ETV Bharat / bharat

ବଢୁଛି ଟିକା ଚୋରି ଅଭିଯୋଗ: ନୀରବ କେନ୍ଦ୍ର, ହାତଟେକି ଦେଇଛନ୍ତି ରାଜ୍ୟ

author img

By

Published : May 12, 2021, 10:46 PM IST

ସାରା ଦେଶରେ ମହାଲଢେଇ ଜାରି ରହିଛି । ସାମାଜିକ ଦୂରତା, ମାସ୍କ ଓ ଟିକା ଏବେ ସାଜିଛି ବ୍ରହ୍ମାସ୍ତ୍ର । ତେବେ ଦେଶର 130 କୋଟି ଜନତାଙ୍କୁ ବ୍ୟବସ୍ଥିତ ଢଙ୍ଗରେ ଟିକାକରଣ କରିବା ଏବେ ସରକାରଙ୍କ ପାଖରେ ବଡ ଚ୍ୟାଲେଞ୍ଚ ହୋଇଛି । ଅଧିକ ପଢନ୍ତୁ...

Vaccine theft allegations rise
ବଢୁଛି ଟିକା ଚୋରି ଅଭିଯୋଗ; ନୀରବ କେନ୍ଦ୍ର, ହାତଟେକି ଦେଇଛନ୍ତି ରାଜ୍ୟ

ହାଇଦ୍ରାବାଦ: ମହାମାରୀ ବିରୋଧରେ ସାରା ଦେଶରେ ମହାଲଢେଇ ଜାରି ରହିଛି । ସାମାଜିକ ଦୂରତା, ମାସ୍କ ଓ ଟିକା ଏବେ ସାଜିଛି ବ୍ରହ୍ମାସ୍ତ୍ର । ତେବେ ଦେଶର 130 କୋଟି ଜନତାଙ୍କୁ ବ୍ୟବସ୍ଥିତ ଢଙ୍ଗରେ ଟିକାକରଣ କରିବା ଏବେ ସରକାରଙ୍କ ପାଖରେ ବଡ ଚ୍ୟାଲେଞ୍ଜ ହୋଇଛି ।

ଆରୋଗ୍ୟ ସେତୁ, କୋୱିନ ଆପ, ଉମଙ୍ଗ ଆପ ମାଧ୍ୟମରେ ଦେଶବାସୀ ବୁକିଂ କରି ନିଜ ସମୟ ଓ ସୁବିଧା ଅନୁସାରେ ଟିକା ନେଇପାରିବେ । ହେଲେ ଏବେ ଏହି ସବୁ ବ୍ୟବସ୍ଥାକୁ ନେଇ ବଡ ସନ୍ଦେହ ଉଠିବାରେ ଲାଗିଛି । କାରଣ ଏବେ ଟିକା ଚୋରିର ଚର୍ଚ୍ଚା ସାରା ଦେଶରେ ବଢିବାରେ ଲାଗିଛି । ଶୁଣିବା ଓ କହିବାକୁ ଏହା ଅଡୁଆ ଲାଗୁଥିଲେ ମଧ୍ୟ ସତ୍ୟ । ସରକାରୀ ବ୍ୟବସ୍ଥାର ଗଳାବାଟ ଦେଇ କିଛି ଅସାଧୁ/ଅମଣିଷ ସଂକଟକୁ ସୁଯୋଗ ଭାବେ ଧରିନେଇଛନ୍ତି ଓ ଟିକା ଚୋରି କରୁଛନ୍ତି । ଏବେ ସାରା ଦେଶରେ ଟିକା ଚୋରିର ଯେଉଁ ଚର୍ଚ୍ଚା ଚାଲିଛି ତାହାକୁ ବଳ ଯୋଗାଉଛି କିଛି ଜୀବନ୍ତ ପ୍ରମାଣ ।

ପ୍ରଥମ ପ୍ରମାଣ... ଆପଣ ଦେଖୁଥିବା ଏହି ମୋବଇଲ ମେସେଜ ଓ ଟିକା ନେଇଥିବାର ପ୍ରାପ୍ୟ ପ୍ରମାଣ ପତ୍ର । ଏହି ବ୍ୟକ୍ତି ହେଉଛନ୍ତି ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦ ବାସିନ୍ଦା ଅଜିଜ ଅହମ୍ମଦ ଖାନ । କୋୱିନ ଆପରେ ଟିକାକରଣ ପାଇଁ ନାମ ପଞ୍ଜିକରଣ କରିଥିଲେ । ମେ’ 3 ରେ ପ୍ରଥମ ପାନ(ଡୋଜ) ପାଇଁ ମୋବାଇଲକୁ ମେସେଜ ଆସିଲା । ମୋବାଇଲକୁ ଆସିଥିବା ମେସେଜ ଅନୁସାରେ ଅଜିଜ ମେ’ 3 ରେ ସ୍ଥାନ ଓ ସମୟ ଅନୁସାରେ ପହଞ୍ଚିଥିଲେ ଥିଲେ ଟିକା କରଣ କେନ୍ଦ୍ରରେ ।

ମାତ୍ର ସେଠି ଅଜିଜଙ୍କୁ କୁହାଗଲା ଟିକା ନାହିଁ । ଟିକା ଆସିଲେ ଆପଣ ନେବେ । ଅଜିଜ ଆବଶ୍ୟକ ମେସେଜ ଓ ପ୍ରମାଣ ପତ୍ର ଦେଖାଇବା ସତ୍ବେ ଟିକା ମିଳିନଥିଲା । ପରେ ସେହିଦିନ ସଂଧ୍ୟାରେ ଅଜିଜଙ୍କ ମୋବାଇଲକୁ ଆପଣ ସଫଳତାର ସହ ପ୍ରଥମ ଡୋଜ ଟିକା ନେଇଥିବା ମେସେଜ ଆସିଲା, ପରବର୍ତ୍ତୀ ଦ୍ବିତୀୟ ପାନ(ଡୋଜ) ପାଇଁ ମେ’ 31 ରେ ଦିନ ଧାର୍ଯ୍ୟ ହୋଇଥିବା ଲେଖାଥିଲା । ବାସ୍ତବରେ ଟିକା ନେଇନଥିବା ଅଜିଜ ମେସେଜ ଦେଖି ସ୍ଥାନୀୟ ଟିକା କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କୋ-ୱିନ ଆପ ରେ ମଧ୍ୟ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ ।ସେହିପରି ଟିକା ଚୋରିର ଅଭିଯୋଗ ଫର୍ଦ୍ଦ ଖାଲି ତେଲେଙ୍ଗାନା ରେ ସୀମିତ ନୁହେଁ । କିଛିଦିନ ତଳେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଜଣେ ବୃଦ୍ଧାଙ୍କ ଟିକା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ସେହିଭଳି କର୍ଣ୍ଣାଟକ, କେରଳ ଦିଲ୍ଲୀରୁ ମଧ୍ୟ ଏଭଳି ଅଭିଯୋଗ ଆସିବାରେ ଲାଗିଛି । ଯାହାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଅନେକ ଲୋକ ଟିକା ନେବାକୁ ଭୟ କଲେଣି । ବର୍ତ୍ତମାନ ସମୟ ଆସିଛି ଏହି ଟିକା ଚୋରି ଅଭିଯୋଗ ବିସ୍ଫୋରକ ହେବା ପୂର୍ବରୁ କେନ୍ଦ୍ର ସରକାର ଏହାର ସମାଧାନ କରିବା ଜରୁରୀ । ବ୍ୟୁରୋ ରିପୋର୍ଟ ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.