ETV Bharat / bharat

ମହାଆକାଶରେ ମହାଜାଗତିକ ଦୃଶ୍ୟ: 1000 ବର୍ଷ ପରେ ଆକାଶରେ କ୍ରମାଗତ ରହିବେ 4 ଗ୍ରହ

author img

By

Published : Apr 27, 2022, 11:02 AM IST

Updated : Apr 27, 2022, 11:08 AM IST

ପ୍ରାୟ 1000 ବର୍ଷ ପରେ ଆକାଶରେ ଦେଖାଯିବ ବିରଳ ଦୃଶ୍ୟ । ଏହି ସପ୍ତାହରେ ବ୍ରହ୍ମାଣ୍ଡରେ ଏକାଠି ହେବେ ଶନି, ମଙ୍ଗଳ,ଶୁକ୍ର ଏବଂ ବୃହସ୍ପତି। ଅଧିକ ପଢ଼ନ୍ତୁ

Venus, Mars, Jupiter, Saturn to align in straight line this week after 1000 years
ବିରଳ ଦୃଶ୍ୟ: 1000 ବର୍ଷ ପରେ ଆକାଶରେ କ୍ରମାଗତ ରହିବେ 4ଟି ଗ୍ରହ

ଭୁବନେଶ୍ବର: ପ୍ରାୟ 1000 ବର୍ଷ ପରେ ଆକାଶରେ ଦେଖାଯିବ ବିରଳ ଦୃଶ୍ୟ । ଏହି ସପ୍ତାହରେ ବ୍ରହ୍ମାଣ୍ଡରେ ଅତ୍ୟନ୍ତ ଦୁର୍ଲଭ ମିଶ୍ରଣ ହେବାକୁ ଯାଉଛି । ଶନି, ମଙ୍ଗଳ,ଶୁକ୍ର ଏବଂ ବୃହସ୍ପତି କ୍ରମାଗତ ଭାବେ ରହିବେ । ଯାହା ଖାଲି ଆଖିରେ ଦେଖାଯାଇ ପାରିବ । ପୂର୍ବରୁ ଏହି ଦୃଶ୍ୟ 947 ଖ୍ରୀଷ୍ଟାବ୍ଦରେ ଦେଖାଯାଇଥିଲା ।

ସୂର୍ଯ୍ୟୋଦୟ ହେବାର ଏକ ଘଣ୍ଟା ପୂର୍ବରୁ ଆକାଶରେ ଏହି ସଂଯୋଗ ଦେଖାଯିବ । ପଠାଣି ସାମନ୍ତ ପ୍ଲାନେଟୋରିୟମ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ ଏହି ସପ୍ତାହରେ ପ୍ୟାରେଡରେ ଶନି, ମଙ୍ଗଳ, ଶୁକ୍ର ଏବଂ ବୃହସ୍ପତି କ୍ରମାଗତ ଭାବେ ରହିବେ । ଯାହା ପୂର୍ବ ଆକାଶରେ ଦୃଶ୍ୟମାନ ହେବ । ତେବେ ଏହି ମିଶ୍ରଣ ଅତ୍ୟନ୍ତ ବିରଳ ବୋଲି ଶୁଭେନ୍ଦୁ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି 4ଟି ଗ୍ରହର ସଂଯୋଗ ବର୍ଷକୁ ଥରେ ଘଟିଥିବାବେଳେ 5ଟି ଗ୍ରହର ସଂଯୋଗ ପ୍ରତି 9 ବର୍ଷରେ ଥରେ ହୋଇଥାଏ । ଏବଂ ସମସ୍ତ 8ଟି ଗ୍ରହର ସଂଯୋଗୀକରଣ ପ୍ରତି 170 ବର୍ଷରେ ଥରେ ହୋଇଥାଏ । କିନ୍ତୁ ଗ୍ରହମାନଙ୍କ ଏଭଳି ସଂଯୋଗ 1000 ବର୍ଷ ପରେ ହେବାକୁ ଯାଉଛି । ଭାରତରେ ମଧ୍ୟ ଏହି ଦୃଶ୍ୟ ଦେଖାଯିବ ବୋଲି ସେ ମତ ପ୍ରକାଶ କରିଛନ୍ତି ।

Last Updated : Apr 27, 2022, 11:08 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.