ଡେରାଡୁନ: ପର୍ଯ୍ୟଟକଙ୍କ ପାଇଁ ଖୋଲିବା ବିଶ୍ବ ପ୍ରସିଦ୍ଧ ଫୁଲ ଉପତ୍ୟକା । ଯାହା ଉତ୍ତରଖଣ୍ଡର ଚମୋଲି ଜିଲ୍ଲାରେ ରହିଛି । ଜାତି ଜାତିକା ଫୁଲର ସମ୍ଭାର ନେଇ ପର୍ଯ୍ୟଟକଙ୍କ ଏହାକୁ ଖୋଲା ଯାଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ 12ରୁ ଅଧିକ ପ୍ରଜାତିର ଫୁଲ ଫୁଟିଥିବା ଦେଖିବାକୁ ମିଳିଛି ।
87.05 କିଲୋମିଟର ପରିବ୍ୟାପ୍ତ ଏହି ଉପତ୍ୟକା ବିବିଧତାର ଭଣ୍ଡାର ରହିଛି । ଏଠାରେ ବିରଳ ପ୍ରଜାତିର ଫୁଲ, ପ୍ରାଣୀ, ପକ୍ଷୀ, ଏବଂ ଉଦ୍ଭିଦ ଏଠାରେ ଦେଖିବାକୁ ମିଳେ | ଏହା ଦୁନିଆର ଏକମାତ୍ର ସ୍ଥାନ ଯେଉଁଠାରେ 500 ରୁ ଅଧିକ ପ୍ରଜାତିର ଫୁଲ ପ୍ରାକୃତିକ ଭାବରେ ଦେଖିବାକୁ ମିଳିଥାଏ । ପ୍ରତିବର୍ଷ ହଜାର ହଜାର ଘରୋଇ ଏବଂ ବିଦେଶୀ ପର୍ଯ୍ୟଟକ ଉପତ୍ୟକା ଦେଖିବାକୁ ଆସନ୍ତି ।
ସେପଟେ ପର୍ଯ୍ୟଟକଙ୍କ ଆଗମନ ପାଇଁ ବନବିଭାଗ ବ୍ୟାପକ ପ୍ରସ୍ତୁତି କରିଥିଲା । ଚମୋଲିରେ ଅବସ୍ଥିତ ଫୁଲର ଉପତ୍ୟକାକୁ ଦେଖିଲେ ମନେହୁଏ ଯେ, କେହି ଜଣେ ସୁନ୍ଦର ଚିତ୍ର ଆଙ୍କି ଏଠାରେ ରଖିଦେଇଛି । ଚତୁର୍ଦ୍ଦିଗରେ ଉଚ୍ଚ ପର୍ବତ ଏବଂ ସେହି ପର୍ବତଗୁଡିକର ତଳେ ଥିବା ଏହି ଫୁଲର ଉପତ୍ୟକା ଦେଖିବାକୁ ବେଶ ସୁନ୍ଦର । ଏଠାରେ ଉଭୟ ଭାରତୀୟ ଓ ବିଦେଶୀ ପର୍ଯ୍ୟଟକଙ୍କ ଠାରୁ ଶୁଳ୍କ ଆଦାୟ କରାଯାଏ । ତେବେ ପ୍ରକୃତିର ଏହି ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଦୂରଦୂରାନ୍ତରୁ ପର୍ଯ୍ୟଟକଙ୍କ ସୁଅ ଛୁଟେ ।