ରାୟପୁର: ନକ୍ସଲ ପ୍ରଭାବିତ ଅଞ୍ଚଳରେ ନୂଆ ପୋଲିସ କ୍ୟାମ୍ପକୁ ଗ୍ରାମବାସୀଙ୍କ ପ୍ରତିବାଦ । ଦୀର୍ଘ ଦିନ ଧରି ଛତିଶଗଡର ବିଜାପୁର ଜିଲ୍ଲା ନକ୍ସଲ ପ୍ରଭାବିତ ଅଞ୍ଚଳ ବେଚାପାଲର ଗ୍ରାମବାସୀ ପୋଲିସ କ୍ୟାମ୍ପକୁ ବିରୋଧ କରି ଆନ୍ଦୋଳନ କରିଆସୁଛନ୍ତି । ତେବେ ଏନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ଗ୍ରାମସଭା ବିନା ଏହି ଅଞ୍ଚଳରେ ପୋଲିସ କ୍ୟାମ୍ପ ଖୋଲାଯାଇଛି । ତାହା ସହ ଏକ ପକ୍କା ରାସ୍ତା ନିର୍ମାଣ କରାଯାଉଛି ।
ନକ୍ସଲ କାର୍ଯ୍ୟକଳାପକୁ ନେଇ ଗ୍ରାମବାସୀମାନେ ସର୍ବଦା ହଇରାଣ ହେଉଛନ୍ତି । ଗ୍ରାମବାସୀ ପୋଲିସ କର୍ମଚାରୀଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି ଯେ, ଗାଁର ପିଲାମାନଙ୍କୁ ପୋଲିସ ନକ୍ସଲମାନଙ୍କ ସୂଚନାଦାତା ଭାବି ନିର୍ଯାତନା ଦେଉଛି । ଯବାନମାନଙ୍କୁ ଦୋଷ ଦେବା ସହିତ ଗ୍ରାମବାସୀ ଅଞ୍ଚଳର ବିଧାୟକ ବିକ୍ରମ ଶାହ ମାଣ୍ଡଭିଙ୍କୁ ମଧ୍ୟ ନିନ୍ଦା କରିଛନ୍ତି । କହିଛନ୍ତି ଯେ, ସରକାର ଆମ ପ୍ରତି ଧ୍ୟାନ ଦେଉ ନାହାଁନ୍ତି।
ଅତୀତରେ ବିଧାୟକ ବିକ୍ରମ ଶାହା ମାଣ୍ଡବୀ ଗ୍ରାମକୁ ଆସି ପନ୍ଦର ଦିନ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମର ସମସ୍ୟାର ସମାଧାନ ହୋଇପାରିନାହିଁ । ଯଦି ସମସ୍ୟାର ସମାଧାନ ନହୁଏ ତେବେ ଏହା ବିରୋଧରେ ଏକ ବିଶାଳ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ମିରତୁରରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । କିନ୍ତୁ ଏହି ରାସ୍ତା ଅଞ୍ଚଳବାସୀଙ୍କ କୌଣସି କାର୍ଯ୍ୟରେ ଆସିବ ନାହିଁ । ସରକାର ନିଜ ଫାଇଦା ପାଇଁ ରାସ୍ତା ନିର୍ମାଣ କରୁଛନ୍ତି । ଭବିଷ୍ୟତରେ, ବାଲାଡିଲା ପର୍ବତରେ ୧୩ ନମ୍ବର ଖଣିରୁ ଲୁହା ରପ୍ତାନୀ ହେବ । ପର୍ବତ ଖୋଳିବା ଦ୍ୱାରା ପ୍ରକୃତିର କ୍ଷତି ହେବ । କିନ୍ତୁ ସରକାରଙ୍କ ସରକାରଙ୍କ ଏହି ମନ୍ଦ ଉଦ୍ଦେଶ୍ୟ ପୂରଣ ହେବାକୁ ଆମେ ଅନୁମତି ଦେବୁ ନାହିଁ । ଗ୍ରାମସଭା ନକରି ଏହି ଅଞ୍ଚଳରେ ସଡ଼କ ନିର୍ମାଣ କ୍ରମାଗତ ଭାବରେ ଚାଲିଛି । ଆମର ଦାବି ହେଉଛି ଏକ ଛୋଟ ରାସ୍ତା ।
ଏନେଇ ପୋଲିସ ଅଧିକାରୀ କହିଛନ୍ତି ଯେ, ଯବାନମାନେ ଛୋଟ ଛୁଆଙ୍କୁ କୌଣସି ପ୍ରକାରେ ହଇରାଣ କରିନାହାଁନ୍ତି । ଗ୍ରାମାଞ୍ଚଳର ନକ୍ସଲମାନଙ୍କ ଚାପରେ ଅନାବଶ୍ୟକ ଅଭିଯୋଗ କରୁଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ