ETV Bharat / bharat

Gyanavapi Case: ହିନ୍ଦୁ ପକ୍ଷର ବିଜୟ, ସାଇଣ୍ଟିଫିକ ସର୍ଭେ ଆବେଦନକୁ ମିଳିଲା ମଞ୍ଜୁରୀ - ମିଳିଲା ମଞ୍ଜୁରୀ

ବାରଣାସୀ ଜ୍ଞାନବ୍ୟାପୀ ମସଜିଦ ମାମଲାରେ ହିନ୍ଦୁ ପକ୍ଷର ବିଜୟ । ସାଇଣ୍ଟିଫିକ ସର୍ଭେକୁ ନେଇ ମିଳିଲା ମଞ୍ଜୁରୀ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jul 21, 2023, 4:42 PM IST

Updated : Jul 21, 2023, 5:22 PM IST

ଲକ୍ଷ୍ନୌ: ବହୁଚର୍ଚ୍ଚିତ ଉତ୍ତରପ୍ରଦେଶ ବାରଣାସୀ ଜ୍ଞାନବ୍ୟାପୀ ମସଜିଦ ମାମଲାକୁ ନେଇ ଆସିଲା ବଡ଼ ରାୟ । ଦୀର୍ଘ ଦିନ ଧରି ଚାଲିଥିବା ବିବାଦରେ ହିନ୍ଦୁ ପକ୍ଷର ବିଜୟ ହୋଇଛି । ବିବାଦୀୟ ସ୍ଥାନକୁ ଛାଡ଼ି ପୁରା ମସଜିଦ ପରିସରର ହେବ ସାଇଣ୍ଟିଫିକ ସର୍ଭେ । ଆଜି ଶୁଣାଣି ସମୟରେ ଏନେଇ ହୋଇଥିବା ଆବେଦନକୁ ମଞ୍ଜୁରୀ ଦେଇଛନ୍ତି ବାରଣାସୀ ଜିଲ୍ଲା କୋର୍ଟ । ASI ସର୍ଭେ ହେବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ହିନ୍ଦୁ ପକ୍ଷର ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି ।

  • #WATCH | Varanasi, UP: Advocate Subhash Nandan Chaturvedi, representing Hindu side in the Gyanvapi case, says, "Our application for the ASI survey has been accepted. It's a turning point in the case." pic.twitter.com/8C9j72Eh2B

    — ANI (@ANI) July 21, 2023 " class="align-text-top noRightClick twitterSection" data=" ">

ଏହି ରାୟ ଆସିବା ପୂର୍ବରୁ ଦୀର୍ଘ ଦେଢ ଘଣ୍ଟା ଧରି ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ଶେଷରେ ଏହି ରାୟ ଶୁଣାଇଛନ୍ତି କୋର୍ଟ । ଏହି ସର୍ଭେରେ ପଥର, ଦେବାଦେବୀ, କାନ୍ଥକୁ ବିନା କ୍ଷତି ପହଞ୍ଚାଇ ସର୍ଭେ ହେବ । ଅପର ପକ୍ଷରେ କୋର୍ଟଙ୍କ ଏହି ରାୟ ଆସିବା ପରେ ଅଞ୍ଜୁମାନ ଇନ୍ତିଜାମିଆ କମିଟି ଏହାର ବିରୋଧ କରିଥିବା ଦେଖିବାକୁ ମିଳିଛି । ପୂର୍ବରୁ ସୁପ୍ରିମକୋର୍ଟ ଏହି ମାମଲାରେ ବୈଜ୍ଞାନିକ ବା ସାଇଣ୍ଟିଫିକ ସର୍ଭେ ଉପରେ ସ୍ଥଗିତାଦେଶ ମଧ୍ୟ ରଖିଥିଲେ । ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ଏହି ମାମଲାକୁ ବାରଣାସୀ ଜିଲ୍ଲା କୋର୍ଟକୁ ସ୍ଥାନାନ୍ତର କରିଥିଲେ । ଏହି ମାମଲାର ଶୁଣାଣି ଜୁଲାଇ ୨୦ ତାରିଖକୁ ଧାର୍ଯ୍ୟ କରାଯାଇଥିବା ବେଳେ ଆଜି ହୋଇଛି ଶୁଣାଣି ।

  • #WATCH | Today, the court has ordered an ASI survey of the Gyanvapi mosque complex. We will participate in the ASI survey: Vishnu Shankar Jain, representing the Hindu side in the Gyanvapi mosque case pic.twitter.com/VeX0FnZVXC

ଏହା ବି ପଢନ୍ତୁ- Gyanvapi Case: ମୁସଲିମ ପକ୍ଷର ଆବେଦନ ଖାରଜ, ହିନ୍ଦୁ ପକ୍ଷ ପିଟିସନର ଜାରି ରହିବ ଶୁଣାଣି

ସୂଚନା ଥାଉ କି ଗତ ମେ ୧୨ ତାରିଖରେ ଶିବଲିଙ୍ଗର କାର୍ବନ ଡେଟିଂ ସର୍ଭେ କରିବା ପାଇଁ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହେଲେ ହିନ୍ଦୁ ପକ୍ଷକୁ ପ୍ରତିନିଧିତ୍ବ କରୁଥିବା ବରିଷ୍ଠ ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ ମସଜିଦର ସମ୍ପୂର୍ଣ୍ଣ ସର୍ଭେ ଲାଗି ବାରଣାସୀ କୋର୍ଟରେ ଆବେଦନ କରିଥିଲେ । ତେବେ କୋର୍ଟ ମେ ୧୬ ତାରିଖରେ ଏହାକୁ ଗ୍ରହଣ କରିବା ପରେ ଖୁବଶୀଘ୍ର ବିବାଦୀୟ କମ୍ପ୍ଲେକ୍ସର ସର୍ଭେ ହେବ ବୋଲି ଅନୁମାନ କରାଯାଉଥିଲା । ଭାରତୀୟ ପ୍ରତ୍ନତାତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଦ୍ବାରା ସମ୍ପୂର୍ଣ୍ଣ କମ୍ପ୍ଲେକ୍ସର ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନରେ ଦର୍ଶାଇଥିଲା ହିନ୍ଦୁ ପକ୍ଷ ।

  • #WATCH | Gyanvapi case: Vishnu Shankar Jain, representing the Hindu side in the Gyanvapi mosque case, says, "I have been informed that my application has been approved and the court has directed to conduct an ASI survey of the Gyanvapi mosque complex, excluding the Wazu tank… pic.twitter.com/TX4hXzyZ5j

ଏହା ବି ପଢନ୍ତୁ- Gyanvapi Mosque case: ସମ୍ପୂର୍ଣ୍ଣ ଜ୍ଞାନବ୍ୟାପୀ କମ୍ପ୍ଲେକ୍ସର ହେବ ସର୍ଭେ

ପୂର୍ବରୁ ଏହି ମାମଲାର ଶୁଣାଣି ସମୟରେ ଆହ୍ଲାବାଦ ହାଇକୋର୍ଟ ASIକୁ ସର୍ଭେ ଦ୍ବାରା ଶିବଲିଙ୍ଗର କୌଣସି କ୍ଷତି ହେବାର ସମ୍ଭାବନା ଅଛି କି ନାହିଁ ବୋଲି ସ୍ପଷ୍ଟୀକରଣ ମାଗିଥିଲେ । ବିଭାଗ ପକ୍ଷରୁ ରିପୋର୍ଟ ଦାଖଲ କରାଯିବା ପରେ କୋର୍ଟ ଏନେଇ ଅନୁମତି ଦେଇଥିଲେ । ସୂଚନା ଥାଉ କି ଗତ ୨୦୨୨ ମେ ମାସରେ ଜ୍ଞାନବ୍ୟାପୀ ମସଜିଦରେ ହୋଇଥିବା ଏକ ସର୍ଭେ ସମୟରୁ ମସଜିଦ ପରିସରରୁ ଶିବଲିଙ୍ଗ ମିଳିଥିଲା । ହିନ୍ଦୁ ପକ୍ଷ ଏହାକୁ ଶିବଲିଙ୍ଗ କହିଥିବା ବେଳେ ମୁସଲିମ ପକ୍ଷ ଏହାକୁ ୱାଟର ଫାଉଣ୍ଟେନ୍‌ ବୋଲି କହିଥିଲେ । ତେବେ ଏହାର ସତ୍ୟାସତ୍ୟ ଜାଣିବା ଲାଗି ସାଇଣ୍ଟିଫିକ ସର୍ଭେ ପାଇଁ ଦାବି କରିଆସୁଥିଲେ ହିନ୍ଦୁ ପକ୍ଷ ।

  • #WATCH | Varanasi, UP: Advocate Mohammad Tauheed Khan, representing the Muslim side says, " Today the court approved the application of the (Hindu side) to conduct the ASI survey the area except the sealed 'wazukhana'. Court has asked ASI to submit the report by August 4. We will… pic.twitter.com/AsWXuUMrHx

    — ANI UP/Uttarakhand (@ANINewsUP) July 21, 2023 " class="align-text-top noRightClick twitterSection" data=" ">

Last Updated : Jul 21, 2023, 5:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.