ଗାନ୍ଧୀନଗର: ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ବନ୍ଦେ ଭାରତ ଏକ୍ସପ୍ରେସ (Vande Bharat Express) । ଆଜି(ଶନିବାର) ସକାଳେ ପୁଣିଥରେ ଗୁଜୁରାଟରେ ଦୁର୍ଘଟଣା ହୋଇଛି । ଅତୁଲ ରେଳ ଷ୍ଟେସନରେ ଏକ ଗାଈ ସହ ଧକ୍କା ହୋଇଥିଲା ଟ୍ରେନ (Vande Bharat Express rams into cattle in Gujarat) । ଫଳରେ ଟ୍ରେନ୍ରେ ମୁଖ ପାର୍ଶ୍ବ ସାମାନ୍ୟ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି (Vande Bharat Express train Damaged) । ସକାଳ ୮.୨୦ ମନିଟରେ ଏହି ଦୁର୍ଘଟଣା ହୋଇଥିବା ସୂଚନା । ଟ୍ରନଟି ଦୁର୍ଘଟଣା ହେବା ଫଳରେ ଗନ୍ତବ୍ୟ ସ୍ଥଳରେ ୨୦ ମିନିଟ ବିଳମ୍ବରେ ଷ୍ଟେସନରେ ପହଞ୍ଚି ଥିଲା । ଏନେଇ ରେଳ ବିଭାଗ ତରଫରୁ ସୂଚନା ଦିଆଯାଇଛି ।
ଏହା ମଧ୍ୟ ପଢନ୍ତୁ: Super Cyclone: ବିନାଶକୁ ପୂରିଲା 23 ବର୍ଷ, ଦିନ ଯାଇଛି ଚିହ୍ନ ରହିଛି
ରେଳ ବିଭାଗର କହିବା ଅନୁସାରେ, ଦୁର୍ଘଟଣା ହେବା ଫଳରେ ଟ୍ରନର ସମ୍ମୁଖ ପ୍ୟାନେଲ କ୍ଷତିଗ୍ରସ୍ତ ହେବା ସହ ପ୍ରଥମ କୋଟର କିଛି ଉପକରଣ ମଧ୍ୟ ଭାଙ୍ଗିଯାଇଛି । ମାସର ମଧ୍ୟରେ ବନ୍ଦେ ଏକ୍ସପ୍ରେସ ଦୁର୍ଘଟଣା ହେବାର ଏହା ତୃତୀୟ ଘଟଣା । ଏହି ଘଟଣାକୁ ନେଇ ରେଳ ବିଭାଗ ମୁଖ୍ୟ ଜନସମ୍ପର୍କ ଅଧିକାରୀ ସୁମିତ ଠାକୁର କହିଛନ୍ତି, "ଟ୍ରେନଟି ବଲସାଡ ଅଞ୍ଚଳର ଅତୁଲ ରେଳ ଷ୍ଟେସନରେ ଏକ ଗାଈ ସହ ଧକ୍କା ହୋଇଥିଲା । ଫଲରେ ୨୦ ମିନିଟ ପର୍ଯ୍ୟନ୍ତ ଟ୍ରେନଟି ଅଟକି ରହିଥିଲା । ଏହା ପରେ ପୁର୍ନବାର ଚଳାଚଳ କରିଥିଲା । ଟ୍ରେନର ବିଶେଷ କିଛି କ୍ଷତି ହୋଇନଥିବା ବେଳେ ଯାତ୍ରୀମାନେ ମଧ୍ୟ ସୁରକ୍ଷିତ ଅଛନ୍ତି ।"
ଏହା ମଧ୍ୟ ପଢନ୍ତୁ: ମଇଁଷି ପଲକୁ ଧକ୍କା ଦେଲା ବନ୍ଦେଭାରତ ଏକ୍ସପ୍ରେସ
ସୂଚନାଯୋଗ୍ୟ ଯେ, ଅକ୍ଟୋବର ୬ ତାରିଖ ଦିନ ଗୁରୁବାର ସକାଳେ ବତ୍ତ୍ବ ରେଳ ଷ୍ଟେସନରୁ ମାନୀନଗର ଯାଉଥିବା ବେଳେ ଏହି ସେମି ହାଇସ୍ପିଡ୍ ଟ୍ରେନ୍ ଏକ ମଇଁଷିପଲକୁ ଧକ୍କା ଦେବାପରେ ଟ୍ରେନ୍ରେ ମୁଖ ପାର୍ଶ୍ବ ସାମାନ୍ୟ ଭାଙ୍ଗି ଯାଇଥିଲା (Vande Bharat Express train damaged) । ଏହା ପରଦିନ ଅର୍ଥାତ ଅକ୍ଟୋବର ୭ ତାରିଖ ଦିନ ବନ୍ଦେ ଭାରତ ଏକ୍ସପ୍ରେସ ମୁମ୍ବାଇ ଅଭିମୁଖେ ଯାଉଥିବା ବେଳେ ଗୁଜୁରାଟର ଆନନ୍ଦ ନିକଟରେ ଏକ ଗାଇ ସହ ଧକ୍କା ହୋଇଥିଲା । ଗତ ସେପ୍ଟେମ୍ବର ୩୦ ତାରିଖରେ ଗାନ୍ଧୀନଗରରୁ ମୁମ୍ବାଇ ରୁଟ୍ରେ ପ୍ରଧାନମନ୍ତ୍ରୀ ନୂଆ ସେଣ୍ଟ୍ରାଲ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ