ETV Bharat / bharat

ଯୁଦ୍ଧ ପ୍ରଭାବ: ୟୁକ୍ରେନରେ ଅଟକିଛି ବନ୍ଦେ ଭାରତର ଚକା - ବନ୍ଦେ ଭାରତ ଟ୍ରେନ

ବନ୍ଦେ ଭାରତ ଟ୍ରେନ ପାଇଁ ୟୁକ୍ରେନର ଏକ କମ୍ପାନୀରୁ ଭାରତ 36000 ସେଟ ଚକା ମଗାଇଥିଲା । ମାତ୍ର ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଆମଦାନୀରେ ସମସ୍ୟା ଦେଖାଦେଇଛି । ଅଧିକ ପଢ଼ନ୍ତୁ

vande bharat traine wheel stuck in ukraine will be brought by air to india
Russia-Ukraine War: ୟୁକ୍ରେନରେ ଅଟକି ରହିଛି ବନ୍ଦେ ଭାରତର ଚକା, ବିମାନରେ ଆସିବ ଭାରତ
author img

By

Published : Apr 25, 2022, 9:45 AM IST

ନୂଆଦିଲ୍ଲୀ: ବନ୍ଦେ ଭାରତ ଟ୍ରେନ ପାଇଁ ୟୁକ୍ରେନର ଏକ କମ୍ପାନୀରୁ ଭାରତ 36000 ସେଟ ଚକା ମଗାଇଥିଲା । ମାତ୍ର ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଆମଦାନୀରେ ସମସ୍ୟା ଦେଖାଦେଇଛି । ବର୍ତ୍ତମାନ ମଗାଯାଇଥିବା ଟ୍ରେନର 128 ଚକାକୁ ରୋମାନିଆ ଅଣାଯାଇଛି । ଏଠାରୁ ବିମାନ ସାହାଯ୍ୟରେ ଭାରତକୁ ପଠାଯିବା ନେଇ ସୂଚନା ମିଳିଛି ।

ଏହି ଚକାଗୁଡିକ ୟୁକ୍ରେନର ବ୍ଲାକ ସାଗର ଜାହାଜରୁ ମହାରାଷ୍ଟ୍ରର ଜବାହରଲାଲ ନେହେରୁ ପୋର୍ଟ ଟ୍ରଷ୍ଟ (JNPT)କୁ ପଠାଯିବାକୁ ଯୋଜନା କରାଯାଇଥିଲା । କିନ୍ତୁ ଋଷର ଆକ୍ରମଣ ପରେ ଏହା ସମ୍ଭବ ହୋଇପାରିଲା ନାହିଁ । ମିଳିଥିବା ସୂଚନା ଅନୁଯାୟୀ, ରେଳ ମନ୍ତ୍ରଣାଳୟ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଉଦ୍ୟମରେ ୟୁକ୍ରେନର ଏକ ଚକା କାରଖାନାରୁ ଟ୍ରକ ଯୋଗେ 128ଟି ଚକା ରୋମାନିୟାକୁ ପଠାଯାଇଛି । ଚଳିତ ବର୍ଷ ଶେଷ ସୁଦ୍ଧା ଦେଶର ପ୍ରମୁଖ ରୁଟରେ 75 ସେମି ହାଇ ସ୍ପିଡ୍ ଟ୍ରେନ୍ ଆରମ୍ଭ ହେବାର ଯୋଜନା ରହିଛି ।

ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ଭାରତ ବର୍ତ୍ତମାନ ଚେକ ଗଣରାଜ୍ୟ, ପୋଲାଣ୍ଡ ଏବଂ ଆମେରିକା ଠାରୁ ଚକା ମଗାଇଛି । ବିଶ୍ବର ବୃହତ୍ତମ ଚକା ଉତ୍ପାଦନକାରୀ ଦେସ ମଧ୍ୟରୁ ୟୁକ୍ରେନ ଅନ୍ୟତମ । ମାତ୍ର ଋଷର ଆକ୍ରମଣ ପରେ ୟୁକ୍ରେନରେ ବୃହତ ଚକା କାରଖାନା ଗୁଡ଼ିକ ବନ୍ଦ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.