ETV Bharat / bharat

Gyanvapi Row: ହିନ୍ଦୁ ପକ୍ଷକୁ ଝଟକା, କାର୍ବନ ଡେଟିଂ ଯାଞ୍ଚ ଆବେଦନ ଖାରଜ - କାର୍ବନ ଡେଟିଂ ଯାଞ୍ଚ ଆବେଦନ ଖାରଜ

ଜ୍ଞାନବ୍ୟାପୀ ମସଜିଦରେ ମିଳିଥିବା ଶିବଲିଙ୍ଗର ହେବନାହିଁ କାର୍ବନ ଡେଟିଂ । ଏହି ଆବେଦନକୁ ବାରାଣାସୀ ଜିଲ୍ଲା କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି । ଅଧିକ ପଢ଼ନ୍ତୁ

Gyanvapi Row: ହିନ୍ଦୁ ପକ୍ଷକୁ ଝଟକା, କାର୍ବନ ଡେଟିଂ ଯାଞ୍ଚ ଆବେଦନ ଖାରଜ

author img

By

Published : Oct 14, 2022, 3:30 PM IST

ଲକ୍ଷ୍ନୌ: ଜ୍ଞାନବ୍ୟାପୀ ମସଜିଦରେ ମିଳିଥିବା ଶିବଲିଙ୍ଗର ହେବନାହିଁ କାର୍ବନ ଡେଟିଂ । ହିନ୍ଦୁ ପକ୍ଷ କରିଥିବା ଏହି ଆବେଦନକୁ ବାରାଣାସୀ ଜିଲ୍ଲା କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି । ଜ୍ଞାନବ୍ୟାପୀ ମସଜିଦରେ ମିଳିଥିବା ଶିବଲିଙ୍ଗର ବୈଜ୍ଞାନିକ ଯାଞ୍ଚ ଓ କାର୍ବନ ଡେଟିଂ କରାଇବାକୁ ଆବେଦନ କରିଥିଲ ହିନ୍ଦୁ ପକ୍ଷ । ତେବେ ହିନ୍ଦୁ ପକ୍ଷଙ୍କୁ ଏହା ଏକ ବଡ଼ ଝଟକା ବୋଲି କୁହାଯାଉଛି । ତେବେ ପୂର୍ବଭଳି ସିଲ୍ ହୋଇଥିବା ସ୍ଥାନରେ ସ୍ଥିତାବସ୍ଥା ବଜାୟ ରହିବ ।

ଜିଲ୍ଲା କୋର୍ଟ କହିଛନ୍ତି ଯେ, ସୁପ୍ରିମକୋର୍ଟ କହିଥିଲେ ଯେଉଁ ଶିବଲିଙ୍ଗ ମିଳିଛି ତାହାକୁ ସୁରକ୍ଷିତ ଭାବରେ ରଖାଯିବ । ବୈଜ୍ଞାନିକ ଯାଞ୍ଚ ଓ କାର୍ବନ ଡେଟିଂ ଦ୍ବାରା ଶିବଲିଙ୍ଗ ପ୍ରତି ବିପଦ ସୃଷ୍ଟି ହେବା ସମ୍ଭାବନା ରହିଛି । ତା ସହିତ ଏହି ଆବେଦନକୁ ସ୍ବୀକାର କରିବା ଦ୍ବାରା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ହେବ । ତେଣୁ ହିନ୍ଦୁ ପକ୍ଷର ଏହି ଆବେଦନକୁ ଖାରଜ କରିଛନ୍ତି ବାରାଣାସୀ ଜିଲ୍ଲା କୋର୍ଟ ।

ଉତ୍ତରପ୍ରଦେଶ ବାରାଣାସୀର ଜ୍ଞାନବ୍ୟାପୀ ମସଜିଦକୁ ନେଇ ସର୍ଭେ ବେଳେ ମିଳିଥିବା ଶିବଲିଙ୍ଗର କାର୍ବନ ଡେଟିଂ ଯାଞ୍ଚକୁ ନେଇ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଏହାକୁ ସ୍ଥଗିତ ରଖିଥିଲେ । ଶିବଲିଙ୍ଗର କାର୍ବନ ଡେଟିଂ ତଥା ଆଧୁନିକ ଉପାୟରେ ଯାଞ୍ଚ କରିବା ଲାଗି ୪ ମହିଳା ଆବେଦନକାରୀ କୋର୍ଟରେ ଆବେଦନ କରିଥିଲେ ।

କାର୍ବନ ଡେଟିଂ କରିବା ଦ୍ବାରା ଉକ୍ତ ସ୍ଥାନର କ୍ଷତି ହୋଇପାରେ ବୋଲି ଆଶଙ୍କା କରିଥିଲେ କୋର୍ଟ । ଏହାକୁ ନେଇ ସେ ଆବେଦନକାରୀଙ୍କୁ ସୂଚନା ମଧ୍ୟ ପ୍ରଦାନ କରିଥିଲେ । ସେପଟେ ମୁସଲିମ ପ୍ରତିପକ୍ଷ ମଧ୍ୟ ଶିବଲିଙ୍ଗର କାର୍ବନ ଡେଟିଂ ପାଇଁ ବିରୋଧ କରିଥିଲେ ।

ଚଳିତ ବର୍ଷ ମେ’ ମାସରେ ଜ୍ଞାନବ୍ୟାପୀ ମସଜିଦରେ ଏକ ସର୍ଭେ କରାଯାଇଥିଲା । ମସଜିଦରେ ଏକ ଶିବଲିଙ୍ଗ ମିଳିଥିଲା । ହିନ୍ଦୁ ପକ୍ଷ ଏହାକୁ ଶିବଲିଙ୍ଗ କହୁଥିବା ବେଳେ ମୁସଲିମ ପକ୍ଷ ଏହାକୁ ୱାଟର ଫାଉଣ୍ଟେନ୍‌ ବୋଲି କହିଥିଲା । ତେବେ କାର୍ବନ ଡେଟିଂ ହେଲେ ଏହା କେତେ ପ୍ରାଚୀନ ସେ ସମ୍ପର୍କରେ ତଥ୍ୟ ମିଳିପାରିବ । କାର୍ବନ ଡେଟିଂ ପଦ୍ଧତିକୁ ବହୁଳ ଭାବରେ ବ୍ୟବହାର କରାଯାଏ । କାର୍ବନିକ ପଦାର୍ଥ ବ୍ୟବହାର କରି ମିଳିଥିବା ମୂର୍ତ୍ତି ବା କୌଣସି ଦେବାଦେବୀଙ୍କ ମୂର୍ତ୍ତି କେତେ ପ୍ରାଚୀନ ତାହା ଜଣାପଡ଼ିଥାଏ ।

ମିଳିଥିବା କୌଣସି ଚଟାଣ କେତେ ପ୍ରାଚୀନ ତାହା ସମ୍ପର୍କରେ ଜାଣିବା ଲାଗି କାର୍ବନ ଡେଟିଂ ପଦ୍ଧତିର ବ୍ୟବହାର ହୋଇଥାଏ । କାରଣ ପ୍ରତିଟି ଚଟାଣ ତଳେ କିଛି ନା କିଛି କାର୍ବନିକ ଜିନିଷ ରହିଥାଏ, ଯେପରିକି ପତ୍ର ବା କୌଣସି ଜୀବର କିଛି ଅଂଶ । ଏଥିରୁ ଜଣାପଡ଼ିଥାଏ କି ଉକ୍ତ ଚଟାଣ କେତେ ପ୍ରାଚୀନ । ତେବେ ଜ୍ଞାନବ୍ୟାପୀ ମସଜିଦରେ ମିଳିଥିବା ଶିବଲିଙ୍ଗକୁ ନେଇ ଏଭଳି କୌଣସି ପଦ୍ଧତିର ବ୍ୟବହାର ହେବନାହିଁ ବୋଲି କହିଛନ୍ତି ବାରାଣାସୀ କୋର୍ଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.