ETV Bharat / bharat

ଅଟଳ ଓ ଆଡଭାନୀଙ୍କୁ ଅଧିକ ମାନେ, କେବେ ପାଦ ଛୁଇଁନି: ଭେଙ୍କେୟା ନାଇଡୁ

author img

By

Published : Aug 9, 2022, 12:08 PM IST

Updated : Aug 9, 2022, 12:34 PM IST

ବିଦାୟକାଳୀନ ସମ୍ବର୍ଦ୍ଧନା ସମାରୋହରେ ଭାବବିହ୍ବଳ ହୋଇପଡିଲେ ବିଦାୟୀ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । କହିଲେ, ଇଶ୍ବରଙ୍କ ପରେ ଅଟଳ ବିହାରୀ ବାଜପେୟୀ ଏବଂ ଲାଲକୃଷ୍ଣ ଆଡଭାନୀଙ୍କୁ ମାନୁଥିଲି । ଅଧିକ ପଢନ୍ତୁ

ଇଶ୍ବରଙ୍କ ପରେ ଅଟଳ-ଆଡଭାନୀଙ୍କୁ ମାନୁଥିଲି: ଭେଙ୍କେୟା ନାଇଡୁ

ନୂଆଦିଲ୍ଲୀ: ଆସନ୍ତାକାଲି(ଅଗଷ୍ଟ 10) ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏଥିପାଇଁ ବିଦାୟୀ ଉପରାଷ୍ଟ୍ରପତିଙ୍କୁ ସୋମବାର ସଂସଦ ଭବନରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ବିଦାୟକାଳୀନ ସମାରୋହରେ ଭେଙ୍କେୟା ନାଇଡୁ ନିଜ ଜୀବନର ବହୁ କାହାଣୀ ବଖାଣିଛନ୍ତି । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ବିଦାୟୀ ଉପରାଷ୍ଟ୍ରପତି କହିଛନ୍ତି, ''ଯେକୌଣସି ବ୍ୟକ୍ତି ନିଜର ପରିଶ୍ରମ ବଳରେ କିଛି ବି ହାସଲ କରିପାରିବ । ଯଦି ଇଶ୍ବରଙ୍କ ପରେ ମୁଁ କାହାକୁ ମାନୁଥାଏ ତେବେ ସେ ହେଉଛନ୍ତି ଅଟଳ ବିହାରୀ ବାଜପେୟୀ ଏବଂ ଲାଲକୃଷ୍ଣ ଆଡଭାନୀ । କିନ୍ତୁ କେବେ ବି ମୁଁ ତାଙ୍କର ପାଦ ଛୁଇଁନାହିଁ ।''

ସେ ଆହୁରିମଧ୍ୟ କହିଛନ୍ତି, ''ଆପଣଙ୍କ ପରିଶ୍ରମ ହିଁ ଆପଣଙ୍କୁ ଉଚ୍ଚ ପଦରେ ବସାଇପାରିବ, ବାକି ଆଉ କିଛି କାମରେ ଆସିବ ନାହିଁ । ମୁଁ ୫ ବର୍ଷ କାଳ ଦାୟିତ୍ବ ନିଭାଇଲି । ଗୋଟିଏ ପଟେ ଉପରାଷ୍ଟ୍ରପତି ଭୂମିକା ଅନ୍ୟପଟେ ରାଜ୍ୟସଭା ଅଧ୍ୟକ୍ଷ ଭାବେ ଦାୟିତ୍ବ ସମ୍ପାଦନ କରିଛି । ସବୁବେଳେ ପଦର ମର୍ଯ୍ୟାଦା ରଖିବାକୁ ମୁଁ ପ୍ରୟାସ କରିଛି । ଆପଣ ସମସ୍ତଙ୍କୁ ନମସ୍କାର ସହ ଅଭିବାଦନ କରୁଥିଲି । ଯାହାକି ଆମ ଭାରତୀୟ ପରମ୍ପରାର ଏକ ଅଂଶ ଅଟେ ।''

ସେ ନିଜର ଜୀବନ ଯାତ୍ରା ସମ୍ପର୍କରେ କହିଛନ୍ତି, ''ମୁଁ ଏକ ସାଧାରଣ ଚାଷୀ ପରିବାରରୁ ଆସିଛି । ପିଲାଦିନେ ୩ କିଲୋମିଟର ଦୂର ସ୍କୁଲକୁ ଚାଲି ଚାଲି ଯାଉଥିଲି । ପାର୍ଟିର କୌଣସି ବଡ ନେତା ସହରକୁ ଆସୁଥିଲେ ସାରା ରାତି ମୁଁ ପୋଷ୍ଟର ଲଗାଉଥିଲି । ଯେତେବେଳେ ଆମ ଅଞ୍ଚଳରେ ଅଟଳ ବିହାରୀ ବାଜପେୟୀଙ୍କ ସଭା ହୋଇଥିଲା ସେଥିରେ ମଧ୍ୟ ପୋଷ୍ଟର ଲଗାଇବା ସହ ମୁଁ ଉଦଘୋଷଣା କରିଥିଲି । ପରବର୍ତ୍ତୀ ମୁହୂର୍ତ୍ତରେ ପାର୍ଟିର ସାମାନ୍ୟ କାର୍ଯ୍ୟକର୍ତ୍ତାରୁ ପାର୍ଟି ଅଧ୍ୟକ୍ଷ ହେଲି ।''

ଏହା ହିଁ ଗଣତନ୍ତ୍ରର ସୁନ୍ଦରତା ବୋଲି ଭେଙ୍କେୟା ନାଇଡୁ ବୋଲି କହିଛନ୍ତି । ରାଜ୍ୟସଭାର ଅଧ୍ୟକ୍ଷ ଭାବେ ନିଜର ଶେଷ ବକ୍ତବ୍ୟ ରଖିବା ସମୟରେ କିଛି ସମୟ ସେ ଭାବବିହ୍ବଳ ହୋଇଯାଇଥିଲେ । ଏହି ବିଦୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ ବିର୍ଲା, ରାଜ୍ୟସଭା ଉପବାଚସ୍ପତି ହରିବଂଶ, ପୀୟୁଷ ଗୋୟଲ, କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ସମେତ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।

Last Updated : Aug 9, 2022, 12:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.