ETV Bharat / bharat

କୁମ୍ଭୀରର ଆଧ୍ୟାତ୍ମିକଭାବ: ଭଗବାନଙ୍କୁ କରେ ଦର୍ଶନ, ସ୍ପର୍ଶ କରେନି ମାଛ

କେରଳ କସାରଗୋଡ଼ାର ଅନନ୍ତପୁରମ ସ୍ବାମୀ ମନ୍ଦିରର ଈଶ୍ବର ଭକ୍ତ କୁମ୍ଭୀର ବବିଆ । ଏହି କୁମ୍ଭୀରଟି ଭୋଗ ହେଉଥିବା ଭାତକୁ ଖାଉଥିବା ବେଳେ ମନ୍ଦିରକୁ ଆସି ଭଗବାନଙ୍କୁ ଦର୍ଶନ କରିଥାଏ । ଅଧିକ ପଢନ୍ତୁ

author img

By

Published : Oct 10, 2022, 10:22 PM IST

କୁମ୍ଭୀରର ଆଧ୍ୟାତ୍ମିକଭାବ: ଭଗବାନଙ୍କୁ କରେ ଦର୍ଶନ, ସ୍ପର୍ଶ କରେନି ମାଛ
କୁମ୍ଭୀରର ଆଧ୍ୟାତ୍ମିକଭାବ: ଭଗବାନଙ୍କୁ କରେ ଦର୍ଶନ, ସ୍ପର୍ଶ କରେନି ମାଛ

ଥିରୁଅନନ୍ତପୁରମ: କେରଳ କସାରଗୋଡ଼ରେ ଥିବା ଅନନ୍ତପୁରମ ସ୍ବାମୀ ମନ୍ଦିର (Ananthapuram Ananthapadmanabha Swamy temple)ର ଈଶ୍ବର ଭକ୍ତ କୁମ୍ଭୀର । ନାଁ ହେଉଛି ବବିୟା (Babiya)। ଏହି କୁମ୍ଭୀରଟି ଏକ ଅସାଧାରଣ କୁମ୍ଭୀର । ଏହି କୁମ୍ଭୀରଟି କାହାରିକୁ କ୍ଷତି ପହଞ୍ଚାଏ ନାହିଁ । ଏପରିକି ପାଣି ମଧ୍ୟରେ ଥିବା ମାଛକୁ ମଧ୍ୟ ଭକ୍ଷଣ କରିନଥାଏ । ଏହାବ୍ୟତୀତ କୁମ୍ଭୀରଟି ଭଗବାନଙ୍କୁ ଆସି ଦର୍ଶନ ମଧ୍ୟ କରିଥାଏ । ତେବେ ଏହି କୁମ୍ଭୀରଟିର ଗତ ରବିବାର ଦିନ ୭୫ ବର୍ଷ ବୟସରେ ମୃତ୍ୟୁ ଘଟିଛି । ବବିୟା ଗତ ଦୁଇ ଦିନ ଧରି ନିଖୋଜ ଥିବା ନେଇ ଜଣାପଡ଼ିଥିଲା ।

ଅନନ୍ତପୁରମ ସ୍ବାମୀ ମନ୍ଦିର
ଅନନ୍ତପୁରମ ସ୍ବାମୀ ମନ୍ଦିର

ଏହି କୁମ୍ଭୀରଟି ମାଂସାଶୀ ନୁହେଁ, ବରଂ ମନ୍ଦିରରୁ ଦିଆଯାଉଥିବା ଭୋଗକୁ ସେ ଖାଦ୍ୟ ଭାବେ ଗ୍ରହଣ କରିଥାଏ । ବବିୟା କେବେ ବି ମାଛ ଖାଇନଥାଏ । କେହି କେବେ ବି ବବିୟାକୁ କୌଣସି ପ୍ରାଣୀକୁ ଖାଉଥିବାର ଦେଖିନଥିବା କହିଛନ୍ତି । ବବିୟା ଭଗବାନଙ୍କୁ ଆସି ଦର୍ଶନ ମଧ୍ୟ କରିଥାଏ, ଯାହାର ଭିଡ଼ିଓ ନିକଟରେ ଭାଇରାଲ ମଧ୍ୟ ହୋଇଥିଲା । ଲୋକକଥା ଅନୁସାରେ ଇଂରେଜ ଶାସନ ସମୟରେ ଏହି କୁମ୍ଭୀରକୁ ଇଂରେଜମାନେ ଗୁଳି କରି ହତ୍ୟା କରିଥିଲେ । ହ୍ରଦ ମଧ୍ୟରେ ହିଁ କୁମ୍ଭୀରର ମୃତ୍ୟୁ ଘଟିଥିଲା ।

ଏହା ବି ପଢନ୍ତୁ- ଶିବସେନା ନିର୍ବାଚନୀ ଚିହ୍ନ ଫ୍ରିଜ ପ୍ରସଙ୍ଗ: ନିର୍ବାଚନ ଆୟୋଗଙ୍କ ବିରୋଧରେ ହାଇକୋର୍ଟ ଗଲେ ଉଦ୍ଧବ ଗୋଷ୍ଠୀ

ମାତ୍ର କିଛି ଦିନ ପରେ କୁମ୍ଭୀରଟି ଅଚାନକ ଭାବେ ହ୍ରଦ ମଧ୍ୟରେ ଦେଖିବାକୁ ମିଳିଥିଲା । ଗତ ୨୦୧୯ ମସିହାରେ ବବିୟାର ମୃତ୍ୟୁ ଘଟିଥିବା ଶୁଣିବାକୁ ମିଳିଥିଲା । ମାତ୍ର ମନ୍ଦିର ପ୍ରଶାସନ ଏହାକୁ ଗୁଜବ ବୋଲି କହିଥିଲେ । ହ୍ରଦ ମଝିରେ ଅନନ୍ତପୁରମ ସ୍ବାମୀ ମନ୍ଦିର ରହିଛି । ପ୍ରବଳ ବର୍ଷା ସତ୍ତ୍ବେ କେବେ ବି ଏହି ହ୍ରଦର ଜଳସ୍ତର ବୃଦ୍ଧି ପାଏ ନାହିଁ । ଏଠାରେ ହିଁ ରହୁଥିଲା ବବିୟା ।

ମନ୍ଦିରର ଇତିହାସ:-

ମନ୍ଦିରରେ ପ୍ରବେଶ ଦ୍ବାରରେ ଏକ ଗୁମ୍ଫା ରହିଛି । ଏହି ଗୁମ୍ଫା ଥିରୁଅନନ୍ତପୁରମ ପର୍ଯ୍ୟନ୍ତ ବ୍ୟାପିଛି । ଏହି ମନ୍ଦିରରକୁ ଥିରୁଅନନ୍ତପୁରମର ପ୍ରସିଦ୍ଧ ଅନନ୍ତ ପଦ୍ମନାଭ ସ୍ବାମୀ ମନ୍ଦିରର 'ମଦର ଟେମ୍ପଲ' ବୋଲି କୁହାଯାଏ । କିମ୍ବଦନ୍ତୀ ଅନୁସାରେ ଭଗବାନ ବିଷ୍ଣୁ ଏହି ଅନନ୍ତ ପଦ୍ମନାଭ ସ୍ବାମୀ ମନ୍ଦିରକୁ ଆସିଥିବା ବେଳେ ଥକି ଯାଇଥିଲେ । ନିଜ କ୍ଳାନ୍ତକୁ ଦୂର କରିବା ପାଇଁ ଏଠାରେ ସେ ବିଶ୍ରାମ ନେଇଥିଲେ । ଏଥିଲାଗି ମନ୍ଦିରରେ ଭଗବାନ ବିଷ୍ଣୁଙ୍କ ଶୟନ ଅବସ୍ଥାରେ ଏକ ମୂର୍ତ୍ତି ରହିଛି । ଅନନ୍ତପୁରମ ମନ୍ଦିରରେ ମୂର୍ତ୍ତି ଗୁଡ଼ିକ ପଞ୍ଚଲୋହା ପରିବର୍ତ୍ତେ ଏକ ସ୍ବତନ୍ତ୍ର ଧରଣର ଜୈବିକ ସାମଗ୍ରୀ (organic materials)ରେ ତିଆରି । ଯାହାକି ବହୁତ ମଜବୁତ । ମନ୍ଦିରଟି ୧୦୦୦ ବର୍ଷ ପୁରୁଣା ହୋଇଥିବା ବେଳେ ଏହା ଦମ୍ଭ ଭାବେ ଛିଡ଼ା ହୋଇ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.