ETV Bharat / bharat

ବିଜେପିର ସମୀକ୍ଷା ବୈଠକ, ମୋଦିଙ୍କୁ ଭେଟିଲେ ବସୁନ୍ଧରା ରାଜେ ସିନ୍ଧିଆ - ବସୁନ୍ଧରା ରାଜେ ସିନ୍ଧିଆ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ । ଅଧିକ ପଢନ୍ତୁ...

ବିଜେପିର ସମୀକ୍ଷା ବୈଠକ , ମୋଦିଙ୍କୁ ଭେଟିଲେ ବସୁନ୍ଧରା ରାଜେ ସିନ୍ଧିଆ

author img

By

Published : Feb 22, 2021, 9:40 PM IST

ଜୟପୁର: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବସୁନ୍ଧରା ରାଜେ ସିନ୍ଧିଆ । ଦିଲ୍ଲୀରେ ଆୟୋଜିତ ଭାରତୀୟ ଜନତା ପାର୍ଟି ବୈଠକରେ ରାଜ୍ୟ ମାନଙ୍କରେ ଦଳର ସ୍ଥିତି ସମୀକ୍ଷା କରିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହି ଅବସରରେ ସବୁ ରାଜ୍ୟର ସଭାପତି, ସମ୍ପାଦକ ଓ ପ୍ରଭାରୀ ମାନଙ୍କ ସହ ବିଭିନ୍ନ ବରିଷ୍ଠ ନେତାମାନେ ଯୋଗ ଦେଇଛନ୍ତି । ଏହି ଅବସରରେ ରାଜସ୍ଥାନ ବିଜେପି ରାଜ୍ୟ ସଭାପତି ଡ ସତୀଶ ପୁନିଆ ରାଜସ୍ଥାନ ବିଜେପିର କାର୍ଯ୍ୟକାରିତା ସମ୍ପର୍କରେ ସବିଶେଷ ତଥ୍ୟ ରଖିଛନ୍ତି । ବୈଠକରେ ବସୁନ୍ଧରା ରାଜେ ସିନ୍ଧିଆ ଯୋଗ ଦେଇଥିଲେ । ତେବେ ଟି ବ୍ରେକ ବେଳେ ବସୁନ୍ଧରା ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରୁଥିବାର ଦେଖିବାକୁ ମିଳିଛି ।

ବିଜେପିର ସମୀକ୍ଷା ବୈଠକ , ମୋଦିଙ୍କୁ ଭେଟିଲେ ବସୁନ୍ଧରା ରାଜେ ସିନ୍ଧିଆ
ବିଜେପିର ସମୀକ୍ଷା ବୈଠକ , ମୋଦିଙ୍କୁ ଭେଟିଲେ ବସୁନ୍ଧରା ରାଜେ ସିନ୍ଧିଆ

ଏହିପରି ଏକ ବୈଠକରେ ଦଳର ରାଜ୍ୟ ସଭାପତି ତଥା ସଂଗଠନର ସାଧାରଣ ସମ୍ପାଦକ ତଥା ଅନ୍ୟ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିଜର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଜେପି ନଡ୍ଡା ସମସ୍ତ କାର୍ଯ୍ୟାଳୟର ଅଧିକାରୀ ତଥା ରାଜ୍ୟ ମୁଖ୍ୟଙ୍କୁ ଏକତା ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.