ETV Bharat / bharat

Vice Presidential poll: ସରିଲା ଭୋଟିଂ, କିଛି ସମୟ ପରେ ଗଣତି ଓ ଫଳାଫଳ - ଉପରାଷ୍ଟ୍ରପତି ନିର୍ବାଚନ ଭୋଟିଂ

ସରିଲା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ । ରାଜ୍ୟସଭାର 6 ଆସନ ଖାଲି ସହ ଭୋଟ ଦେଲାନି ଟିଏମସି । ଆଉ କିଛି ସମୟ ପରେ ଗଣତି ଓ ଫଳାଫଳ ଘୋଷଣା । ଧନଖରଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

Vice Presidential poll: ସରିଲା ଭୋଟିଂ, କିଛି ସମୟ ପରେ ଗଣତି ଆରମ୍ଭ

author img

By

Published : Aug 6, 2022, 6:25 PM IST

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଜାରି ରହିଥିବା ଭୋଟିଂ ପ୍ରକ୍ରିୟା ଶେଷ ହୋଇଛି । ସଂସଦରେ ମତଦାନ ପ୍ରକ୍ରିୟା ସଂଧ୍ୟା 5 ଟାରେ ଶେଷ ହୋଇଛି । ଆଉ କିଛି ସମୟ ପରେ ଗଣତି ମଧ୍ୟ ଆରମ୍ଭ ହେବା ନେଇ ସୂଚନା ରହିଛି । ଭୋଟଦାନ ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟ ଦେଇଥିଲେ । ତେବେ ଆଜି ଗଣତି ସହ ବିଳମ୍ବିତ ସଂଧ୍ୟା ସୁଦ୍ଧା ଫଳାଫଳ ମଧ୍ୟ ଘୋଷଣା ହେବା ନେଇ କାର୍ଯ୍ୟସୂଚୀ ସ୍ଥିର କରାଯାଇଛି ।

ଆଜି ଭୋଟିଂରେ ମୋଟ 780 ସାଂସଦ ଭୋଟର ତାଲିକାରେ ରହିଥିଲେ । ରାଜ୍ୟସଭାରେ ଖାଲି ଥିବା ୮ ସାଂସଦ ପଦବୀ ଓ ଭୋଟ ବର୍ଜନ କରିଥିବା ତୃଣମୂଳ କଂଗ୍ରେସର 36 ସାଂସଦ ମତଦାନ କରିନାହାନ୍ତି । ତେବେ ଉଭୟ ଗୃହର ମୋଟ 744 ସଦସ୍ୟ ଭୋଟ ଦେଇଛନ୍ତି । ତେବେ ପ୍ରାରମ୍ଭିକ ପୂର୍ବାନୂମାନ ଅନୂସାରେ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟର ପ୍ରାର୍ଥୀ ଜଗଦୀପ ଧନଖରଙ୍କୁ 527 ଭୋଟ ମିଳିପାରେ । ବିଜୟୀ ହେବା ପାଇ 372 ଭୋଟର ଆବଶ୍ୟକତା ରହିଛି । ଆନୁପାତିକ ଦୃଷ୍ଟିକୋଣରୁ 70 ପ୍ରତିଶତ ଭୋଟ ପାଇବା ସହ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଠାରୁ ପ୍ରାୟ 2 ପ୍ରତିଶତ ଆଗରେ ରହିପାରନ୍ତି ଧନଖର ।

ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ ପାଖରେ ବିଜେପିର 394 ସାଂସଦଙ୍କ ସମେତ ସହଯୋଗୀ ଦଳଙ୍କୁ ମିଶାଇ ମୋଟ 441 ସଦସ୍ୟ ରହିଛନ୍ତି । ଏପରି ସ୍ଥଳେ ମେଣ୍ଟ ପ୍ରାର୍ଥୀ ଜଗଦୀପ ଧନଖରଙ୍କ ବିଜୟୀ ହେବା ସମ୍ଭାବନା ବେସ ସ୍ପଷ୍ଟ । ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦି ଧନଖରଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ପାଇଁ ତାଙ୍କ ବାସଭବନକୁ ଯିବା ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଥିବା ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.