ରାଞ୍ଚି: ଆଧୁନିକ ଯୁଗରେ ବି ଲୋକଙ୍କ ମନରେ ଭରି ରହିଛି ଅନ୍ଧବିଶ୍ବାସ । ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସେରେଙ୍ଗଦାଗ ଥାନା ଅନ୍ତର୍ଗତ ଗଣେଶପୁରରେ । ଏଠାରେ ମହିଳାଙ୍କୁ ହତ୍ୟା କରି ପାହାଡ଼ରୁ ତଳକୁ ଫୋପାଡ଼ି ଦିଆଯାଇଛି । ଖବର ପାଇ ପୋଲିସ ଜଙ୍ଗଲରୁ ମୃତଦେହ ଉଦ୍ଧାର କରିଛି । ତେବେ ଘଟଣାରେ ୩୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳାଇ ଦେଇଛି ।
ଲୋହରଦଗାରେ ଅନ୍ଧବିଶ୍ବାସର ଚେର ବହୁତ ଗଭୀର । ଏବେ ଏହି ଅନ୍ଧବିଶ୍ବାସ ପୁଣି ଜଣେ ମହିଳାଙ୍କର ଜୀବନ ନେଇଛି । ସୂଚନା ଅନୁସାରେ ସୂଦୂର ଗଣେଶପୁର ଗ୍ରାମର ଲୋକେ ଜଣେ ବିଧବାଙ୍କୁ ଡାହାଣୀ ବୋଲି କହି ଗ୍ରାମସଭାରେ ଠେଙ୍ଗାରେ ଅତି ନିର୍ଦ୍ଦୟ ଭାବରେ ମାରିଥିଲେ । ଅବସ୍ଥା ଗୁରୁତର ହେବାପରେ ତାଙ୍କୁ ଏକ ଅଖାରେ ବାନ୍ଧି ଗାଁରୁ କିଛି ଦୂରରେ ଥିବା ପାହାଡ଼ରୁ ତଳକୁ ଫୋପାଡ଼ି ଦେଇଥିଲେ । ଏଥିରେ ମହିଳାଙ୍କର ମୃତ୍ୟୁ ଘଟିଥିଲା । ତେବେ ସୂଚନା ପାଇ ପୋଲିସ ଜଙ୍ଗଲରେ ପହଞ୍ଚି ବହୁତ ଖୋଜାଖୋଜି ପରେ ମୃତଦେହ ଜବତ କରିଛି । ଏହି ଘଟଣାରେ ଗ୍ରାମର ୩୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଥିବା ବେଳେ ଏହାର ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ସୂଚନା ଦେଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ