ETV Bharat / bharat

ପଶ୍ଚିମ ନୌସେନା କମାଣର ଚିଫ ଅଫ୍‌ ଷ୍ଟାଫ ହେଲେ କ୍ରୀଷ୍ଣା ସ୍ବାମୀନାଥନ

ନୌସେନାର ଉପ ଆଡମିରାଲ୍ କ୍ରୀଷ୍ଣା ସ୍ବାମୀନାଥନଙ୍କୁ ପଦୋନ୍ନତି । ପଶ୍ଚିମ ନୌସେନା କମାଣର ଚିଫ ଅଫ ଷ୍ଟାଫ ଭାବେ ତୁଲାଇବେ ଦାୟିତ୍ବ । 1987ରେ ନୌସେନାରେ ଦେଇଥିଲେ ଯୋଗ । ଅଧିକ ପଢନ୍ତୁ...

author img

By

Published : Nov 8, 2021, 7:47 AM IST

ପଶ୍ଚିମ ନୌସେନା କମାଣର ଚିଫ ଅଫ ଷ୍ଟାଫ ହେଲେ ଉପ ଆଡମିରାଲ୍ କ୍ରୀଷ୍ଣା ସ୍ବାମୀନାଥନ

ମୁମ୍ବାଇ: ନୈସେନାର ଉପ ଆଡମିରାଲ୍ କ୍ରୀଷ୍ଣା ସ୍ବାମୀନାଥନଙ୍କୁ ପଦୋନ୍ନତି । ୱେଷ୍ଟର୍ଣ୍ଣ ନାଭାଲ୍ କମାଣ୍ଡର ଚିଫ ଅଫ ଷ୍ଟାଫ୍ ଭାବରେ ନୂଆ ଦାୟିତ୍ବ ସମ୍ଭାଳିବେ ଆଡମିରାଲ୍ କ୍ରୀଷ୍ଣା ସ୍ବାମୀନାଥନ । ରବିବାର ଏନେଇ ଜଣେ ପ୍ରତିରକ୍ଷା ଅଧିକାରୀ ଟ୍ବିଟ କରି ସୂଚନା ଦେଇଛି ।

ନ୍ୟାସନାଲ ଡିଫେନ୍ସ ଏକାଡେମୀରୁ ଶିକ୍ଷା ଲାଭ କରିଥିବା କ୍ରୀଷ୍ଣା ସ୍ବାମୀନାଥନ 1987 ମସିହା ଜୁଲାଇ 1 ତାରିଖରେ ଭାରତୀୟ ନୈସେନାରେ ସାମିଲ ହୋଇଥିଲେ । ଯୋଗାଯୋଗ ଏବଂ ବୈଦ୍ୟୁତିକ ଯନ୍ତ୍ରାସଂ ବିଶେଷଜ୍ଞ ଭାବେ ତାଙ୍କର ବେସ ପାରଦର୍ଶିତା ରହିଛି । ସେ ତାଙ୍କ କ୍ୟାରିୟରରେ କ୍ଷେପଣାସ୍ତ୍ର ଜାହାଜ INS ବିଦ୍ୟୁତ ଏବଂ ବିନାଶ, କ୍ଷେପଣାସ୍ତ୍ର INS କୁଲିଶ, ଗାଇଡ୍ ମିସାଇଲ୍ ବିନାଶକ INS ମହୀଶୁର ଏବଂ ବିମାନ ପରିବହନକାରୀ INS ବିକ୍ରମାଦିତ୍ୟରେ କମାଣ୍ଡିଂ ଅଧିକାରୀ ଭାବେ ଏକାଧିକ ଅଭ୍ୟାସର ନେତୃତ୍ବ ନେଇଛନ୍ତି । ଭାରତୀୟ ନୌସେନାର ପ୍ରମୁଖ ସାମରିକ ଅଭ୍ୟାସ ଓ କାର୍ଯାନୁଷ୍ଠାନରେ ବିଶେଷ ଭାବେ ଯୋଗଦାନ ଦେଇଥିବା ସ୍ବାମୀନାଥନଙ୍କୁ ସେବାରେ ଉତ୍କର୍ଷତା ପାଇଁ ଅତି ବିଶିଷ୍ଟ ସେବା ପଦକ ସମେତ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯାଇଛି ।

ସ୍ବାମୀନାଥନ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ବିଏସସି ଡିଗ୍ରୀ, କୋଚିନ୍ ବିଜ୍ଞାନ ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟରୁ ଟେଲିକମ୍ ଯୋଗାଯୋଗରେ ଉଚ୍ଚଶିକ୍ଷା ମଧ୍ୟ ଲାଭ କରିଛନ୍ତି । ସେହିପରି ଲଣ୍ଡନର କିଙ୍ଗ କଲେଜରୁ ପ୍ରତିରକ୍ଷା ଅଧ୍ୟୟନରେ ଏମଏ ମଧ୍ୟ କରିଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.