ETV Bharat / bharat

Valentine Day: ପ୍ରେମର ପରିଭାଷାକୁ ପରିପ୍ରକାଶ ପାଇଁ ଦିନଟିଏ - ପ୍ରେମ ପାଇଁ ଦିନ ଟିଏ

ପ୍ରେମ ପାଇଁ ଦିନ ଟିଏ ଭାଲେଣ୍ଟାଇନ ଡେ । ଖୋଲା ଆକାଶରେ ଉଡିବେ ପ୍ରେମ ପକ୍ଷୀ । ସମ୍ପର୍କକୁ ମଜଭୁତ କରିବ ଏହି ପ୍ରେମର ଦିବସ । ଅଧିକ ପଢ଼ନ୍ତୁ

valentines day
valentines day
author img

By

Published : Feb 14, 2023, 9:19 AM IST

ହାଇଦ୍ରାବାଦ: ପ୍ରେମ... ଅଢେଇ ଅକ୍ଷର । କେତେବେଳେ କାହାକୁ କେଉଁଠି ହୋଇଯାଏ ତାହା ଅଜଣା । କିନ୍ତୁ ମନର ମଣିଷକୁ ଖୋଜି ପାଇଥାଏ ଏକ ସ୍ବଚ୍ଛ ହୃଦୟ । କେତେବେଳେ ସେ ବସନ୍ତ ଋତୁର ମଳୟ ପବନ ତ ଆଉ କେତେବେଳେ ମାନସିକ ଯନ୍ତ୍ରଣାର ଝଡ଼ଝ଼ଞ୍ଜା । କିନ୍ତୁ ସେ ଯନ୍ତ୍ରଣାରେ ବି ଭରି ରହିଥାଏ ଅନାବିଳ ପ୍ରେମ । ପ୍ରେମକୁ ନେଇ କେତେ କାହାଣୀ ତେକେ କବିତା । ଏହାକୁ ପରିପ୍ରକାଶ କରିବା ପାଇଁ ଶବ୍ଦ ନୁହେଁ ମନର ଭାଷାକୁ ବୁଝି ପାରୁଥିବା ଦରକାର । ଆଜି ସେହି ପ୍ରେମକୁ ପ୍ରତିପାଦିତ କରିବା ପାଇଁ ଦିନଟିଏ ଭାଲେଣ୍ଟାଇନ ଡେ । ପ୍ରେମ ସପ୍ତାହର ସୋପାନ ରୋଜ୍‌ ଡେ, ପ୍ରପୋଜ୍‌ ଡେ, ଚକୋଲେଟ୍‌ ଡେ, ଟେଡି ଡେ, ପ୍ରୋମିଜ୍‌ ଡେ, ହଗ୍‌ ଡେ, କିସ୍‌ ଡେ ସରିଥିବା ପରେ ଆଜି ହେଉଛି ସବୁଠୁ ଖୁସିର ଦିନ ଭାଲେଣ୍ଟାଇନ ଡେ । ଆଜିର ଦିନରେ ଖୋଲା ଆକାଶରେ ମନଭରି ଉଡିବେ ପ୍ରେମ ପକ୍ଷୀ ।

ଯୁବପୀଢୀଙ୍କ ପାଇଁ ଭାଲେଣ୍ଟାଉନ ଡେ ବେଶ ଗୁରୁତ୍ବ ବହନ କରିଥାଏ । ୬ ଦିନର କସରତ ପରେ ଆଜିର ଦିନକୁ ମନ ଭରି ଉପଭୋଗ କରିବେ ଲଭ ବାର୍ଡ୍ସ । ସେ କଲେଜ ହେଉ ବା ପାର୍କ ଆଜି ସବୁ ସ୍ଥାନରେ ପ୍ରେମୀ ଯୁଗଳଙ୍କ ଭିଡ ଜମିବ । କିଏ ବିତିଯାଇଥିବା ଦିନର ମିଠାମିଠା ସ୍ମୃତିକୁ ମନେ ପକାଇବ ତ ଆଉ କିଏ ନୂଆନୂଆ ଆରମ୍ଭ ହୋଇଥିବା ସମ୍ପର୍କକୁ ମଜଭୁତ କରିବାକୁ ଚେଷ୍ଟା କରିବ । ଆଜିର ଦିନକୁ ସ୍ମରଣୀୟ କରିବା ପାଇଁ ପ୍ରେମୀ ଯୁଗଳ ବିଭିନ୍ନ ଆୟୋଜନ ମଧ୍ୟ କରିଥାନ୍ତି । କିଏ ଡେଟ୍‌ରେ ଯାଏତ ଆଉ କିଏ ଲଙ୍ଗ୍‌ ଡ୍ରାଇଭ୍‌ରେ, ପୁଣି କିଏ କ୍ୟାଣ୍ଡେଲ ଲାଇଟ ଡିନର କରିଥାଏ । ସେହିପରି ସକାଳୁସକାଳୁ ମନ୍ଦିରକୁ ଯାଇ ଭଙ୍ଗବାନଙ୍କ ନିକଟରେ ପ୍ରେମକୁ ଚିରସ୍ଥାଇ କରିବାକୁ ପ୍ରାର୍ଥନା କରିଛନ୍ତି ।

ପ୍ରେମୀ ଯୁଗଳ ହେଉଛନ୍ତି ମୁଦ୍ରାର ଦୁଇ ପାର୍ଶ୍ବପରି । ଜଣଙ୍କ ବିନା ଆଉ ଜଣେ ଅଧୁରା ଯେପରି । ଦୁଇ ଜଣଙ୍କ ବିନା ସହମତିରେ ଆଗକୁ ଗଡିପାରିବ ନାହିଁ ପ୍ରେମ ଗାଡି । ସେଥିପାଇଁ ତ ଭାଲେଣ୍ଟାନ ଡେ'ରେ ସମ୍ପର୍କକୁ ମଜଭୁତ କରିଥାନ୍ତି ପ୍ରେମୀ ଯୁଗଳ । ଯେତେ ବି ବାଧାବିଘ୍ନ ଆସୁ ନା କାହିଁକି ପରସ୍ପର ଜୀବନ ସାରା ଏକାଠି ରହିବା ନେଇ କଥା ଦେଇଥାନ୍ତି । ପ୍ରେମର ମିଠାମିଠା ଭାବନାରେ ପ୍ରେମ ପକ୍ଷୀଙ୍କ ଆଖିରେ ଆଜି ରଙ୍ଗୀନ ଦିଶୁଛି ଆକାଶ । କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଆଜି ବହୁଛି ପ୍ରେମର ପବନ । ଭବିଷ୍ୟତକୁ ନେଇ ସୁନେଲି ସ୍ବପ୍ନ ଦେଖିବା ଆରମ୍ଭ କରିଛନ୍ତି ପ୍ରେମପକ୍ଷୀ । ସ୍ନେହ ପ୍ରେମ ଓ ବିଶ୍ବାସରେ ଗଢା ଏ ସମ୍ପର୍କ ଅତୁଟ ରହିଥାଏ ।

ସକାଳୁସକାଳୁ ଭାଲେଣ୍ଟାଇନ ଡେ'ରେ ପାର୍କ ଓ ଦୋକାନରେ ଯୁବପୀଢୀଙ୍କ ଭିଡ ଜମିବା ଆରମ୍ଭ ହୋଇଯାଇଛି । ଗୋଲାପର ବୁକେ ସାଙ୍ଗକୁ ଚକୋଲେଟ କିଣୁଛନ୍ତି ପ୍ରେମୀ ଯୁଗଳ । ଆଜି ମନର ମଣିଷକୁ ମନ ପସନ୍ଦର ଉପହାର ମଧ୍ୟ ଦେବେ ପ୍ରେମ ପକ୍ଷୀ ।

କାହିଁକି ପାଳନ କରାଯାଏ ଭାଲେଣ୍ଟାଇନ୍ ଡେ ?

ରୋମ୍‌ର ଜଣେ ପାଦ୍ରୀ ଥିଲେ ସେଣ୍ଟ୍‌ ଭାଲେଣ୍ଟାଇନ୍‌ । ସେ ସଦାସର୍ବଦା ବିଶ୍ବକୁ ପ୍ରେମମୟ କରିବାକୁ ଚାହୁଁଥିଲେ । ଖୀଷ୍ଟାବ୍ଦ ୨୭୦ ପାଖାପାଖି ସମୟରେ ରୋମରେ କ୍ଲାଉଡିୟସ ଦ୍ୱିତୀୟ ନାମକ ରାଜା ଶାସନ କରୁଥାନ୍ତି । ଆଉ ସେ ନିଜକୁ ବେଶ ଶକ୍ତିଶାଳୀ କରିବାକୁ ଇଚ୍ଛା ରଖିଥାନ୍ତି । ଏଥିପାଇଁ ସେ ତାଙ୍କ ଦେଶର ସୈନ୍ୟବାହିନୀରେ ଥିବା ପ୍ରତିଟି ପୁରୁଷଙ୍କ ବିବାହ ଉପରେ ରୋକ୍ ଲଗାଇ ଦେଇଥିଲେ । ହେଲେ ସେତେବେଳେ ପାଦ୍ରୀ ଭାଲେଣ୍ଟାଇନ ଏହାକୁ ବିରୋଧ କରିବା ସହିତ ଅନେକ ସୈନ୍ୟଙ୍କ ବିବାହ ଗୁପ୍ତରେ କରାଇ ଦେଇଥିଲେ ।

ଏହା ପରେ ରାଜା କ୍ରୋଧରେ ତାଙ୍କୁ ଜେଲ୍‌ରେ କଏଦ କରିଦେଲେ । ଶେଷରେ ୧୪ ଫେବୃଆରୀ ୨୬୯ ମସିହାରେ ଭାଲେଣ୍ଟାଇନଙ୍କୁ ଫାଶୀ ଦିଆଗଲା । କୁହାଯାଏ ଜେଲ୍‌ରେ ରହିବା ସମୟରେ ପାଦ୍ରୀ ଏକ ଲଭ୍ ଲେଟର ଲେଖିଥିଲେ ଯାହା ଜେଲରଙ୍କ ଝିଅକୁ ଲେଖାଯାଇଥିଲା । ପତ୍ରର ଶେଷରେ ଲେଖାଯାଇଥିଲା କି 'ତୁମ ଭାଲେଣ୍ଟାଇନ୍' । ପାଦ୍ରୀ ଭାଲେଣ୍ଟାଇନଙ୍କ ତ୍ୟାଗକୁ ପ୍ରେମର ପ୍ରତୀକ ଭାବେ ମନେ ରଖିବା ପାଇଁ ୧୪ ଫେବୃଆରୀକୁ ଭାଲେଣ୍ଟାଇନ୍ ଡେ ଭାବେ ପାଳନ କରାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.