ETV Bharat / bharat

ପକ୍ଷ ରଖିବାକୁ ମାଲ୍ୟାଙ୍କୁ ଶେଷ ସୁଯୋଗ ଦେଲେ ସୁପ୍ରିମକୋର୍ଟ

author img

By

Published : Feb 11, 2022, 8:23 AM IST

ଦିନକୁ ଦିନ ଅଡୁଆରେ ପେଶି ହେଉଥିବା ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ନିଜ ପକ୍ଷ ରଖିବାକୁ ଏକ ସୁଯୋଗ ମିଳିଛି । ନିଜ ପକ୍ଷ ରଖିବାକୁ ଗୁରୁବାର ତାଙ୍କୁ ଏକ ଶେଷ ସୁଯୋଗ ଦେଇଛନ୍ତି ସୁପ୍ରିମକୋର୍ଟ (Vijay Mallya Gets Last Chance To Defend Himself) । ଅଧିକ ପଢନ୍ତୁ

ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା
ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା

ନୂଆଦିଲ୍ଲୀ: ଦିନକୁ ଦିନ ଅଡୁଆରେ ପେଶି ହେଉଥିବା ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ନିଜ ପକ୍ଷ ରଖିବାକୁ ଏକ ସୁଯୋଗ ମିଳିଛି । ନିଜ ପକ୍ଷ ରଖିବାକୁ ଗୁରୁବାର ତାଙ୍କୁ ଏକ ଶେଷ ସୁଯୋଗ ଦେଇଛନ୍ତି ସୁପ୍ରିମକୋର୍ଟ (Vijay Mallya Gets Last Chance To Defend Himself)। ଫେବୃଆରୀ ୨୪ରେ ସର୍ବୋଚ୍ଚ ଅଦାଲତ ତାଙ୍କୁ ଦଣ୍ଡ ଶୁଣାଇବା ପୂର୍ବରୁ ପକ୍ଷ ରଖିବାକୁ ଅଦାଲତରେ ହାଜର ଦେବା ପାଇଁ ତାଙ୍କୁ ନିର୍ଦ୍ଦେଶ ହୋଇଛି । ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଜଷ୍ଟିସ ୟୁ.ୟୁ ଲଳିତ ଏବଂ ଏସ୍ ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ନିୟମ ଅନୁଯାୟୀ, ଦଣ୍ଡବିଧାନ ପୂର୍ବରୁ ଅଭିଯୁକ୍ତ ବୟାନ ଶୁଣାଯିବା ଆବଶ୍ୟକ । ହେଲେ ମାଲ୍ୟା ଏଯାଏଁ କୋର୍ଟରେ ହାଜର ହୋଇନାହାନ୍ତି । ହାଜର ହେବା ପାଇଁ ମାଲ୍ୟାଙ୍କୁ ଶେଷ ସୁଯୋଗ ଦିଆଯାଇଛି । ଏଥିପାଇଁ ଦଣ୍ଡ ଶୁଣାଣିକୁ କିଛିଦିନ ସ୍ଥଗିତ ରଖିବା ପାଇଁ ଆମିକସ କ୍ୟୁରି ଜୟଦୀପ ଗୁପ୍ତା ଅଦାଲତଙ୍କୁ କହିଥିଲେ । ଫେବୃଆରୀ ୨୪ରେ ମାଲ୍ୟା ଅଦାଲତରେ ହାଜର ନ ହେଲେ ତାଙ୍କ ଅନୁପସ୍ଥିତିରେ ଦଣ୍ଡବିଧାନ ଘୋଷଣା କରାଯିବ ବୋଲି ଜଷ୍ଟିସ୍ ଭଟ୍ଟ କହିଛନ୍ତି ।

ନିକଟରେ ଗତ ଜାନୁଆରୀ ୧୯ରେ ଲଣ୍ଡନ ସ୍ଥିତ ମାଲ୍ୟାଙ୍କ ବିଳାସପୂର୍ଣ୍ଣ ବଙ୍ଗଳାରୁ ବେଘର ହେବାପାଇଁ ଲଣ୍ଡନ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସୁଇସ୍‌ ବ୍ୟାଙ୍କ ୟୁବିଏସ୍‌ ସହ ଦୀର୍ଘ ଦିନ ଧରି ଆଇନଗତ ଲଢ଼େଇ ଜାରି ରହିଥିବା ମାଲ୍ୟାଙ୍କୁ ଏହି ଘର ଖାଲି କରିବାକୁ ନିର୍ଦ୍ଦେଶ ହୋଇଥିଲା । ଏହି ଆଦେଶ ଉପରେ ରୋକ ଲଗାଇବାକୁ ମାଲ୍ୟା କୋର୍ଟରେ ଆବେଦନ କରିଥିଲେ ହେଲେ ତାହା ଅଗ୍ରାହ୍ୟ ହୋଇଯାଇଥିଲା ।

ଏହା ବି ପଢନ୍ତୁ...ବିଜୟ ମାଲ୍ୟାଙ୍କର ବଢିଲା ଅଡୁଆ, ହାତରୁ ଯିବ ବିଳାସପୂର୍ଣ୍ଣ ବଙ୍ଗଳା

ପ୍ରକାଶ ଥାଉ କି, ଭାରତର କେତେକ ବ୍ୟାଙ୍କରୁ ୯,୦୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଋଣ ନେଇଥିବା ମାଲ୍ୟା ଦେଶ ଛାଡି ବର୍ତ୍ତମାନ ବ୍ରିଟେନରେ ରହୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.