପୋଲିସକର୍ମୀଙ୍କୁ ହତ୍ୟା କରିଥିଲେ ପୂର୍ବ ଓ ପଶ୍ଚି ଇମଫାଲା ଅଞ୍ଚଳରୁ ଆସିଥିବା ହିଂସାକାରୀ ।

ଏହାପରେ ପୂର୍ବ ଇମ୍ଫାଲର ଓ ପଶ୍ଚିମ ଇମ୍ଫାଲର ପ୍ରସାଶନ ସେଠାରେ ସନ୍ଧ୍ୟା କର୍ଫ୍ୟୁ ଜାରି କରିଛି । ଲୋକମାନଙ୍କୁ ସାମୁହିକ ସମାଧି ସ୍ଥଳକୁ ଯିବା ପାଇଁ ସୁରକ୍ଷାର୍କମୀ ବାରଣ କରିଥିଲେ ଯାହା ଫଳରେ ଧସ୍ତାଧସ୍ତି ପରିସ୍ଥିତ ସୃଷ୍ଟି ହୋଇଥିଲା । ପରିସ୍ଥିତି ନିୟନ୍ତ୍ରଣ ପାଇଁ ଆର୍ମଫୋର୍ସ ମୁତୟନ କରାଯାଇ ଲୁହବୁହା ଗ୍ଯାସ ପ୍ରୟୋଗ କରାଯାଇଥିଲା । ଏହାପରେ ସ୍ଥିତି ସାମାନ୍ୟ ନିୟନ୍ତ୍ରଣକୁ ଆସିଥିଲା ।

ପୂର୍ବ ଓ ପଶ୍ଚିମ ଇମ୍ଫାଲ ଜିଲ୍ଲାଗୁଡିକରେ ପ୍ରସାଶନ ସନ୍ଧ୍ୟାକାଳୀନ କର୍ଫ୍ୟୁ ଜାରି କରିଛି । ଲୋକମାନଙ୍କୁ ସାମୁହିକ ପ୍ରାର୍ଥନା ସ୍ଥଳକୁ ଯିବା ପାଇଁ ବାରଣ କରୁଛି । ଯାହା ଫଳରେ କୁକି ଏବଂ ମୈତି ସମ୍ପ୍ରଦାୟୀକ ହିଂସାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ସାମୁହିକ ପ୍ରାର୍ଥନା କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଥିଲା

ସରକାରୀ ସୂଚନା ଅନୁସାରେ, ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ପ୍ରୟୋଗ କରାଯଇଥିବା ଲୁହବୁହା ଗ୍ଯାସ ଦ୍ବାରା 20 ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି । ମଣିପୁରରେ ଲାଗି ରହିଥିବା ହିଂସା ଯୋଗୁଁ ଅଧିକାଂଶ ସ୍ଥାନରେ ସ୍କୁଲ ଓ କଲେଜ ଇତ୍ୟାଦି ବନ୍ଦ ରହିଛି । ଯାହାଫଳରେ ରାଜ୍ୟରେ ଶିକ୍ଷାଦାନ ବାଧା ପ୍ରାପ୍ତ ହେଉଛି ଏବଂ ବର୍ତ୍ତମାନ ମଣିପୁରରେ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.