ETV Bharat / bharat

ପିତାଙ୍କ ପରାଜୟର ପ୍ରତିଶୋଧ ନେଲେ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ

author img

By

Published : Mar 10, 2022, 7:38 PM IST

ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ୨୦୨୨ରେ କିଛି ରୋଚକ ଘଟଣା ଦେଖିବାକୁ ମିଳିଛି । ଉତ୍ତରାଖଣ୍ଡର ଦୁଇ ଝିଅ-ଅନୁପମା ରାୱତ ଓ ରିତୁ ଖାଣ୍ଡୁରୀ ବିଧାନସଭା ନିର୍ବାଚନ ୨୦୨୨ରେ ସେମାନଙ୍କ ପିତାଙ୍କ ପ୍ରତିନ୍ଦ୍ବନ୍ଦ୍ବୀଙ୍କ ବିପକ୍ଷରେ ବିଜୟ ହାସଲ କରିବା ସହ ପିତାଙ୍କ ପରାଜୟର ପ୍ରତିଶୋଧ ନେଇଛନ୍ତି ।

Two Uttarakhand daughters defeated fathers' opponents
ପିତାଙ୍କ ପରାଜୟର ପ୍ରତିଶୋଧ ନେଲେ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ

ହାଇଦ୍ରାବାଦ: ଦେବଭୂମୀ ଉତ୍ତରାଖଣ୍ଡର ଜନତା ପୁଣି ଭାରତୀୟ ଜନତା ପାର୍ଟି (BJP)ର ସୁଶାସନ ଉପରେ ମୋହର ମାରିଛନ୍ତି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ପରାସ୍ତ ହୋଇଥିଲେ ମଧ୍ୟ ଦଳ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବା ସହ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି ବିଜେପି । ତେବେ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ୨୦୨୨ରେ କିଛି ରୋଚକ ଘଟଣା ଦେଖିବାକୁ ମିଳିଛି । ଉତ୍ତରାଖଣ୍ଡର ଦୁଇ ଝିଅ- ଅନୁପମା ରାୱତ ଓ ରିତୁ ଖାଣ୍ଡୁରୀ ସେମାନଙ୍କର ପିତାଙ୍କ ପରାଜୟର ପ୍ରତିଶୋଧ ନେଇଛନ୍ତି । ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ ସେମାନଙ୍କର ପ୍ରତିନ୍ଦ୍ବନ୍ଦ୍ବୀଙ୍କୁ ପରାସ୍ତ କରିଛନ୍ତି ।

୨୦୧୨ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମେଜର ଜେନେରାଲ (ଅବସରପ୍ରାପ୍ତ) ବିସି ଖାଣ୍ଡୁରୀ କଂଗ୍ରେସ ପ୍ରାର୍ଥୀ ସୁରେନ୍ଦ୍ର ସିଂ ନେଗୀଙ୍କ ଠାରୁ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ପରାସ୍ତ ହୋଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ତାଙ୍କର ସିଟ୍‌ରୁ ନ ଜିତିପାରିବା ଏକ ଟ୍ରେଣ୍ଡ୍‌ ପାଲଟିଯାଇଥିଲା । ୨୦୨୨ରେ ରିତୁ ଖାଣ୍ଡୁରୀ ତାଙ୍କର ପିତାଙ୍କ ପ୍ରତିନ୍ଦ୍ବନ୍ଦ୍ବୀ ତଥା ସମାନ କଂଗ୍ରେସ ପ୍ରାର୍ଥୀ ସୁରେନ୍ଦ୍ର ସିଂହ ନେଗୀଙ୍କୁ କୋଟଡୱାର ସିଟ୍‌ରୁ ପରାସ୍ତ କରିଛନ୍ତି । ୨୦୧୭ରେ ରିତୁ ଖାଣ୍ଡୁରୀ ଦେବପ୍ରୟାଗ ସିଟ୍‌ରୁ ନିର୍ବାଚନ ଲଢିଥିଲେ ଓ ଉତ୍ତରାଖଣ୍ଡ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

୨୦୧୭ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ଦୁଇଟି ସିଟ୍‌-କିଚାଚା ଓ ହରିଦ୍ବାର ରୁରାଲରୁ ନିର୍ବାଚନ ଲଢିଥିଲେ ଓ ଦୁଇଟିଯାକ ସିଟ୍‌ରେ ପରାସ୍ତ ହୋଇଥିଲେ । ସ୍ବାମୀ ୟାତିଶୱାରଙ୍କ ଠାରୁ ନିର୍ବାଚନ ହାରିଥିଲେ ହରିଶ ରାୱତ । ତେବେ ଚଳିତଥର ୨୦୨୨ ଉତ୍ତରଖଣ୍ଡ ବିଧାନସଭା ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ଝିଅ ଅନୁପମା ରାୱତ, ସ୍ବାମୀ ୟାତିଶୱାରନନ୍ଦଙ୍କୁ ପରାସ୍ତ କରିଛନ୍ତି । ଏଥିସହ ପିତାଙ୍କ ପରାଜୟର ପ୍ରତିଶୋଧ ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.