ETV Bharat / bharat

ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କୁ କୋରୋନା

author img

By

Published : Jan 23, 2022, 5:09 PM IST

ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ କୋରୋନା ସଂକ୍ରମିତ । ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ନେଇ ନିଜେ ଟ୍ବିଟ କରି ଦେଲେ ସୂଚନା । ଅଧିକ ପଢନ୍ତୁ

ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ କୋରୋନା ସଂକ୍ରମିତ

ନୂଆଦିଲ୍ଲୀ: ହାଇଦ୍ରାବାଦ ଗସ୍ତରେ ଥିବା ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଆଜି (ରବିବାର) ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ବର୍ତ୍ତମାନ ଠାରୁ ଏକ ସପ୍ତାହ ପର୍ଯ୍ୟନ୍ତ ସେ ସଙ୍ଗରୋଧରେ ରହି ଚିକିତ୍ସିତ ହେବେ । ସେହିପରି ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କୁ ସେ ନିଜ ଆଡୁ କୋଭିଡ ଟେଷ୍ଟ କରାଇବା ପାଇଁ ମଧ୍ୟ ପରାମର୍ଶ ଦେଇ ଟ୍ବିଟ କରିଥିବା ଦେଖିବାକୁ ମିଳିଛି ।

  • The Vice President, Shri M. Venkaiah Naidu, who is in Hyderabad, tested COVID positive today. He has decided to remain in self-isolation for a week. He has advised all those who came in contact with him to isolate themselves and get tested.

    — Vice President of India (@VPSecretariat) January 23, 2022 " class="align-text-top noRightClick twitterSection" data=" ">

ହାଇଦ୍ରାବାଦରେ ଥିବା ଉପରାଷ୍ଟ୍ରପତିଙ୍କ ଠାରେ ସାମାନ୍ୟ କୋଭିଡ ଲକ୍ଷଣ ପ୍ରକାଶ ପାଇବା ପରେ ତାଙ୍କ ନମୂନା ପରୀକ୍ଷା କରାଯାଇଥିଲା । ତେବେ ସେ କୋଭିଡରେ ସଂକ୍ରମିତ ଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି । ତାଙ୍କ ଠାରେ କୌଣସି ସ୍ବାସ୍ଥ୍ୟଗତ ଜଟିଳତା ନଥିବାରୁ ସେ ଏବେ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେବେ ।

ସେହିପରି ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 3,33,533 ନୂତନ କୋଭିଡ ସଂକ୍ରମଣ ମାମଲା ରିପୋର୍ଟ ହୋଇଛି । ଆଜିର ସଂଖ୍ୟାକୁ ମିଶାଇ ଦେଶରେ ମୋଟ ସକ୍ରିୟ ମାମଲା 21,87,205 କୁ ବୃଦ୍ଧି ପାଇଥିବା ଆଜି (ରବିବାର) ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ସେହିପରି ଅନୁପାତିକ ଭାବେ ଦୈନିକ ସଂକ୍ରମଣ ହାର ଏବଂ ସାପ୍ତାହିକ ସଂକ୍ରମଣ ହାର ଯଥାକ୍ରମେ 17.78 ପ୍ରତିଶତ ଏବଂ 16.87 ପ୍ରତିଶତ ଥିବାବେଳେ ସୁସ୍ଥ ହାର 93.18 ପ୍ରତିଶତ ରହିଛି । ସକ୍ରିୟ ମାମଲା ପ୍ରତିଶତ ମୋଟ ମାମଲାର 5.57 ପ୍ରତିଶତ ରହିଛି । ଆଜିର ସଂଖ୍ୟାକୁ ମିଶାଇ ଦେଶରେ ମୋଟ କୋଭିଡ ମାମଲା 3,92,37,264 କୁ ବୃଦ୍ଧି ପାଇଥିବା କହିଛି ମନ୍ତ୍ରଣାଳୟ କହିଛି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.