ETV Bharat / bharat

ବିଳାଶପୂର୍ଣ୍ଣ ହୋଟେଲରେ ସାଧୁସନ୍ଥଙ୍କ ବୈଠକ, ଫଟୋ ଭାଇରାଲ

ଚାରିଧାମ ଯାତ୍ରାକୁ ନେଇ ରିଦ୍ବାରର ଏକ ବିଳାଶପୂର୍ଣ୍ଣ ହୋଟେଲରେ ସାଧୁସନ୍ଥଙ୍କ ସମୁହ ବୈଠକ ହୋଇଥିଲା । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଅଧିକ ପଢନ୍ତୁ

ଉତ୍ତରାଖଣ୍ଡର ବିଳାଶପୂର୍ଣ୍ଣ ହୋଟେଲରେ ସାଧୁସନ୍ଥଙ୍କ ବୈଠକଉତ୍ତରାଖଣ୍ଡର ବିଳାଶପୂର୍ଣ୍ଣ ହୋଟେଲରେ ସାଧୁସନ୍ଥଙ୍କ ବୈଠକଉତ୍ତରାଖଣ୍ଡର ବିଳାଶପୂର୍ଣ୍ଣ ହୋଟେଲରେ ସାଧୁସନ୍ଥଙ୍କ ବୈଠକଉତ୍ତରାଖଣ୍ଡର ବିଳାଶପୂର୍ଣ୍ଣ ହୋଟେଲରେ ସାଧୁସନ୍ଥଙ୍କ ବୈଠକ
ଉତ୍ତରାଖଣ୍ଡର ବିଳାଶପୂର୍ଣ୍ଣ ହୋଟେଲରେ ସାଧୁସନ୍ଥଙ୍କ ବୈଠକଉତ୍ତରାଖଣ୍ଡର ବିଳାଶପୂର୍ଣ୍ଣ ହୋଟେଲରେ ସାଧୁସନ୍ଥଙ୍କ ବୈଠକ
author img

By

Published : May 14, 2022, 2:14 PM IST

ଡେରାଡୁନ: ଚାରିଧାମ ଯାତ୍ରାକୁ ନେଇ ସାଧୁସନ୍ଥଙ୍କ ବୈଠକ । ଗତକାଲି ( ଶୁକ୍ରବାର) ହରିଦ୍ବାରର ଏକ ବିଳାଶପୂର୍ଣ୍ଣ ହୋଟେଲରେ ସାଧୁସନ୍ଥଙ୍କ ସମୁହ ବୈଠକ ହୋଇଥିଲା । ଅଖିଳ ଭାରତ ଆଖଡା ପରିଷଦର ସମସ୍ତ ସମ୍ପ୍ରଦାୟର ସାଧୁସନ୍ଥ ହରିଦ୍ୱାରର ଶଙ୍କର ଆଶ୍ରମରେ ହୋଟେଲ କ୍ଲାସିକ୍ ରେସିଡେନ୍ସିରେ ଭେଟିଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବୈଠକରେ ଅଲଇଣ୍ଡିଆ ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ରବିନ୍ଦ୍ରପୁରୀ ମହାରାଜ ଓ ଶ୍ରୀ ପଞ୍ଚାୟତି ଆଖଡାରର ସଚିବ ମହାନିର୍ବାନୀ କହିଥିଲେ ଯେ, ''ଉତ୍ତରାଖଣ୍ଡ ତୀର୍ଥଯାତ୍ରା ପାଇଁ ଏକ ମୁଖ୍ୟ ସ୍ଥାନ ଅଟେ । ଚାରିଧାମ ଯାତ୍ରା ସନାତନ ଧର୍ମ ଓ ସଂସ୍କୃତି ପୁରା ବିଶ୍ବକୁ ବାର୍ତ୍ତା ଦେଉଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଦେଶୀ ନାଗରିକମାନେ ମଧ୍ୟ ସନାତନ ଧର୍ମ ଗ୍ରହଣ କରୁଛନ୍ତି। ଚାରିଧାମ ଯାତ୍ରାକୁ ସୁଗମ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଅନେକ ଯୋଜନା ମଧ୍ୟ କାର୍ଯ୍ୟକାରୀ କରୁଛନ୍ତି ।" ଆଖଡା ପରିଷଦର ସାଧାରଣ ସମ୍ପାଦକ କହିଥିଲେ ଯେ, ''ଉତ୍ତରାଖଣ୍ଡରେ ଧାର୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାରେ ହୋଟେଲ ଗୁଡିକ ମଧ୍ୟ ସହଯୋଗ କରୁଛନ୍ତି । ସେ କହିଛନ୍ତି ଯେ ଦେଶ ତଥା ଦେଶବାହାର ପର୍ଯ୍ୟଟକ ଚାରିଧାମ ଯାତ୍ରା କରୁଛନ୍ତି, ସେମାନଙ୍କୁ ବିଶେଷ ସୁବିଧା ଯୋଗାଇବା ହୋଟେଲ ଗୁଡିର ନୈତିକ ଦାୟିତ୍ବ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.