ETV Bharat / bharat

ନୂଆ ବୈଦେଶିକ ସଚିବ ଭାବେ ଦାୟିତ୍ବ ନେଲେ ବିଜୟ ମୋହନ କ୍ବାତ୍ରା

author img

By

Published : May 1, 2022, 4:15 PM IST

1988 ବ୍ୟାଚ ଭାରତୀୟ ବୈଦେଶିକ ସେବା (IFS) ଅଧିକାରୀ ବିଜୟ ମୋହନ କ୍ବାତ୍ରା ହେଲେ ନୂତନ ବୈଦେଶିକ ସଚିବ । ଆଜି ଗ୍ରହଣ କଲେ ଦାୟିତ୍ବ । ରହିଛି ଦୀର୍ଘ 32 ବର୍ଷର ରଣନୈତିକ ଅଭିଜ୍ଞତା । ଅଧିକ ପଢନ୍ତୁ

ନୂଆ ବୈଦେଶିକ ସଚିବ ଭବେ ଦାୟିତ୍ବ ନେଲେ ବିଜୟ ମୋହନ କ୍ବାତ୍ରା

ନୂଆଦିଲ୍ଲୀ: ବରିଷ୍ଠ ଭାରତୀୟ ବୈଦେଶିକ ସେବା (IFS) ଅଧିକାରୀ ବିନୟ ମୋହନ କ୍ବାତ୍ରା ବୈଦେଶିକ ସଚିବ ଭାବେ ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ବର୍ତ୍ତମାନ ନେପାଳରେ ଭାରତର ରାଷ୍ଟ୍ରଦୂତ ଭାବେ ପ୍ରତିନିଧିତ୍ବ କରୁଥିବା କ୍ବାତ୍ରା ଆଜି ଡ.ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କ ଠାରୁ ଏହି ନୂତନ ଦ୍ବାୟିତ୍ବ ଗ୍ରହଣ କରିଛନ୍ତି । ଡ.ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କ କାର୍ଯ୍ୟକାଳ ଗତମାସ (April 30) ଶେଷ ହୋଇଥିଲା । ତେବେ ଗତମାସ ଏହି ଗୁରୁତ୍ବପୂର୍ଣ୍ଣ ପଦବୀ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟ ନିଯୁକ୍ତି କମିଟି କ୍ବାତ୍ରାଙ୍କ ନାମ ଚୂଡାନ୍ତ କରିଥିଲା ।

କ୍ବାତ୍ରା ହେଉଛନ୍ତି 1988 ବ୍ୟାଚର ଭାରତୀୟ ବୈଦେଶିକ ସେବା (IFS) ଅଧିକାରୀ । ଜଣେ ଭାରତୀୟ କୂଟନୈତିଜ୍ଞ ଭାବେ ବିଭିନ୍ନ ଦେଶରେ ଭାରତକୁ ପ୍ରତିନିଧିତ୍ବ କରିବାରେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ମଧ୍ୟ ରହିଛି । ପୂର୍ବରୁ ସେ ଓ୍ବାଶିଂଟନ ଡିସି ଓ ବେଜିଂରେ ଭାରତୀୟ ରାଷ୍ଟ୍ରଦୂତ ଭାବେ ଦାୟିତ୍ବ ତୁଲାଇ ସାରିଥିବାବେଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଯୁଗ୍ମ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ବୈଦେଶିକ ସେବାରେ ପ୍ରାୟ 32ବର୍ଷର ଅଭିଜ୍ଞତା ଥିବା କ୍ବାତ୍ରା 2017 ମସିହାରୁ ନେପାଳରେ ଭାରତକୁ ପ୍ରତିନିଧିତ୍ବ କରୁଛନ୍ତି ।

କ୍ବତ୍ରାଙ୍କ ଦାୟିତ୍ବ ଗ୍ରହଣ ପରେ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କ କାର୍ଯ୍ୟକାଳ ସମୟରେ ଭାରତ ତାର ବିଦେଶ ନୀତିରେ ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ଟ୍ବିଟ କରିଛନ୍ତି ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି । ତେବେ ଋଷ ୟୁକ୍ରେନ ଯୁଦ୍ଧ ମଧ୍ୟରେ ସମଗ୍ର ବିଶ୍ବରେ ବୈଦେଶିକ ସମ୍ପର୍କ ଓ ରଣନୀତି ପ୍ରଭାବିତ ହୋଇଛି । ଏପରି ସ୍ଥିତିରେ ଭାରତ ପାଇଁ ବୈଦେଶିକ ନୀତିରେ ପୂର୍ବ ଧାରାକୁ ବଜାୟ ରଖିବା ମଧ୍ୟ ଖୁବ ଗୁରୁତ୍ବପୂର୍ଣ୍ଣ । ତେଣୁ କ୍ବାତ୍ରାଙ୍କ କାର୍ଯ୍ୟଶୈଳୀ ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.