ETV Bharat / bharat

ଅଖିଳେଶଙ୍କ ଘନିଷ୍ଠ ପୂର୍ବତନ ବିଧାୟକଙ୍କ ନାମରେ ଭିଜିଲାନ୍ସ ମାମଲା

author img

By

Published : Aug 1, 2022, 2:02 PM IST

ଅଖିଳେଶ ଯାଦବଙ୍କ ଅତି ନିକଟତର ଦଳୀୟ ନେତା ତଥା ପୂର୍ବତନ ବିଧାୟକ ଦୀପନାରାୟଣ ସିଂ ଯାଦବଙ୍କ ନାମରେ ଭିଜିଲାନ୍ସ ମାମଲା । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ଅଧିକ ପଢନ୍ତୁ

ଅଖିଳେଶଙ୍କ ଘନିଷ୍ଠ ପୂର୍ବତନ ବିଧାୟକଙ୍କ ନାମରେ ଭିଜିଲାନ୍ସ ମାମଲା
ଅଖିଳେଶଙ୍କ ଘନିଷ୍ଠ ପୂର୍ବତନ ବିଧାୟକଙ୍କ ନାମରେ ଭିଜିଲାନ୍ସ ମାମଲା

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଅତି ନିକଟତର କୁହାଯାଉଥିବା ଦଳୀୟ ନେତା ତଥା ପୂର୍ବତନ ବିଧାୟକ ଦୀପନାରାୟଣ ସିଂ ଯାଦବଙ୍କ ନାମରେ ମାମଲା ଦାଏର କରିଛି ଭିଜିଲାନ୍ସ । ଅଖିଳେଶଙ୍କ ଏକାନ୍ତ ଘନିଷ୍ଠ ସହଯୋଗୀ ଦୀପନାରାୟଣ ପୂର୍ବରୁ ବିଧାୟକ ମଧ୍ୟ ରହି ସାରିଛନ୍ତି । ତେବେ କ୍ଷମତାର ଅପବ୍ୟବହାର କରି ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିବା ନେଇ ଏତଲା ହେବା ପରେ ଭିଜିଲାନ୍ସ ମାମଲା ରୁଜୁ କରିଛି । ଏକ ସାମାଜିକ ସଂଗଠନ ଏନେଇ ଅଭିଯୋଗ କରିବା ସହ ଏକଲା ମଧ୍ୟ ଦେଇଥିଲା ।

ଦୀପନାରାୟଣ ସିଂ ବିଧାୟକ ଥିବାବେଳେ କଳା ଟଙ୍କା ଗଚ୍ଛିତ କରିଥିବା ଅଭିଯୋଗ ହୋଇଥିଲା । ତଦନ୍ତ ରିପୋର୍ଟରେ ଏହା ମଧ୍ୟ ଜଣାପଡିଛି ଯେ, ଜନ ପ୍ରତିନିଧି ଥିବା ସମୟରେ ସେ 37 କୋଟି 32 ଲକ୍ଷ ଟଙ୍କା ଠୁଳ କରିଛନ୍ତି । ଯାହା ତାଙ୍କ ସ୍ବାଭାବିକ ଆୟ ପରିମାଣ ଠାରୁ ଢେର କେଇ ଗୁଣା ଅଧିକ । ତାଙ୍କ ପାଖରେ ଗଚ୍ଛିତ ଥିବା ଅର୍ଥ ସମ୍ପର୍କରେ ସେ ମଧ୍ୟ କିଛି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିବା ମଧ୍ୟ ସୂଚନା ମିଳିଛି ।

ଦୁର୍ନୀତି ନିବାରଣ ଆଇନ (ସଂଶୋଧନ) ଅଧିନିୟମ 2018 ର ଧାରା 13(1) ବି ଏବଂ 13 (2) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି । ବର୍ତ୍ତମାନ ୟୁପି ଭିଜିଲାନ୍ସର କାନପୁର ସେକ୍ଟର ୟୁନିଟ୍ ଦ୍ୱାରା ଏହି ଘଟଣାର ଅଧିକ ତଦନ୍ତ କରାଯିବ । ଆବଶ୍ୟକ ହେଲେ ଦୀପନାରାୟଣ ସିଂଙ୍କୁ ଗିରଫ କରିପାରେ ତଦନ୍ତକାରୀ ସଂସ୍ଥା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.