ବାଲେଶ୍ବର: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଭେରୀ ସର୍ଟ ରେଞ୍ଜ ଏୟାର ଡିଫେନ୍ସ ସିଷ୍ଟମ ମିସାଇଲ୍ର ସଫଳ ପରୀକ୍ଷଣ କରିଛି (Very Short Range Air Defence System) । ବାଲେଶ୍ବର ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ୍ ପୋର୍ଟେବଲ୍ ଲଞ୍ଚରରୁ ଏହି ମିସାଇଲ୍ର ସଫଳ ପରୀକ୍ଷଣ କରାଯାଇଛି । ଏହି ପରୀକ୍ଷଣ ପରେ ମିସାଇଲ୍କୁ ନେଇ DRDO ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
-
#DRDOUpdates | Very Short Range Air Defence System (VSHORADS) missile was successfully flight tested from a ground based portable launcher, off the coast of Odisha.#AtmanirbhartaInDefence @PMOIndia @DefenceMinIndia @SpokespersonMoD https://t.co/KCNZ8gm4Uf pic.twitter.com/Kao25RbpHr
— DRDO (@DRDO_India) September 27, 2022 " class="align-text-top noRightClick twitterSection" data="
">#DRDOUpdates | Very Short Range Air Defence System (VSHORADS) missile was successfully flight tested from a ground based portable launcher, off the coast of Odisha.#AtmanirbhartaInDefence @PMOIndia @DefenceMinIndia @SpokespersonMoD https://t.co/KCNZ8gm4Uf pic.twitter.com/Kao25RbpHr
— DRDO (@DRDO_India) September 27, 2022#DRDOUpdates | Very Short Range Air Defence System (VSHORADS) missile was successfully flight tested from a ground based portable launcher, off the coast of Odisha.#AtmanirbhartaInDefence @PMOIndia @DefenceMinIndia @SpokespersonMoD https://t.co/KCNZ8gm4Uf pic.twitter.com/Kao25RbpHr
— DRDO (@DRDO_India) September 27, 2022
DRDO ପକ୍ଷରୁ କୁହାଯାଇଛି, "VSHORADS ଏକ ମ୍ୟାନ୍ ପୋର୍ଟେବଲ୍ ଏୟାର ଡିଫେନ୍ସ ସିଷ୍ଟମ୍(Man Portable Air Defence System) । DRDO ଲାବୋରେଟୋରୀ ଏବଂ ଭାରତୀୟ ଉଦ୍ୟୋଗ ସହଭାଗୀଙ୍କ ସହଯୋଗରେ ହାଇଦ୍ରାବାଦ DRDO ଅନୁସନ୍ଧାନ କେନ୍ଦ୍ର ଇମାରାଟ୍ ଦ୍ବାରା ଏହି ମିସାଇଲ୍ ବିକଶିତ ହୋଇଛି । ଭେରୀ ସର୍ଟ ରେଞ୍ଜ ଏୟାର ଡିଫେନ୍ସ ସିଷ୍ଟମ ମିସାଇଲ୍ରେ ଅତ୍ୟାଧୁନିକ ଟେକ୍ନୋଲୋଜୀ ବ୍ୟବହାର ହୋଇଛି । ଏଥିରେ ଥିବା ସମସ୍ତ ଟେକ୍ନିକ୍ ପରୀକ୍ଷଣ ବେଳେ ବ୍ୟବାହର କରାଯାଇଥିଲା । କମ ଉଚ୍ଚତା ବିଶିଷ୍ଟ ବାୟୁ ଆକ୍ରମଣକୁ ଏହା ପ୍ରତିହତ କରି ପାରିବାର କ୍ଷମତା ରଖିଛି । ଏହି ମିସାଇଲ୍ ଡୁଆଲ୍ ଥ୍ରଷ୍ଟ କଠିନ ମୋଟର ଦ୍ୱାରା ପରିଚାଳିତ ।"
ସହଜତାକୁ (portability) ସୁନିଶ୍ଚିତ କରିବା ପାଇଁ ଲଞ୍ଚର ସହ ମିସାଇଲ୍ର ଡିଜାଇନ୍ ବିକଶିତ ହୋଇଛି । ମିଶନର ସମସ୍ତ ଉଦ୍ଦେଶ୍ୟକୁ ପୂରା କରୁଛି ଭେରୀ ସର୍ଟ ରେଞ୍ଜ ଏୟାର ଡିଫେନ୍ସ ସିଷ୍ଟମ ମିସାଇଲ୍ । ଗତ ସେପ୍ଟେମ୍ବର ୮ ତାରିଖରେ DRDO ପକ୍ଷରୁ ଶୀଘ୍ର ପ୍ରତିକ୍ରିୟାଶୀଳ Quick Reaction Surface to Air Missile (QRSAM) ପାଇଁ ସ୍ଥଳଭାଗରୁ ବାୟୁକୁ ଉତ୍କ୍ଷେପଣ ହୋଇ ପାରୁଥିବା ମିସାଇଲର ପରୀକ୍ଷଣ କରିଥିଲା । ମୋଟ ୬ଟି ଯୁଦ୍ଧ ବିମାନରେ ଏହି ପରୀକ୍ଷଣ ସ୍ଥାନ ପାଇଥିବା ବେଳେ ସମସ୍ତ ପରୀକ୍ଷଣ ସଫଳ ହୋଇଥିଲା ।
ଉଚ୍ଚ ଦ୍ରୁତଗାମୀ ବାୟୁ ଟାର୍ଗେଟ୍ ଦୂରଗାମୀ ମଧ୍ୟମ ଉଚ୍ଚତା, ସ୍ବଳ୍ପ ଉଚ୍ଚତମ ବାୟୁ ବିପଦକୁ ଏହା ଟାର୍ଗେଟ କରି ପାରିବ । ଏଭଳି ମିସାଇଲ୍ର କ୍ଷମତା ଯାଞ୍ଚ ପାଇଁ DRDO ପକ୍ଷରୁ ମିସାଇଲ୍ର ପରୀକ୍ଷଣ କରାଯାଇଥିଲା ।