ETV Bharat / bharat

ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ସସପେନ୍ସ ଜାରି, ଦିଲ୍ଲୀ ଗଲେ ବସୁନ୍ଧରା

author img

By ETV Bharat Odisha Team

Published : Dec 6, 2023, 10:57 PM IST

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ସସପେନ୍ସ ମଧ୍ୟରେ ଦିଲ୍ଲୀ ଗଲେ ବସୁନ୍ଧରା ରାଜେ ସିନ୍ଧିଆ । ଦଳ ନୂଆ ମୁଖ୍ୟମନ୍ତ୍ରୀ ଖୋଜୁଥିବା ବେଳେ ବସୁନ୍ଧରାଙ୍କ ଗୋଷ୍ଠୀରେ ରହିଛନ୍ତି ବହୁ ଅନୁଗତ ବିଧାୟକ । ଅଧିକ ପଢନ୍ତୁ

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ସସପେନ୍ସ: ଦିଲ୍ଲୀ ଗଲେ ବସୁନ୍ଧରା

ନୂଆଦିଲ୍ଲୀ/ଜୟପୁର: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦ ନେଇ ସସପେନ୍ସ ଜାରି ରହିଥିବା ବେଳେ ଦାବିଦାରିର ସବୁଠୁ ଆଗରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ଦିଲ୍ଲୀ ଡାକିଲା ଦଳ । ବସୁନ୍ଧରା ଆଜି ରାତିରେ ଦିଲ୍ଲୀ ଗସ୍ତ କରୁଥିବା ସୂଚନା ମିଳିଛି । ତାଙ୍କୁ ମୁଖ୍ୟମନ୍ତ୍ରୀ ଚୟନ ପ୍ରସଙ୍ଗରେ କେନ୍ଦ୍ରୀୟ ନେତୃତ୍ବ ଆଲୋଚନା ପାଇଁ ଡାକିଥିବା ଚର୍ଚ୍ଚା ହେଉଛି ।

ସୂତ୍ରରୁ ସୂଚନା ଅନୁସାରେ, ସେ ଆଜି ରାତି ସାଢେ 10 ଟାରେ ଜୟପୁର ବିମାନ ବନ୍ଦରରୁ ଦିଲ୍ଲୀ ଯାତ୍ରା କରିବେ । ଆସନ୍ତାକାଲି ପୂର୍ବାହ୍ନରେ ସେ କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିପାରନ୍ତି । 3 ତାରିଖରେ ଫଳାଫଳ ଆସିବା ପରେ ମୁଖ୍ୟମନ୍ତ୍ରୀ ପଦ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଚିତ୍ର ଆସନି । ତେବେ ସୋମ ଓ ମଙ୍ଗଳବାର ବସୁନ୍ଧରାଙ୍କ ସିଭିଲ ଲାଇନ ସ୍ଥିତ ବାସଭବନରେ ଅନେକ ନବନିର୍ବାଚିତ ବିଧାୟକ ତାଙ୍କୁ ଭେଟି ଆଲୋଚନା କରିଥିଲେ । ଭେଟିଥିବା ଏହି ବିଧାୟକଙ୍କ ସଂଖ୍ୟା ପ୍ରାୟ 60 ହେବା ନେଇ କୁହାଯାଉଛି । ସମର୍ଥିତ ବିଧାୟକଙ୍କୁ ଏକାଠି କରି କେନ୍ଦ୍ରୀୟ ନେତୃତ୍ବଙ୍କୁ ବସୁନ୍ଧରା ପରୋକ୍ଷ ଶକ୍ତି ପ୍ରଦର୍ଶନ କରୁଥିବା ଚର୍ଚ୍ଚା ହେଉଥିଲା ।

ତେବେ ପୂର୍ବରୁ ଦୁଇଥର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି ବସୁନ୍ଧରା । ଚଳିତଥର ମଧ୍ୟ ତାଙ୍କ ଗୋଷ୍ଠୀରେ ବହୁ ଅନୁଗତ ବିଧାୟକ ସାମିଲ ଥିବା ଚର୍ଚ୍ଚା ହେଉଛି । ମାତ୍ର ଦଳର ଇସାରା କିଛି ଭିନ୍ନ ଦିଗକୁ ସୂଚନା ଦେଇସାରିଲାଣି । ଆଜି 3 ରାଜ୍ୟରେ ବିଧାନସଭା ନିର୍ବାଚନ ଲଢି ବିଜୟୀ ହୋଇଥିବା 10 ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ଆଗକୁ 2024 ନିର୍ବାଚନ ପାଇଁ ଦଳ ତିନି ରାଜ୍ଯରେ ନୂଆ ମୁଖ୍ୟମନ୍ତ୍ରୀ ନେଇ ବିଚାର ବିମର୍ଶ ଆରମ୍ଭ କରିସାରିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ଏହାରି ମଧ୍ୟରେ ବସୁନ୍ଧରାଙ୍କୁ ହୁଏତ ଦଳ ତୃତୀୟ ସୁଯୋଗ ନଦେଇ ପାରେ । ତେବେ ସେ ଆଜି କେନ୍ଦ୍ରୀୟ ନେତୃତ୍ବଙ୍କୁ ଭେଟିବା ପାଇଁ ବସୁନ୍ଧରା ଦିଲ୍ଲୀ ଗସ୍ତରେ ବାହାରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ‘ପିଓକେ ଆମର’: ଜମ୍ମୁ କାଶ୍ମୀର ପୁନର୍ଗଠନ ବିଲରେ ପାକ ଅଧିକୃତ କାଶ୍ମୀର ପାଇଁ 24 ଆସନ ସଂରକ୍ଷିତ

ଚଳିତ ଥର ଗୋଟିଏ ଆସନକୁ ବାଦଦେଲେ 199 ଆସନରେ ନିର୍ବାଚନ ହୋଇଥିଲା । ଏଥିରେ ଭାରତୀୟ ଜନତା ପାର୍ଟି 115 ଆସନ ଜିତି ବହୁମତ ହାସଲ କରିଛି । ଅଶୋକ ଗେହଲଟଙ୍କ ନେତୃତ୍ବରେ ଲଢିଥିବା କଂଗ୍ରେସ ମାତ୍ର 69 ଆସନ ପାଇଛି । ଏବେ ବିଜେପି ସରକାର ଗଠନ କରିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଚୟନ ପ୍ରସଙ୍ଗରେ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କ ରଣନୀତି ଏବେ ସୁଦ୍ଧା ମଧ୍ୟ ଅଭେଦ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.