ପାଟଣା: କଥାରେ ଅଛି ଦୃଢ ଇଚ୍ଛା ଶକ୍ତି ବଳରେ ସବୁ କିଛି ସମ୍ଭବ । ଆଉ ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ବିହାରର ଜହାନାବାଦ ଜିଲ୍ଲା ସୁମେରା ଗାଁର ବାସିନ୍ଦା ପ୍ରିୟାଶୁଂ କୁମାରୀ । ବିହାରର ଜହାନାବାଦ ଜିଲ୍ଲା ସୁମେରା ଗାଁର ବାସିନ୍ଦା ପ୍ରିୟାଶୁଂ କୁମାରୀ ମାଟ୍ରିକ ପରୀକ୍ଷାରେ ନିଜ ଜିଲ୍ଲାରେ ଟପ୍ପର ହୋଇ ନିଜ ପରିବାର ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି (Committee formed to help matric topper Priyanshu Kumari)। ପରବର୍ତ୍ତୀ ଅଧ୍ୟୟନ ସମାପ୍ତ କରିବା ପରେ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ସ୍ବପ୍ନ ଦଖିଥିବା ବେଳେ ଆର୍ଥିକ ସମସ୍ୟା ନିକଟରେ ପ୍ରତିବନ୍ଧକ ହୋଇଛି । ପରିବାରର ଆର୍ଥିକ ଅବସ୍ଥା ଭଲ ନଥିଲେ ମଧ୍ୟ ପ୍ରିୟାଶୁଂ ମ୍ୟାଟ୍ରିକ୍ ପରୀକ୍ଷାରେ ଶୀର୍ଷରେ ରହିଛନ୍ତି । ବର୍ତ୍ତମାନ ପ୍ରିୟାଶୁଂଙ୍କ ପଢାପ୍ରତି ଆଗ୍ରହ ଓ ଆତ୍ମବିଶ୍ବାସ ଦେଖି ଗ୍ରାମବାସୀ ସହଯୋଗର ହାତ ବଢାଇଛନ୍ତି ।
ଏନେଇ ପ୍ରିୟାଶୁଂ କହିଛନ୍ତି ଯେ ମୁଁ IAS ହେବାକୁ ଚାହୁଁଛି, କିନ୍ତୁ ଆର୍ଥିକ ପ୍ରତିବନ୍ଧକ ମୋ ଅଧ୍ୟୟନର ବଡ଼ ପ୍ରତିବନ୍ଧକ ସୃଷ୍ଟି କରୁଛି । ମାଟ୍ରିକ ଫଳାଫଳ ପରେ ଜିଲ୍ଲାବାସୀ ନିଜର କ୍ଷମତା ଅନୁସାରେ ପ୍ରିୟାଶୁଂଙ୍କୁ ସହଯୋଗର ହାତ ବଢାଇଛନ୍ତି । ବାସ୍ତବରେ ପ୍ରିୟଙ୍କା IAS ହେବାକୁ ଚାହାଁନ୍ତି (matric topper Priyanshu wants to become IAS) । ଏଭଳି ପରିସ୍ଥିତିରେ ପ୍ରିୟାଶୁଂଙ୍କୁ ଅଧିକ ଅଧ୍ୟୟନ ପାଇଁ ସାହାଯ୍ୟ କରିବାକୁ ଜିଲ୍ଲାର ଧନୀ ଲୋକ ତଥା ଗ୍ରାମବାସୀ ପଦକ୍ଷେପ ନେଇଛନ୍ତି । ଅବସରପ୍ରାପ୍ତ ସୈନିକ ସନ୍ତୋଷ କୁମାର, ସୁମେରା ପଞ୍ଚାୟତର ପୂର୍ବତନ ମୁଖ୍ୟ ଦିନାନନ୍ଦ ପ୍ରସାଦ, ଜିଲ୍ଲା ନିର୍ବାଚନ ଯୁବ ଆଇକନ୍ ଅମିତ କୁମାର, ରୋଶନ କୁମାର ଏବଂ ଅନ୍ୟମାନେ ଏକାଠି ଏକ କମିଟି ଗଠନ କରି ପ୍ରିୟାଶୁଂଙ୍କୁ ସହଯୋଗର ହାତ ବଢାଇଛନ୍ତି ।
ଏହା ଉପରେ ପ୍ରିୟାଶୁଂ କହିଛନ୍ତି ଯେ, ମୋ ପରିବାରର ଆର୍ଥିକ ସ୍ଥିତି ଭଲ ନୁହେଁ । ଏହି କାରଣରୁ ମୋର ଅଧ୍ୟୟନରେ ସମସ୍ୟା ଦେଖାଯାଉଛି ଏବଂ ଭବିଷ୍ୟତରେ ମଧ୍ୟ ଦେଖାଯିବ । ତେବେ ଗ୍ରାମବାସୀ ଅକ କମିଟି ଗଠନକରି ମୋତେ ସହଯୋଗ କରିବା ନିମନ୍ତେ ପ୍ରତିଶୃତି ଦେଇଛନ୍ତି । ଯଦି ମୋର ଆର୍ଥିକ ଅବସ୍ଥା ଭଲ ହୋଇଥାନ୍ତା, ତେବେ ମୋର ଫଳାଫଳ ଆହୁରି ଭଲ ହୋଇଥାନ୍ତା ।
ଆଗକୁ ପ୍ରିୟାଶୁଂଙ୍କ ପାଠପଢାରେ ଯାହା ମଧ୍ୟ ଖର୍ଚ୍ଚ ହେବ ତାହା କମିଟି ବହନ କରିବ ଏବଂ ପାଠପଢାରେ କୌଣସି ବାଧା ଉପୁଯିବ ନାହିଁ ବୋଲି ପରିବାର ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି କମିଟି। ପ୍ରକାଶଯୋଗ୍ୟ ଯେ, ମାଟ୍ରିକ ଫଳାଫଳ ପରେ ପ୍ରିୟାଶୁଂଙ୍କ ଘରେ ଖୁସିର ବାତାବରଣ ଖେଳିଯାଇଛି । 472 ନମ୍ବର ରଖି ପ୍ରିୟାଶୁଂ ଜିଲ୍ଲାରେ ଟପ୍ପର ହୋଇଥିବା ବେଳେ ଜିଲ୍ଲାବାସୀ ଅଭିନନ୍ଦନ ଜଣାଉଛନ୍ତି।
ଏନେଇ ପ୍ରିୟାଶୁଂଙ୍କ ଜେଜେମା କହିଛନ୍ତି ଯେ, ପ୍ରିୟାଶୁଂ ଆଗକୁ ଅଧ୍ୟୟନ କରି ଏକ ବଡ ଅଫିସର ହେବାକୁ ଚାହୁଁଛି । କିନ୍ତୁ ଆମ ଘରର ଅବସ୍ଥା ଏତେ ଭଲନୁହେଁ ଯେ ଆମେ ଭଲ କୋଚିଂ ସେଣ୍ଟରରେ ପାଠପଢାଇ ପାରିବୁ । କିନ୍ତୁ କମିଟିର ସହଯୋଗ ପରେ ପରିବାରରେ ଆଶାର ଆଲୋକ ଦେଖାଦେଇଛି । ଅନ୍ୟପକ୍ଷରେ କମିଟିର ମୁଖ୍ୟ ଦିନାନନ୍ଦ ପ୍ରସାଦ କହିଛନ୍ତି ଯେ ପ୍ରିୟଙ୍କା ଏକ ଗରିବ ପରିବାରରୁ ଗତି କରୁଛନ୍ତି । ପ୍ରିୟଙ୍କା ତାଙ୍କର କଠିନ ପରିଶ୍ରମ ବଳରେ ସଫଳତା ହାସଲ କରିଛନ୍ତି । ଆଗକୁ ଯାଇ ଆହୁରି ଜିଲ୍ଲାକୁ ଗୌରବ ଆଣିବା ପାଇଁ କମିଟି ଗଠନ କରାଯାଇଛି ଏବଂ ସହାୟତା ମଧ୍ୟ ଯୋଗାଇ ଦିଆଯିବ ।
ସୂଚନାଅନୁସାରେ, ପ୍ରିୟାଶୁଂଙ୍କ ଜନ୍ମ ପୂର୍ବରୁ ହିଁ 2005 ମସିହାରେ ତାଙ୍କ ବାପାଙ୍କ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇସାରିଥିଲା । ଏଭଳି ଏକ କଠିନ ପରିସ୍ଥିତିରେ ମଧ୍ୟ ଅଧ୍ୟୟନ ଜାରି ରଖିଥିଲେ । ବର୍ତ୍ତମାନ ପ୍ରିୟାଶୁଂଙ୍କ ସଫଳତାକୁ ନେଇ ପରିବାର ଲୋକ ଖୁସି ହୋଇଛନ୍ତି । ଆଗାମୀ ପାଠ୍ୟକ୍ରମ ନିମନ୍ତେ ଗ୍ରାମିବାସୀ ଏକ କମିଟି ଗଠନକରି ସହଯୋଗର ହାତ ବଢାଇବା ନିମନ୍ତେ ପ୍ରତିଶୃତି ଦେଇଛନ୍ତି । ଆଉ ତାଙ୍କର ଏହି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ନିଶ୍ଚୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ