ETV Bharat / bharat

ପିଲାଙ୍କୁ ଟୀକାକାରଣ ଐତିହାସିକ ପଦକ୍ଷେପ: ସ୍ବାସ୍ଥ୍ୟ ବିଶେଷଜ୍ଞ - ପିଲାଙ୍କୁ ଟୀକାକାରଣ ଖବର

ଆସନ୍ତା ଜାନୁଆରୀ ୩ରୁ ଦେଶରେ ୧୫ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କୋଭିଡ ପ୍ରତିଷେଧକ ଟିକା ପ୍ରଦାନ କରାଯିବ । ଏନେଇ ପ୍ରଧାନମନ୍ତ୍ରୀ ଗତକାଲି ଘୋଷଣା କରିଛନ୍ତି । ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି ସ୍ବାସ୍ଥ ବିଶେଷଜ୍ଞ । ଅଧିକ ପଢନ୍ତୁ

ପିଲାଙ୍କୁ ଟୀକାକାରଣ ଐତିହାସିକ ପଦକ୍ଷେପ
ପିଲାଙ୍କୁ ଟୀକାକାରଣ ଐତିହାସିକ ପଦକ୍ଷେପ
author img

By

Published : Dec 26, 2021, 10:53 AM IST

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୩ରୁ ଦେଶରେ ୧୫ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କୋଭିଡ ପ୍ରତିଷେଧକ ଟିକା ପ୍ରଦାନ କରାଯିବ । ଏନେଇ ପ୍ରଧାନମନ୍ତ୍ରୀ ଗତକାଲି ଘୋଷଣା କରିଛନ୍ତି । ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି ସ୍ବାସ୍ଥ ବିଶେଷଜ୍ଞ । ପିଲାଙ୍କୁ ଟୀକାକରଣ ଏକ ଐତିହାସିକ ପଦକ୍ଷେପ ଏହା ରୋଗ ବିରୋଧରେ ପ୍ରଭାବଶାଳୀ ପ୍ରତିଷେଧକ ଭାବରେ କାର୍ଯ୍ୟ କରିବ ବୋଲି କହିଛନ୍ତି ରାଡିକ୍ସ ହେଲଥ କେୟାରର ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ରବି ମାଲିକ ।

କୋରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଭୟଭୀତ ନ ହୋଇ ସତର୍କତା ଅବଲମ୍ବନ କରିବାକୁ ହେବ । ବିଶ୍ବରେ ଏନେକ ଦେଶରେ ଓମିକ୍ରନ ବ୍ୟାପିବାରେ ଲାଗିଛି । ଭାରତରେ ୪୦୦ ପାର କଲାଣି ମାମଲା । ଏହାକୁ ମୁକାବିଲା କରିବା ପାଇଁ ଟୀକକରଣ ଉପରରେ ଅଧିକ ଗୁରୁତ୍ବ ଦିଆଯାଇଛି । ପୂର୍ବରୁ ୧୮ବର୍ଷରୁ କମ ପିଲାଙ୍କୁ ଟୀକା ଦିଆଯାଇନଥିଲା । ମାତ୍ର ଜାନୁଆରୀରୁ ୧୫ ବର୍ଷରୁ ୧୮ ବର୍ଷ ଯୋଗ୍ୟଙ୍କୁ ଟିକା ଦିଆଯିବ । ଏହା ମହାମାରୀ ବିରୋଧରେ ସଫଳ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ଆହୁରି ପଢନ୍ତୁ...Omicron Scare: ୩ ଜାନୁଆରୀରୁ ୧୫-୧୮ ବୟସ୍କଙ୍କ ପାଇଁ ଟିକା, ୧୦ରୁ ବୁଷ୍ଟର ଡୋଜ

ପିଲାଙ୍କୁ ଟୀକାକରଣ ବ୍ୟତୀତ ଜାନୁଆରୀ ୧୦ରୁ ସ୍ବାସ୍ଥ୍ୟକର୍ମୀମାନଙ୍କୁ ବୁଷ୍ଟର ଡୋଜ ଦିଆଯିବ । ବର୍ତ୍ତମାନ ଦେଶରେ ୧୮ ଲକ୍ଷ ଆଇସୋଲେସନ ବେଡ, ୫ ଲକ୍ଷରୁ ଅଧିକ ଅକ୍ସିଜେନ ବେଡ. ୧.୪ ଲକ୍ଷ ଆସିୟୁ ବେଡ ଏବଂ ପିଲାମାନଙ୍କ ପାଇଁ ୯୦ ହଜାର ଡୋଜ ସ୍ବତନ୍ତ୍ର ବେଡ ଉପଲବ୍ଧ ରହଛି । ଟିକା ନେବା କୋଭିଡ ଅନୁରୂପ ବ୍ୟବହାର ମାନିବା ହିଁ କୋରୋନା ବିରୋଧୀ ଲଢେଇର ମୁଖ୍ୟ ଆୟୁଧ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.