ETV Bharat / bharat

ବିଶ୍ବର ତୃତୀୟ ବଡ଼ ଉଦ୍ଧାର ଅଭିଯାନ ଉତ୍ତରାଖଣ୍ଡ ଟନେଲ ଟ୍ରାଜେଡି; ଜାଣନ୍ତୁ ପ୍ରଥମେ କିଏ - ବିଶ୍ବର ପ୍ରଥମ ଲମ୍ବା ରେସ୍କ୍ୟୁ ଅପେରସନ

ଦୀର୍ଘ ୧୭ ଦିନର ସଂଘର୍ଷ ଏବଂ ଉଦ୍ଧାରକାରୀ ଦଳର ପ୍ରାଣମୂର୍ଚ୍ଛା ଉଦ୍ୟମ ପରେ ପୁର୍ନଜୀବନ ପାଇଛନ୍ତି ୪୧ ଶ୍ରମିକ । ଏହାରି ସହିତ ଉତ୍ତରକାଶୀର ଏହି ଅପରେସନ ବିଶ୍ବରୁ ସବୁଠୁ ରେସ୍କ୍ୟୁ ଅପରେସନ ମଧ୍ୟରୁ ଅନ୍ୟତମ ହୋଇଛି । ପଢ଼ନ୍ତୁ ପୂର୍ବରୁ କେଉଁଠି ଏଭଳି ବଡ଼ ଅପରେସନ ହୋଇଛି

ଉତ୍ତରକାଶୀ ଟନେଲ ଟ୍ରାଜେଡି
ଉତ୍ତରକାଶୀ ଟନେଲ ଟ୍ରାଜେଡି
author img

By ETV Bharat Odisha Team

Published : Nov 29, 2023, 10:35 AM IST

ଡେରାଡୁନ: ଦୀର୍ଘ ୧୭ ଦିନର ସଂଘର୍ଷ ପରେ ପୁର୍ନଜୀବନ ପାଇଛନ୍ତି ୪୧ ଶ୍ରମିକ । ଏକ ବିଶାଳ ରେସ୍କ୍ୟୁ ଅପରେସନର ସଫଳ ପରିସମାପ୍ତି ସହିତ ୧୨ ତାରିଖରୁ ଟନେଲ୍‌ ଭିତରେ ଫସିରହିଥିବା ଶ୍ରମିକମାନଙ୍କୁ ସୁରକ୍ଷିତ ବାହାରକୁ ଅଣାଯାଇଛି । ଏହି ଅଭିଯାନରେ ଦେଶ ବିଦେଶର ଏକ୍ସପର୍ଟ ଦିନରାତି ଲାଗି ପଡ଼ିଥିଲେ । ଆମେରିକାର ଅଗର ମେସିନ୍‌ ଅଚଳ ହେବାରୁ ରାଟ୍ ହୋଲ ମାଇନିଂ ପଦ୍ଧତିରେ ଖନନ କରାଗଲା । ଏଥିପାଇଁ ଉତ୍ତରପ୍ରଦେଶରୁ ରାଟ୍ ମାଇନିଂ ଏକ୍ସପର୍ଟ ଟିମ୍‌କୁ ଡକାଗଲା । ଉଦ୍ଧାରକାରୀ ଦଳର ପ୍ରାଣମୂର୍ଚ୍ଛା ପରିଶ୍ରମର ଫଳସ୍ୱରୂପ ୪୧ ଜୀବନ ଉଦ୍ଧାର ହୋଇପାରିଛି । ଯଦି ଇତିହାସ ଅବଲୋକନ କରାଯାଏ, ତେବେ ଉତ୍ତରକାଶୀର ଏହି ରେସ୍କ୍ୟୁ ଅଭିଯାନ ଦେଶର ପ୍ରଥମ ଏବଂ ବିଶ୍ବର ତୃତୀୟ ସବୁଠୁ ଲମ୍ବା ଅଭିଯାନର ରେକର୍ଡ କରିଛି ।

ଉତ୍ତରକାଶୀ ଟନେଲ ଟ୍ରାଜେଡି
ଉତ୍ତରକାଶୀ ଟନେଲ ଟ୍ରାଜେଡି

ବିଶ୍ବର ତୃତୀୟ ସବୁଠୁ ଦୀର୍ଘକାଳୀନ ଉଦ୍ଧାର ଅଭିଯାନ: ଉତ୍ତରାଖଣ୍ଡରେ ବର୍ଷା ଓ ଭୂସ୍ଖଳନ ସମୟରେ ନିୟମିତ ଛୋଟ ବଡ଼ ରେସ୍କ୍ୟୁ ହୋଇଥାଏ । ହେଲେ ଆପଣ ଜାଣନ୍ତି କି, ଉତ୍ତରକାଶୀ ଟନେଲ୍‌ରୁ ୪୧ ଶ୍ରମିକଙ୍କ ରେସ୍କ୍ୟୁ ଭାରତର ପ୍ରଥମ ଏବଂ ଦୁନିଆର ତୃତୀୟ ସବୁଠୁ ଲମ୍ବା ରେସ୍କ୍ୟୁ ଅପରେସନ ଅଟେ । କାରଣ ଅତ୍ୟନ୍ତ କଠିନ ପରିସ୍ଥିତିରେ ଦେଶର ତମାମ୍ ଏଜେନ୍ସିଗୁଡ଼ିକ ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ୪୧ ଜଣଙ୍କ ଜୀବନ ରକ୍ଷା କରିବାକୁ ଯଥାସମ୍ଭବ ପ୍ରୟାସ କରିଥିଲେ । ଯାହାକି ସମଗ୍ର ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ରେସ୍କ୍ୟୁ ଅପରେସନ ପୂର୍ବରୁ ବିଶ୍ବର ଅଲଗା ଅଲଗା ସ୍ଥାନରେ ଏହାଠୁ ଦୁଇଟି ଦୀର୍ଘକାଳୀନ ଅପରେସନ ହୋଇଥିଲା ।

ଉତ୍ତରକାଶୀ ଟନେଲ ଟ୍ରାଜେଡି
ଉତ୍ତରକାଶୀ ଟନେଲ ଟ୍ରାଜେଡି

ଏହା ମଧ୍ୟ ପଢନ୍ତୁ: ଟନେଲରୁ ସମସ୍ତ 41 ଶ୍ରମିକ ସୁରକ୍ଷିତ ଉଦ୍ଧାର, ପଠାଯାଉଛି ହସ୍ପିଟାଲ

ବିଶ୍ବର ପ୍ରଥମ ଲମ୍ବା ରେସ୍କ୍ୟୁ ଅପେରସନ: ପାଖାପାଖି ୧୩ ବର୍ଷ ପୂର୍ବରୁ ଅର୍ଥାତ୍ ୨୦୧୦ରେ ଦକ୍ଷିଣ ଆମେରିକୀୟ ଦେଶ ଚିଲିରେ ସବୁଠୁ ଲମ୍ବା ମାନବ ରେସ୍କ୍ୟୁ ଅପରେସନ କରାଯାଇଥିଲା । ଏଠାରେ ସେହିବର୍ଷ ଅଗଷ୍ଟ ୫ରେ ଗୋଟିଏ ସୁନା ଖଣିରେ ମୁଖ୍ୟ ରାମ୍ପ ଭୁଶୁଡି ପଡିବାରୁ ୩୩ ଜଣ ଶ୍ରମିକ ଫସି ଯାଇଥିଲେ । ଏହି ଅପରେସନ ଖୁବ୍ ବିପଦପୂର୍ଣ୍ଣ ରହିଥିଲା । ଖଣି ଭିତରୁ ଶ୍ରମିକମାନଙ୍କୁ ଜୀବନ୍ତ ଉଦ୍ଧାର କରିବାର ଆଶା ଅତି କ୍ଷୀଣ ଥିଲା । ଏହି ରେସ୍କ୍ୟୁ ଅପରେସନ ଦୀର୍ଘ ୬୯ ଦିନ ଧରି ଚାଲିଥିଲା । ଶେଷରେ ୬୯ ଦିନ ପରେ ୩୩ ଶ୍ରମିକଙ୍କୁ ସକୁଶଳ ବାହାର କରାଯାଇଥିଲା । ସେତେବେଳେ ଏହି ବିଶାଳ ଅପରେସନର ଚର୍ଚ୍ଚା ସାରା ବିଶ୍ବରେ ହୋଇଥିଲା ।

ଉତ୍ତରକାଶୀ ଟନେଲ ଟ୍ରାଜେଡି
ଉତ୍ତରକାଶୀ ଟନେଲ ଟ୍ରାଜେଡି

ଦ୍ବିତୀୟ ଲମ୍ବା ରେସ୍କ୍ୟୁ ଅପେରସନ: ୨୦୧୮ରେ ଥାଇଲାଣ୍ଡର ଏକ ରେସ୍କ୍ୟୁ ଅପରେସନ ଚର୍ଚ୍ଚାର ପରିସରକୁ ଆସିଥିଲା । ୨୦୧୮ ଜୁନ ୨୩ରେ ଅଚାନକ ବନ୍ୟା ସିବା ଯୋଗୁଁ ଜୁନିୟର ଫୁଟବଲ ଟିମର ୧୨ ଜଣ ଖେଳାଇ ଓ କୋଚ ଏକ ଟନେଲ ମଧ୍ୟରେ ଫସି ରହିଯାଇଥିଲେ । ସେମାନେ ଲୁଆଙ୍ଗ ଗୁମ୍ଫା ମଧ୍ୟରେ ପ୍ରବେଶ କରୁଥିଲେ । ଏତିକି ବେଳେ ପ୍ରବଳ ବର୍ଷା ଯୋଗୁଁ ହଠାତ୍ ବନ୍ୟାଜଳ ମାଡିଆସି ସେହି ଗୁମ୍ଫାରେ ଫୁଲ୍ ହୋଇଯାଇଥିଲା । ଫଳରେ ସେଠାରୁ ବାହାରିବାର ସବୁ ରାସ୍ତା ବନ୍ଦ ହୋଇଯାଇଥିଲା । ଏହି ଘଟଣା ସମ୍ପର୍କରେ ଥାଇଲାଣ୍ଡ ସରକାର ସୂଚନା ପାଇବା ମାତ୍ରେ ତୁରନ୍ତ ରେସ୍କ୍ୟୁ ଅପରେସନ ଚଲାଇଥିଲେ । କୁହାଯାଏ ଯେ, ଏହି ଅପରେସନରେ ପ୍ରାୟ ୧୦ ହଜାର ଲୋକ ସାମିଲ ହୋଇଥିଲେ । ଥାଇଲାଣ୍ଡଠାରୁ ଆରମ୍ଭ କରି ଅଷ୍ଟ୍ରେଲିଆ, ବେଲଜିୟମ ଆଦି ସାରା ବିଶ୍ବରୁ ତମାମ୍ ଏକ୍ସପର୍ଟ ଫୁଟବଲ ଖେଳାଳିମାନଙ୍କୁ ସୁରକ୍ଷିତ ବାହାର କରିବା ପାଇଁ ଲାଗି ପଡିଥିଲେ । ଶେଷରେ ୧୮ ଦିନ ପରେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ଏଥିରେ ଜଣେ ରେସ୍କ୍ୟୁ ଟିମ୍‌ ସଦସ୍ୟଙ୍କ ଜୀବନ ମଧ୍ୟ ଯାଇଥିଲା ।

ଉତ୍ତରକାଶୀ ଟନେଲ ଟ୍ରାଜେଡି
ଉତ୍ତରକାଶୀ ଟନେଲ ଟ୍ରାଜେଡି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.