ETV Bharat / bharat

ଭ୍ୟାକ୍ସିନ ନେଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ

author img

By

Published : Mar 1, 2021, 5:52 PM IST

ଚେନ୍ନାଇରେ ଟିକା ନେଇଛନ୍ତି ଉପରାଷ୍ଟ୍ରପତି । ସେପଟେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜ ଜନ୍ମଦିନରେ ନେଇଛନ୍ତି କୋଭିଡ୍ ଭ୍ୟାକ୍ସିନ । ଅଧିକ ପଢନ୍ତୁ...

ଭ୍ୟାକ୍ସିନ ନେଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ
ଭ୍ୟାକ୍ସିନ ନେଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ

ନୂଆଦିଲ୍ଲୀ: ଆରମ୍ଭ ହୋଇସାରିଛି ଦ୍ବିତୀୟ ପର୍ଯ୍ୟାୟ କୋଭିଡ ଟୀକାକରଣ । ଏହି ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ମଧ୍ୟ ନେଇଛନ୍ତି ଟିକା । ଏହି କ୍ରମରେ ଟିକା ଗ୍ରହଣ କରିଛନ୍ତି ଦେଶର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଚେନ୍ନାଇରେ ଟିକା ନେଇଛନ୍ତି ଉପରାଷ୍ଟ୍ରପତି ।

ରାଜ୍ୟପାଳ କଲରାଜ ମିଶ୍ର ଟିକା ନେଉଥିବାର ଦୃଶ୍ୟ

ସେହପିରି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସୋମବାର ଟିକା ନେଇଛନ୍ତି । ସେପଟେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜ ଜନ୍ମଦିନରେ ନେଇଛନ୍ତି ଟିକା । ଜନ୍ମଦିନରେ ଟିକା ନେବା ନୀତିଶଙ୍କ ପାଇଁ ବେଶ ଖାସ ମୁହୂର୍ତ୍ତ ରହିଥିଲା ।

ନୀତିଶ କୁମାର ଟିକା ନେଉଥିବାର ଦୃଶ୍ୟ

ଅନ୍ୟପକ୍ଷେ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ମଧ୍ୟ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣରେ ପ୍ରଥମ ଡୋଜ କୋଭିଡ ଟିକା ନେଇଛନ୍ତି । ସେହିପରି ଏନସିପି ମୁଖ୍ୟ ଶରଦ ପାୱାର ମଧ୍ୟ ନେଇଛନ୍ତି କୋଭିଡ ଟିକା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.