ETV Bharat / bharat

Vaccination Drive: ମାର୍ଚ୍ଚରୁ 12-14 ବର୍ଷର ପିଲାଙ୍କୁ ଟିକା ! - ଟିକାକରଣ ଡ୍ରାଇଭ ଅପଡେଟ

୧୫ ରୁ ୧୮ ବର୍ଷୀୟଙ୍କ ଟୀକାକରଣ ଶେଷ ହେବା ପରେ ଆରମ୍ଭ ହେବ ୧୨ ରୁ ୧୪ ବର୍ଷ ବୟସ୍କଙ୍କ ଟୀକାକରଣ । ମାର୍ଚ୍ଚରୁ ଡ୍ରାଇଭ ଆରମ୍ଭ ହେବା ନେଇ ସୂଚନା । ଅଧିକ ପଢନ୍ତୁ

12-14-Year-Olds Vaccination drive: ମାର୍ଚ୍ଚରୁ ଆରମ୍ଭ ହେବା ନେଇ ସୂଚନା

author img

By

Published : Jan 17, 2022, 8:23 PM IST

ନୂଆଦିଲ୍ଲୀ: ଦେଶରେ ମାର୍ଚ୍ଚରୁ ଆରମ୍ଭ ହେବ ୧୨-୧୪ ବର୍ଷ ବୟସ ବର୍ଗରେ ପିଲାମାନଙ୍କ ପାଇଁ ଟୀକାକରଣ ଡ୍ରାଇଭ । ବର୍ତ୍ତମାନ ୧୫ ରୁ ୧୮ ବର୍ଷ ବୟସ୍କଙ୍କ ଟୀକାକରଣ ନିର୍ଦ୍ଧାରିତ ଭାବେ ଚାଲିଥିବା ବେଳେ ଏହା ପ୍ରାୟତଃ ଟାର୍ଗେଟ ପୁରା କରିବାର ନିକଟବର୍ତ୍ତୀ ହୋଇଛି । ଏହା ଶେଷ ହେବା ପରେ ତୁରନ୍ତ ୧୨-୧୪ ବୟସ ବର୍ଗ ପାଇଁ ମଧ୍ୟ ଟୀକାକରଣ ଆରମ୍ଭ ହେବା ନେଇ ଯୋଜନା ରହିଥିବା ସୂଚନା ଦେଇଛନ୍ତି କୋଭିଡ ଓ୍ବାର୍କିଂ ପ୍ୟାନେଲର ଅଧ୍ୟକ୍ଷ ଡ.ଏନ କେ ଆରୋରା ।

ବର୍ତ୍ତମାନ ଜାରି ରହିଥିବା ଡ୍ରାଇଭ ସମ୍ପର୍କରେ ସୂଚନା ଦେଇ ଡ.ଆରୋରା କହିଛନ୍ତି, 15-18 ବର୍ଷ ବର୍ଗରେ ଥିବା ଆନୁମାନିକ 7.4 କୋଟି ବାଳକ ବାଳିକାଙ୍କ ମଧ୍ୟରୁ 3.45 କୋଟିରୁ ଅଧିକ କୋଭାକ୍ସିନର ପ୍ରଥମ ଡୋଜ ଗ୍ରହଣ କରିସାରିଛନ୍ତି ଏବଂ ଏବେ ସେମାନଙ୍କର ଦ୍ୱିତୀୟ ଡୋଜ୍ 28 ଦିନ ମଧ୍ୟରେ ପୁରା ହେବ । ସେହିପରି ଚଳିତ ଡ୍ରାଇଭ (୧୫-୧୮ ବର୍ଷ)ର ଅବଶିଷ୍ଟ ହିତାଧିକାରୀ କିଶୋର କିଶୋରୀ ମାନେ ଚଳିତମାସ (ଜାନୁଆରୀ) ଶେଷ ସୁଦ୍ଧା ପ୍ରଥମ ଡୋଜରେ ଶେଷ କରିବାରେ ସଫଳ ହେବେ ବୋଲି ସରକାରୀ ଭାବେ ଲକ୍ଷ ରଖାଯାଇଛି ।

ସେହିପରି ପ୍ରଥମ ଡୋଜ ସମ୍ପୂର୍ଣ୍ଣ ହେବା ପରେ ସେମାନଙ୍କୁ ଫେବୃଆରୀ ଶେଷ ସୁଦ୍ଧା ଦ୍ୱିତୀୟ ଡୋଜ ମଧ୍ୟ ପ୍ରଦାନ କରାଯିବ । ଉଭୟ ଡୋଜ ସମ୍ପୂର୍ଣ୍ଣ ହେବା ପରେ ମାର୍ଚ୍ଚ ମାସରେ 12-14 ବୟସ ବର୍ଗ ପାଇଁ ଟୀକାକରଣ ଆରମ୍ଭ କରିବା ପାଇଁ ଏକ ନୀତିଗତ ନିଷ୍ପତ୍ତି ନିଆଯିବ । ପରବର୍ତ୍ତୀ ସମୟରେ ଏହାକୁ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରିବା ପାଇଁ ସ୍ବସ୍ଥ୍ୟ ମନ୍ତ୍ରଣାଳୟ ଚିନ୍ତା କରୁଥିବା ସେ ସୂଚନା ଦେଇଛନ୍ତି । ଡ. ଆରୋରା ସୂଚନା ଦେଇଛନ୍ତି, 12-14 ବୟସ ବର୍ଗରେ ଆନୁମାନିକ 7.5 କୋଟି ବାଳକ ବାଳିକା ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.