ETV Bharat / bharat

ସୁପ୍ରିମକୋର୍ଟରେ ଟୀକାକରଣ ତାଲିକା ଦାଖଲ କଲେ କେନ୍ଦ୍ର ସରକାର - ବରିଷ୍ଠ ନାଗରିକଙ୍କୁ ଟୀକାକରଣ

ଟୀକାକରଣକୁ ନେଇ ସୁପ୍ରିମକୋର୍ଟରେ ପ୍ରସ୍ତୁତ ତାଲିକା ଦାଖଲ କଲା କେନ୍ଦ୍ର । ଦେଶର ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗଙ୍କ ଟୀକାକରଣ ପାଇଁ କେନ୍ଦ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ସରକାର । ଅଧିକ ପଢନ୍ତୁ...

ସୁପ୍ରିମକୋର୍ଟରେ ଟୀକାକରଣ ତାଲିକା ଦାଖଲ କଲେ କେନ୍ଦ୍ର ସରକାର

author img

By

Published : Jun 27, 2021, 2:22 PM IST

ନୂଆଦିଲ୍ଲୀ: ଦେଶର ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ, ଯେଉଁମାନେ କି ଟୀକାକରଣ କେନ୍ଦ୍ରକୁ ଆସିପାରିବେ ନାହିଁ ସେମାନଙ୍କ ଟୀକାକରଣ ପାଇଁ କେନ୍ଦ୍ର ସରକାର ଏକ ରଣନୀତି ପ୍ରସ୍ତୁତ କରିଛନ୍ତି । ଏନେଇ କେନ୍ଦ୍ର ସରକାର ଆଜି(ଶନିବାର) ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛନ୍ତି ।

କେନ୍ଦ୍ର କହିଛି ଯେ ଟୀକାକରଣ କେନ୍ଦ୍ରକୁ ଦିବ୍ୟାଙ୍ଗ କିମ୍ବା ବରିଷ୍ଠ ନାଗରିକ କିପରି ସୁବିଧାରେ ଆସିପାରିବେ ସେନେଇ ଦୃଷ୍ଟି ଆକର୍ଷଣ କରାଯାଇଛି । ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ସତର୍କତା ଏବଂ ନିରାପତ୍ତା ନିୟମ ମାନି ଏହି ଟୀକାକରଣ କେନ୍ଦ୍ରଗୁଡିକୁ ଘରର ପାଖାପାଖି ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

ଏତତ୍ ବ୍ୟତୀତ କେନ୍ଦ୍ର କହିଛି ଯେ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଗଠିତ ଏକ କମିଟି, ଏ ବାବଦରେ ଜଣାଥିବା ବିଶେଷଜ୍ଞମାନଙ୍କୁ ନେଇ ଗଠିତ ହେବ । ଏକ କମିଟି ଏହାର ମୂଲ୍ୟାଙ୍କନ କରିବ ଏବଂ ଘର ନିକଟରେ ଥିବା କୋଭିଡ ଟୀକାକରଣ କେନ୍ଦ୍ରର ରଣନୀତି ଉପରେ ସୁପାରିଶ କରିବ, ଯାହାଦ୍ୱାରା ବିଶେଷ ଆବଶ୍ୟକତା ଥିବା ବୃଦ୍ଧ ଏବଂ ଭିନ୍ନକ୍ଷମମାନେ ସୁବିଧା ପାଇବେ ।

ସରକାର କହିଛନ୍ତି ଯେ, ସରକାରୀ ତଥା ବେସରକାରୀ ବିଶେଷଜ୍ଞଙ୍କୁ ନେଇ କୋଭିଡ -19 ଟୀକାକରଣ ଉପରେ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ ମଧ୍ୟ ଏହି ରଣନୀତିକୁ ସମର୍ଥନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.