ନୂଆଦିଲ୍ଲୀ: ବର୍ତ୍ତମାନ ପରିସ୍ଥିତିରେ ଟିକାଗୁଡିକର ପ୍ରଭାବ ହ୍ରାସ ପାଇବାର ଯଥେଷ୍ଟ ସମ୍ଭାବନା ଥିବା କହିଲେ ଦେଶର କୋଭିଡ ପ୍ୟାନେଲ ମୁଖ୍ୟ ତଥା ନୀତି ଆୟୋଗ ଅଧ୍ୟକ୍ଷ ଡା ଭିକେ ପଲ(Niti Aayog Chairman Dr VK Paul) । କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନ(Covid New Variant Omicron) ବିରୋଧରେ ଟିକା କେତେ ପ୍ରଭାବଶାଳୀ ତା' ଉପରେ ଗବେଷଣା ଚାଲିଛି । କିନ୍ତୁ କୋରୋନା ପାଇଁ ନିଆଯାଇଥିବା ଟିକା ବର୍ତ୍ତମାନ ସମୟରେ ପ୍ରଭାବହୀନ ହେବାର ଯଥେଷ୍ଟ ସମ୍ଭାବନା ଥିବା ସେ ଆଶଙ୍କା କରିଛନ୍ତି ।
ପଲ୍ କହିଛନ୍ତି ଯ, 'ବର୍ତ୍ତମାନ ପରିସ୍ଥିତିରେ ଆମ ପାଖରେ ଥିବା ଟିକା ପ୍ରଭାବହୀନ ହେବାର ଆଶଙ୍କା ରହିଛି । ଏବେ ବି ଓମିକ୍ରନକୁ ନେଇ ଶେଷ ଚିତ୍ର ଆମ ସାମ୍ନାକୁ ଆସିନି । ଗତ 3 ସପ୍ତାହ ଧରି ଓମିକ୍ରନକୁ ନେଇ ନୂଆ ନୂଆ ସନ୍ଦେହ ସୃଷ୍ଟି ହେଉଛି । ତେଣୁ ଆମକୁ ଯଥାଶୀଘ୍ର ସବୁ ପ୍ରକାରର ଭାରିଏଣ୍ଟର ମୁକାବିଲା କରିପାରୁଥିବା ଟିକା ବାହାର କରିବାକୁ ପଡିବ । ଆମକୁ ସବୁ ପ୍ରକାରର ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ହେବ। ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହେବା ପରେ ଅନେକ ନୂଆ ନୂଆ ସନ୍ଦେହ ଓ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି ।
ବଦଳୁଥିବା ପରିସ୍ଥିତି ସହ ଖାପ ଖୁଆଇଲା ଭଳି ଟିକା ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ । ଦୀର୍ଘକାଳୀନ ଯୋଜନାରେ ଟିକାର ବିକଶିତ କରିବାକୁ ହେବ। '